ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଥାନାରେ ଏତଲା

ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା। କଟକ ସାଇବର ଥାନାରେ ଏତଲା ଦେଲେ ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ବାରମ୍ବାର ସୋଶାଲ ମିଡ଼ିଆରେ ଅରୁଚିକର ମନ୍ତବ୍ୟ ଦେଉଥିବା ଅଭିଯୋଗ କରିଛି ସଂଘ।

 

ଓଡ଼ିଶାରେ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ନାହାନ୍ତି କି ନିର୍ଦ୍ଦେଶନା କ’ଣ ଜାଣିନାହାଁନ୍ତି ବୋଲି ସୋଶାଲ ମିଡ଼ିଆରେ ମନୋଜ ମିଶ୍ର ବାରମ୍ବାର ମନ୍ତବ୍ୟ ଦେଉଛନ୍ତି। ନିଜର ବ୍ୟକ୍ତିଗତ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମନୋଜ ବଦନାମ କରୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକମାନେ ଅଭିଯୋଗ କରିଛନ୍ତି। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ବସନ୍ତ ସାହୁ, ତାପସ ସରଘରିଆ, ବବି ଇସଲାମ୍‌ଙ୍କ ଭଳି ଅନେକ ନିର୍ଦ୍ଦେଶକ ଆଜି ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ମନୋଜ ମିଶ୍ରଙ୍କ ମନ୍ତବ୍ୟ ନେଇ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର କହିଛନ୍ତି, ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିକୁ ୮୮ ବର୍ଷ ହେଲାଣି। ଓଡ଼ିଶାରେ କେତେ ବଡ଼ବଡ଼ ନିର୍ଦ୍ଦେଶକ ଥିଲେ। ନିତେଇ ପାଲିତଙ୍କଠାରୁ ଆରମ୍ଭ କରି ହେମନ୍ତ ଦାସ, ହର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ମନମୋହନ ମହାପାତ୍ର ପର୍ଯ୍ୟନ୍ତ। ସେମାନେ କେଡେ ବଡ଼ବଡ଼ ଫିଲ୍ମ ଦେଇଯାଇଛନ୍ତି। ଜାତୀୟ ଓ ଆନ୍ତର୍ଜାତୀୟ ସ୍ଥରରେ ସେହି ସବୁ ଫିଲ୍ମ ନାଁ କରିଛି। ଆମମାନଙ୍କର ମଧ୍ୟ ଫିଲ୍ମ ଲାଇନ୍‌ରେ ୫୦ ବର୍ଷ ହୋଇଗଲାଣି। ଏହା ପରେ ମଧ୍ୟ ସେ(ମନୋଜ ମିଶ୍ର) ବିଭିନ୍ନ ସମୟରେ କହି ଚାଲିଛନ୍ତି ଓଡ଼ିଶାରେ ଭଲ ନିର୍ଦ୍ଦେଶକ ନାହାନ୍ତି। ଏଭଳି ମନ୍ତବ୍ୟ ଦେବା ନିଶ୍ଚିତ ଅରଚୁକର। ତା’ପରେ ସେ ଯେଉଁଭଳି ଢଙ୍ଗରେ ମନ୍ତବ୍ୟ ଦେଉଛନ୍ତି, ତାହା ଅତି ନିମ୍ନମାନର। ଯାହା ଆମ ସମସ୍ତଙ୍କୁ କ୍ଷୁବ୍ଧ କରିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

 

ସେ ଆହୁରି କହିଛନ୍ତି, କୋଭିଡ୍‌ ପରେ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ବଡ଼ ପରିବର୍ତ୍ତନ ହୋଇଛି। ଏବେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ନେଇ ବହୁତ ଭଲ ଫିଲ୍ମ ତିଆରି ହେଲାଣି। ତାହାଭିତରୁ କିଛି ଫିଲ୍ମ ଭଲ ବିଜନେସ୍‌ ମଧ୍ୟ କରୁଛି। ହେଲେ ସିଏ ଯେଉଁଭଳି ଢ଼ଙ୍ଗରେ କହୁଛନ୍ତି, ତାକୁ ନେଇ ଲୋକଙ୍କ ଭିତରେ ଗୋଟିଏ ଅଲଗା ଭାବନା ସୃଷ୍ଟି ହେଉଛି। ଲୋକେ ଭାବିବେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାହା ସହିତ କାହାର ପଡୁନି, ଏମାନେ ଭଲ ଫିଲ୍ମ ତିଆରି କରୁନାହାନ୍ତି। ଆମେ ହଲ୍‌କୁ ଯିବା ନାହିଁ ବୋଲି ଲୋକଙ୍କ ମନରେ ଭାବନା ସୃଷ୍ଟି ହେଉଛି। ତାଙ୍କ ମନ୍ତବ୍ୟ ଓଡ଼ିଶା ଫିଲ୍ମକୁ ପ୍ରଭାବିତ କରିଛି। ଯେଉଁଥିପାଇଁ ଆମେ ସାମ୍ନାକୁ ଆସିବା ପାଇଁ ବାଧ୍ୟ ହେଲୁ। ତାଙ୍କୁ ଏଥିରୁ ନିବୃତ୍ତ କରିବାକୁ କହିଲୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ନିର୍ଦ୍ଦେଶକ ବସନ୍ତ ସାହୁ କହିଛନ୍ତି, ତାଙ୍କର ଏପରି ମନ୍ତବ୍ୟ ନିଶ୍ଚିତ ଓଡ଼ିଶା ଫିଲ୍ମ ଇଷ୍ଟଷ୍ଟ୍ରୀ ଉପରେ ପଡ଼ିବ। ସେ ଏଥିରୁ ନିବୃତ୍ତ ରହିବା ଦରକାର। ଜନସାଧାରଣ ହେଉଛି ଅତି ସାଧାରଣ। ସେମାନେ ସାଧାରଣ ଦର୍ଶକ। ଯେତେବେଳେ ସେମାନେ ଏପରି ମନ୍ତବ୍ୟ ଦେଖୁନ୍ତି, ତାହା ତାଙ୍କ ମନରେ ସନ୍ଦେହ ଜାତ କରୁଛି ବୋଲି ଶ୍ରୀ ସାହୁ କହିଛନ୍ତି।

Related Posts

‘ଓମ୍‌ଫେଡ୍’ ପୁଣି ଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି

ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ଦୁଗ୍ଧ ସମବାୟ ସଂସ୍ଥା ‘ଓମ୍‌ଫେଡ୍’ ପୁଣି ଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ନୂଆଦିଲ୍ଲୀର ପ୍ରସିଦ୍ଧ ପ୍ରଗତି ମୈଦାନସ୍ଥିତ ‘ଭାରତ ମଣ୍ଡପମ୍’ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଏକ୍ସପୋରେ ଓମ୍‌ଫେଡ୍ ସମଗ୍ର ଦେଶରେ ଶ୍ରେଷ୍ଠ…

Continue reading
ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି

ବିଶାଖାପାଟଣା: ଭାରତୀୟ ନୌସେନାରେ ସାମିଲ ହେଲା ‘INS ମହେନ୍ଦ୍ରଗିରି’ । ହିନ୍ଦ ମହାସାଗର ଏବଂ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ବଢୁଥିବା ରଣନୀତିକ ତିକ୍ତତା ଓ ଗ୍ଲୋବାଲ ଚ୍ୟାଲେଞ୍ଜ ମଧ୍ୟରେ ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ଶନିବାର ବିଶାଖାପାଟଣା ନେଭାଲ…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ