ଆସାମ : କିଏ କେତେ ଆସନରେ ଆଗୁଆ ?

ଗର୍ବିତ ଓଡ଼ିଆ : ଟିଭି ପରଦାରେ ଅନେକ ଫଳାଫଳ ମନଇଚ୍ଛା ଦର୍ଶାଯାଉଛି । ଏଭଳି କ୍ଷେତ୍ରରେ ନିର୍ବାଚନ କମିଶନଙ୍କ ତଥ୍ୟ ହିଁ ସଠିକ୍‌ । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଆସାମରେ ୧୨୬ ଆସନ ଥିବାବେଳେ ଏଯାବତ୍‌ ଗଣତି ଚାଲିଥିବା ଆସନ ମଧ୍ୟରୁ ବିଜେପି ୧୯, ବିଓପିଏଫ ୩, ଏଜିପି ୨, କଂଗ୍ରେସ ୨ ଓ ଏଏସଏମଜେଟିୱାଇପି ୧ ଆସନରେ ଆଗୁଆ ରହିଛି ।
ଆସାମରେ ପୁଣିଥରେ ହିମନ୍ତ ବିଶ୍ୱଶର୍ମା ସରକାର ଗଢ଼ିବାକୁ ଯାଉଛନ୍ତି । ଭଲ ଭୋଟ୍‌ ବ୍ୟବଧାନରେ ହିମନ୍ତ ବାଜିମାତ୍‌ କରିବା ନିଶ୍ଚିତ । ମମତାଙ୍କ ଗଡ଼ରେ ଶୁଭେନ୍ଦୁ ଅଧିକାରୀ କମାଲ୍‌ କରିଛନ୍ତି । ପଶ୍ଚିମବଙ୍ଗର ଭବାନୀପୁରରେ ମମତା ଏବେ ପ୍ରାରମ୍ଭିକ ରାଉଣ୍ଡ ଗଣତିରେ ପଛରେ ଅଛନ୍ତି । ଯାହାକି ମମତାଙ୍କୁ ଚିନ୍ତାରେ ପକାଇ ଦେଇଛି । ସେହିପରି ଟିଏମସିର ଗଡ଼ରେ ବି ବିଜେପିର ପ୍ରଦର୍ଶନ ମମତାଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି ।
ଅପରପକ୍ଷରେ ତାମିଲନାଡୁରେ ବଡ଼ ହଲଚଲ ସୃଷ୍ଟିହୋଇଛି । ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କୁ ପଛରେ ପକାଇ ଦେଇଛନ୍ତି ସୁପରଷ୍ଟାର ବିଜୟ । ନିର୍ବାଚନ ପୂର୍ବରୁ ପ୍ରତିକୂଳ ସ୍ଥିତିର ସାମ୍ନା କରୁଥିଲେ ବିଜୟ । ହେଲେ ତାମିଲନାଡୁର ଲୋକେ ଟିଭିକେକୁ ପସନ୍ଦ କରିଛନ୍ତି । ପ୍ରାରମ୍ଭିକ ଗଣତି ବେଳେ ଟିଭିକେ ୭୫ ଆସନରେ ଆଗୁଆ ଥିବା ଜଣାପଡ଼ିଛି । ଯେତେବେଳେକି ଡିଏମକେ ୬୮ ଆସନରେ ଆଗୁଆ ରହିଛି ।

Related Posts

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼: ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି ଏବଂ ଦଳର ୧୫ ଜଣ ଜିଲା ପରିଷଦ ସଦସ୍ୟା ଓ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ…

Continue reading
ଆଦିବାସୀଙ୍କ ଐତିହ୍ୟ ସୁରକ୍ଷା ଓ ଆଦିବାସୀଙ୍କ କଲ୍ୟାଣ ପାଇଁ ବିଜେଡି ସଂକଳ୍ପବଦ୍ଧ

ଶଙ୍ଖ ଭବନରେ ପାଳିତ ହେବ ବିଶ୍ୱ ଆଦିବାସୀ ଦିବସ ଯୋଗଦେବେ ନବୀନ ପଟ୍ଟନାୟକ ଭୁବନେଶ୍ୱର,: ବିଶ୍ୱ ଆଦିବାସୀ ଦିବସ ଓ ମହାନ କ୍ରାନ୍ତି ଦିବସ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ଅଗଷ୍ଟ ୯ ତାରିଖରେ ରବିବାର ଦିନ ପାଳିତ…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ