କଣ୍ଟାବାଞ୍ଜି ବିଧାୟକଙ୍କ ବିରୋଧରେ ଏତଲା

ପାଟଣାଗଡ଼ : ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସାର୍ବଜନୀନ ଭାବରେ ଆଦିବାସୀ(ଅନୁସୂଚିତ ଜନଜାତି) ସମ୍ପ୍ରଦାୟ ବିରୋଧରେ ଅତ୍ୟନ୍ତ ଆପତ୍ତିଜନକ, ଅପମାନସୂଚକ ମନ୍ତବ୍ୟ ପ୍ରଦାନ କରିଥିବା ଦର୍ଶାଇ ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆଜି ପାଟଣାଗଡ଼ ଥାନାରେ ଏତଲା ଦିଆଯାଇଛି। ଶ୍ରୀ ବାଗ ଏକ ଘରୋଇ ଟେଲିଭିଜନକୁ ସାକ୍ଷାତକାର ଦେଇ ଆଦିବାସୀମାନଙ୍କୁ ‘ଦୂଷିତ ଆଦିବାସୀ’ ବୋଲି ମନ୍ତବ୍ୟ ଦେବା ସହ ‘ଆଦିବାସୀମାନେ ଅଞ୍ଚଳର ପ୍ରଦୂଷଣ’ ବୋଲି କହିଥିବା ଦର୍ଶାଇଛି ସଂଘ। ଏହାଦ୍ୱାରା ଆଦିବାସୀଙ୍କ ସ୍ବାଭିମାନ ଏବଂ ସାମାଜିକ ମର୍ଯ୍ୟାଦା କ୍ଷୁଣ୍ଣ ହୋଇଥିବା ଦର୍ଶାଇ ପାଟଣାଗଡ଼ ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି। ଜିଲା ଆଦିବାସୀ କଲ୍ୟାଣ ସଂଘ, ପାଟଣାଗଡ଼ ବ୍ଲକ ସଭାପତି ଭୁବନେଶ୍ୱର କୁଅଁରଙ୍କ ନେତୃତ୍ୱରେ ପାଟଣାଗଡ଼ ଥାନା ସମ୍ମୁଖରେ ବିଧାୟକଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ସହ ଆଦିବାସୀମାନେ ଥାନାରେ ଏତଲା ଦେଇଥିଲେ। ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ, ଯୋଗେଶ୍ୱର ଭୋଇ, ନିତ୍ୟା ମାଝି, ଭାବଗ୍ରାହୀ ବରିହା, ଲଳିତ ମିର୍ଦ୍ଧା, ପରୀକ୍ଷିତ ମାଝି, ମଦନ ମାଝି, ଦାରା ସିଂ ବରିହା, ତହସିଲ ନାଗ, ଲଳିତ ମଲ୍ଲିକ, କୃଷ୍ଣଚନ୍ଦ୍ର ଧରୁଆ ପ୍ରମୁଖ ବହୁ ଉପସ୍ଥିତ ଥିଲେ।

  • Related Posts

    ଓଡ଼ିଶା ଆଉ ଶାନ୍ତିପ୍ରିୟ ରାଜ୍ୟ ହୋଇନାହିଁ:ସୁଲତା ଦେଓ

    ଭୁବନେଶ୍ଵର: ରାୟଗଡ଼ା ଭିଡ଼ ହିଂସାକୁ ବିଜେଡିର କଡ଼ା ନିନ୍ଦା। ପ୍ରେସମିଟ୍ ରେ ବର୍ଷିଲା ବିରୋଧୀ ଦଳ। ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି ଯେ, ରାୟଗଡ଼ାର ଯେଉଁ ଚିତ୍ର ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଓଡ଼ିଶା ଆଉ ଶାନ୍ତିପ୍ରିୟ ରାଜ୍ୟ ହୋଇନାହିଁ।…

    Continue reading
    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ‘ତୁରନ୍ତ ଭତ୍ତା ଟଙ୍କା ପ୍ରଦାନ କରାଯାଉ’

    ଭୁବନେଶ୍ୱର: ରାଜ୍ୟର ପ୍ରାୟ ୧୮ ଲକ୍ଷ ସାମାଜିକ ସୁରକ୍ଷା ପେନ୍‌ସନଭୋଗୀଙ୍କୁ ଗତ ୩ ମାସ ହେଲା ପେନ୍‌ସନ ଟଙ୍କା ମିଳିନାହିଁ। ଭତ୍ତା ଟଙ୍କା ଉପରେ ନିର୍ଭର କରୁଥିବା ସମସ୍ତଙ୍କୁ ତୁରନ୍ତ ଏହା ପ୍ରଦାନ କରିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ