ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଦେବଗଡ:ଜିଲ୍ଲା ପ୍ରଶାସନ ,ଜିଲ୍ଲା କ୍ରୀଡ଼ା ବିଭାଗ,ଜିଲ୍ଲା ଯୋଗ ମହୋତ୍ସବ ସମିତି ଓ ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ଆଜି ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।ଜିଲ୍ଲା କ୍ରୀଡ଼ା ଅଧିକାରୀ ହେମନ୍ତ ସିଂହଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ ମୁଖ୍ୟ ଅତିଥି,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମିଞ୍ଜ, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ପୂର୍ବ ବିଧାୟକ ତଥା ସାଂସଦ ପ୍ରତିନିଧି ସୁବାସ ଚନ୍ଦ୍ର ପାଣିଗ୍ରାହୀ,ବିଧାୟକ ପ୍ରତିନିଧି ଚନ୍ଦ୍ର ଶେଖର ଭୁକ୍ତା,ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ପ୍ରଶାନ୍ତ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ପରେ ଜିଲ୍ଲା ଯୋଗ ମହୋତ୍ସବ ସମିତି ଯୋଗ ଗୁରୁ ଦେବରାଜ ସାହୁ ଓ ସାଥୀଙ୍କ ଦ୍ୱାରା ଯୋଗାଭ୍ୟାସ କରାଯାଇଥିଲ।ପରେ ଶପଥ ପାଠ କରାଯାଇଥିଲା।ଓମ୍ ଶାନ୍ତି ପ୍ରଜାପତି ବ୍ରହ୍ମକୁମାରୀ ଅନୁଷ୍ଠାନର ଭଉଣୀ ସ୍ନେହାଙ୍କ ଓମ୍ ଶାନ୍ତି ମନ୍ତ୍ର ପାଠ କରାଯାଇଥିଲା । ଜିଲ୍ଲା ସ୍ତର ରେ ଆୟୋଜିତ ହୋଇଥିବା ଓଡିଆ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। କାର୍ଯ୍ଯକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ,କର୍ମଚାରୀ, ଛାତ୍ର ଛାତ୍ରୀ,ସମାଜ ସେବୀ,ବିଭିନ୍ନ ଅନୁଷ୍ଠାନର କର୍ମ କର୍ତ୍ତା, ପୌରାଞ୍ଚଳର ଅଧିବାସୀ, ବୁଦ୍ଧି ଜିବୀ ଓ ବହୁ ସଂଖ୍ୟାରେ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସଂଯୋଜନା କରିଥିଲେ ‌ l

  • Related Posts

    କନ୍ଧମାଳରେ ହାତୀ ଆତଙ୍କ : ସ୍ୱତନ୍ତ୍ର ର‍୍ୟାପିଡ୍ ରେସ୍ପନ୍ସ ଟିମ୍ ଗଠନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

    ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବଢ଼ୁଥିବା ହାତୀ ଓ ବନ୍ୟଶୂକର ଉପଦ୍ରବ ଏବେ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ପାଇଁ ଏକ ଗମ୍ଭୀର ସମସ୍ୟାର ରୂପ ନେଇଛି। ବିଶେଷକରି ଘୁ.ଉଦୟଗିରି, ଟିକାବାଲି ଓ ରାଇକିଆ ବ୍ଲକର ବନାଞ୍ଚଳ ସଂଲଗ୍ନ…

    Continue reading
    ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି: ରାଇକିଆରେ ଯୁବ ସ୍ୱାବଲମ୍ବୀ ସମ୍ବାଦ କାର୍ଯ୍ୟକ୍ରମ

    ରାଇକିଆ: ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳିତ “ବିକାଶର ଧାରା, ଓଡ଼ିଶା ସାରା” ଅଭିଯାନର ଏକ ଅଂଶ ସ୍ୱରୂପ ରାଇକିଆ ବ୍ଲକ ପରିସରରେ ଯୁବ ସ୍ୱାବଲମ୍ବୀ ସମ୍ବାଦ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଯୁବପିଢ଼ିଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ