କୋଲ୍ଡଡ୍ରିଙ୍କସ୍ ପିଇବା ମାରାତ୍ମକ!

କୋଲ୍ଡଡ୍ରିଙ୍କସ୍ ପିଇବାକୁ କାହାକୁ ବା ଭଲ ନଲାଗେ । ପେଟରେ ଗ୍ୟାସ୍ ହେଲେ କୋଲ୍ଡଡ୍ରିଙ୍କସରେ ଜଲଜିରା ପକାଇ ପିଇଦିଅ । ପ୍ରବଳ ଖରା,ଗରମ ହେଲେ ତଣ୍ଟିକୁ ଶାନ୍ତି ଦେବା ପାଇଁ ଆଗ ଖୋଜା ପଡ଼େ କୋଲ୍ଡଡ୍ରିଙ୍କସ୍ । ଆଉ ଘରେ ଛୋଟପିଲା ଥିଲେ କୋଲ୍ଡଡ୍ରିଙ୍କସରୁ ଢୋକେ ବଂଚାଇବା ବି ମୁସ୍କିଲ୍ । କିଛି ଲୋକ ତ ପ୍ରତିଦିନ କୋଲ୍ଡଡ୍ରିଙ୍କସ୍ ପିଅନ୍ତି । ହେଲେ ଏ ମୃଦୁପାନୀୟ ଦେହ ପାଇଁ କେତେ ମାରାତ୍ମକ କେବେ ଭାବିଛନ୍ତି କି? ଅଧିକ ଥଣ୍ଡାପାନୀୟ ପିଇବା ଯାହା ଧିରେ ଧିରେ ଶରୀରକୁ ସଢାଇଦେବା ତାହା । ତେବେ ଆପଣ ବି ଯଦି କୋଲଡ୍ରିଙ୍କ୍ ଲଭର୍ ତେବେ ସତର୍କ ହୋଇଯାଆନ୍ତୁ । ହେଲଥଲାଇନର ଏକ ରିପୋର୍ଟ ମୁତାବକ , କୋଲ୍ଡଡ୍ରିଙ୍କସରେ ଚିନି ଏବଂ କ୍ୟାଲୋରୀ ବ୍ୟତୀତ ଅନ୍ୟ କୌଣସି ପୋଷକ ତତ୍ତ୍ୱ ନଥାଏ । ଅଧିକ ମାତ୍ରାରେ କୃତ୍ରିମ ଚିନିର ବ୍ୟବହାର ସ୍ୱାସ୍ଥ୍ୟ ଉପରେ ସ୍ଲୋ ପଏଜନ୍ ଭଳି କାମ କରିଥାଏ । ସାରଦା ହସ୍ପିଟାଲର ଇଣ୍ଟରନାଲ୍ ମେଡିସିନ୍ ବିଭାଗର ପ୍ରଫେସର୍ ଡା.ଭୁମେଶ୍ ତ୍ୟାଗୀଙ୍କ କହିବାନୁସାରେ କୃତ୍ରିମ ଚିନିଯୁକ୍ତ କୋଲ୍ଡଡ୍ରିଙ୍କସ୍ , ପ୍ୟାକେଟ୍ ଜୁସ୍ ଏବଂ ଏନର୍ଜି ଡ୍ରିଙ୍କ୍ ଶରୀରରେ କ୍ୟାଲୋରୀ ବଢାଇଥାଏ । ଯାହାଦ୍ୱାରା ମେଦବହୁଳତା ବଢେ । ଯେଉଁଥିରେ ଡାଇବେଟିସ୍ ହେବାର ଅନେକ ସମ୍ଭାବନା ରହିଛି ।

 

ଅଧିକ କୋଲ୍ଡଡ୍ରିଙ୍କସ୍ ପିଇଲେ ଲିଭର୍ ଉପରେ ଏହାର ପ୍ରଭାବ ପଡ଼ିଥାଏ । ଏଥିରେ ନନ୍-ଆଲକୋହଲିକ୍ ଫ୍ୟାଟି-ଲିଭର୍ ଭଳି ସମସ୍ୟା ଦେଖାଯାଏ । ମୃଦୁପାନୀୟ ଲିଭରରେ ପହଂଚିବା ପରେ ଫ୍ରକ୍ଟୋଜକୁ ଫ୍ୟାଟରେ ବଦଳାଇଦିଏ । ଏଭଳି ସ୍ଥିତିରେ ଲିଭରରେ ଫ୍ୟାଟ୍ ଜମିବାରେ ଲାଗେ । ଅନେକ ରିସର୍ଚ୍ଚରୁ ଜାଣିବାକୁ ମିଳେ ଯେ ଅଧିକ ଚିନି ଏବଂ ପ୍ରୋସେସଡ୍ ଫୁଡ୍ ଆପଣଙ୍କ ମସ୍ତିଷ୍କ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ । ମୃଦୁପାନୀୟ ସେବନର ଥରେ ଅଭ୍ୟାସ ଲାଗିଗଲେ ଏହାର ପ୍ରଭାବ ମସ୍ତିଷ୍କ ଉପରେ ପଡ଼େ । ଅଧିକ ମାତ୍ରାରେ କୋଲ୍ଡଡ୍ରିଙ୍କସ୍ ପିଇଲେ ପେଟରେ ଚର୍ବି ଜମିବା ଭଳି ସମସ୍ୟା ମଧ୍ୟ ଦେଖାଯାଏ । ଫ୍ରକ୍ଟୋଜର ମାତ୍ରା ଥିବାରୁ ଏହା ପେଟର ଚାରିପାଖେ ଫ୍ୟାଟ୍ ରୂପରେ ଜମା ହୋଇଯାଏ । ଯାହାକୁ ଅନ୍ତନଳୀର ଚର୍ବି ମଧ୍ୟ କୁହାଯାଏ । ଏଥିରେ ହୃଦୟ ସମ୍ବନ୍ଧୀୟ ରୋଗ ଏବଂ ଡାଏବେଟିସ୍ ହେବାର ବିପଦ ମଧ୍ୟ ବଢିଯାଏ ।

 

ଅଧିକ କୋଲ୍ଡଡ୍ରିଙ୍କ୍ ପିଇଲେ ଇନ୍ସୁଲିନ୍ ରଜିଷ୍ଟେଣ୍ଟର ଭୟ ବଢିଯାଏ । ଏଥିରେ ବ୍ଲଡ୍ ସୁଗର୍ ଅଧିକ ବଢିଯାଏ । ଇନ୍ସୁଲିନ୍ ହେଉଛି ଏକ ହର୍ମୋନ୍ ଯାହା ରକ୍ତ ମାଧ୍ୟମରେ ଗ୍ଲୁକୋଜକୁ କଣିକା ପର୍ଯ୍ୟନ୍ତ ପହଁଞ୍ଚାଇଥାଏ । ପ୍ରତିଦିନ ମୃଦୁପାନୀୟ ପିଇବା ମାନେ ମେଦବହୁଳତାକୁ ନିମନ୍ତ୍ରଣ ଦେବା । ଶରୀରରେ ଏକ୍ସଟ୍ରା ସୁଗାରର ମାତ୍ରା ବଢିଲେ ମୋଟାପଣ ବଢେ । ଆଉ ଥରେ ମୋଟାପଣର ଶିକାର ହେଲେ ସବୁ ଅଙ୍ଗ ଉପରେ ଏହାର ପ୍ରଭାବ ଆପେ ଆପେ ପଡ଼େ । କୋଲ୍ଡଡ୍ରିଙ୍ଗସ୍ ପିଇଲେ ଶରୀରରେ ଲେପ୍ଟିନ୍ ରଜିଷ୍ଟେସ୍ ହୋଇଥାଏ । ଯାହା ମୋଟାପଣର ଏକ ବଡ଼ କାରଣ ।

 

ଦାନ୍ତକୁ ଯଦି ପୋକଡା କରିବାକୁ ଚାହାଁନ୍ତି ତେବେ ନିଃଦ୍ୱନ୍ଦ୍ୱରେ କୋଲ୍ଡଡ୍ରିଙ୍କସର ସେବନ କରିପାରିବେ । ସୋଡାରେ ଫସଫୋରିକ୍ ଏସିଡ୍ ଏବଂ କାର୍ବୋନିକ୍ ଏସିଡ୍ ଥାଏ ଯାହା ଦାନ୍ତର ଇନେମଲକୁ ନଷ୍ଟ କରେ । ଯାହାଫଳରେ ପାଟିରେ ବ୍ୟାକ୍ଟେରିଆ ବଢିଯାଆନ୍ତି ଏବଂ ଦାନ୍ତରେ କ୍ୟାବିଟି ହେଲା ଭଳି ସମସ୍ୟା ଦେଖାଯାଏ । ତେବେ ଆପଣ ବି ଯଦି ପ୍ରତିଦିନ କୋଲ୍ଡଡ୍ରିଙ୍କସ୍ ପିଇବା ଭଳି ଅଭ୍ୟାସ ରଖୁଛନ୍ତି ତେବେ ଆଜି ହିଁ କମାନ୍ତୁ ଏବଂ ଶରୀରକୁ ସୁସ୍ଥ ରଖନ୍ତୁ ।

Related Posts

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ : ଜ୍ୟୋତିର୍ମୟୀ ନାୟକ, ଇଣ୍ଡିଆନ୍ ଆଇଡଲ୍ ସିଜିନ୍ 16ର ଚାମ୍ପିଅନ୍ ମୁକୁଟ ପିନ୍ଧାଇଛନ୍ତି, ଏବଂ ସେ ଟାଇଟଲ୍ ଜିତିଥିବା ଓଡ଼ିଶାର ପ୍ରଥମ ପ୍ରତିଯୋଗୀ ଭାବେ ଇତିହାସ ରଚିଛନ୍ତି । ଏଥିସହ ଇଣ୍ଡିଆନ୍ ଆଇଡଲ୍ 16 ବିଜେତା ଭାବେ ଜ୍ୟୋତିର୍ମୟୀ ନାୟକ…

Continue reading
ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାର ସଙ୍ଗୀତ ଦୁନିଆ ପାଇଁ ଗର୍ବର ମୁହୂର୍ତ୍ତ ।ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ରଗ୍ରାଣ୍ଡ୍ ଫିନାଲେରେ ପହଞ୍ଚିଛନ୍ତି ସୁମଧୁର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ । ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁଅଭିନନ୍ଦନ ଜଣାଇଛନ୍ତି ।…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ