ଆଇପିଏଲ୍‌ ଚେନ୍ନାଇ ସୁପର କିଙ୍ଗ୍‌ସକୁ ୭ଓ୍ବିକେଟ୍ ରେ ହରାଇଲା ଲକ୍ଷ୍ନୌ ସୁପର ଜାଏଣ୍ଟସ

ଲକ୍ଷ୍ନୌ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ର ୫୯ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ୭ ୱିକେଟ୍‌ରେ ବିଜୟୀ ହୋଇଛି। ଲକ୍ଷ୍ନୌ ୧୬.୪ ଓଭରରେ ୩ଟି ୱିକେଟ ହରାଇ ବିଜୟ ଲକ୍ଷ୍ୟ ପୂରା କରିଛି। ଟସ୍‌ ଜିଣି ଲକ୍ଷ୍ନୌ ସୁପର ଜାଏଣ୍ଟସ ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଦଳର ଦ୍ରୁତ ବୋଲର ଆକାଶ ମହାରାଜ ସିଂହ ଶ୍ରେଷ୍ଠ ବୋଲିଂ କରିଛନ୍ତି। ସେ ୪ ଓଭର ବୋଲିଂ କରି ୨୬ ରନ୍‌ ଖର୍ଚ୍ଚ କରି ଚେନ୍ନାଇର ୩ଜଣ ବ୍ୟାଟରଙ୍କୁ ଆଉଟ୍‌ କରିଥିଲେ। ୧୮୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଲକ୍ଷ୍ନୌ ବ୍ୟାଟିଂ କରିଥିଲା। ଦଳର ପ୍ରାରମ୍ଭିକ ବ୍ୟାଟିଂ ଉଚ୍ଚକୋଟୀର ଥିଲା। ଲକ୍ଷ୍ନୌ ଦଳର ପ୍ରାରମ୍ଭିକ ବ୍ୟାଟିଂ ଭଲଥିଲା। ପ୍ରାରମ୍ଭିକ ବ୍ୟାଟର ଶତାଧିକ ରନ୍‌ର ଭାଗିଦାରୀ କରିଥିଲେ। ମିଚେଲ ମାର୍ଶ ଓ ଜୋସ ଇଂଲିଶ ପ୍ରଥମ ୱିକେଟ୍‌ ପାଇଁ ୧୩୫ ରନ୍‌ ସଂଗ୍ରହ କରିଥିଲେ।

  • Related Posts

    କ୍ରିକେଟ୍‌ ଦଳ କିଣିଲେ ରାହୁଲ ଦ୍ରାବିଡ଼ ଓ ବଲିଉଡ୍‌ ଅଭିନେତା ଅଭି‌ଷେକ ବଚ୍ଚନ

    ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଓ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ନୂଆକରି ଆରମ୍ଭ ହେବାକୁ ଯାଉଥିବା ୟୁରୋପିଆନ୍‌ ଟ୍ବେଣ୍ଟି-୨୦ ପ୍ରିମିୟର୍‌ ଲିଗ୍‌ (ଇଟିପିଏଲ୍‌)ର ‘ଡବଲିନ୍‌ ଗାର୍ଡିଅନ୍ସ’ଦଳକୁ କିଣି ନେଇଛନ୍ତି। ତା’ ସହିତ ଏହି ଲିଗ୍‌ ୟୁରୋପରେ କ୍ରିକେଟ୍‌ର ବିକାଶ…

    Continue reading
    ଆଇପିଏଲ୍‌ ୨୦୨୬: ୧୪୩ ରନ୍‌ କଲେ ଜିତିବ କୋଲକାତା ନାଇଟ୍‌ ରାଇଡର୍ସ

    ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ର ୫୧ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମୁକାବିଲାରେ କୋଲକାତା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ