
ଚାନ୍ଦିପୁର: ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା । ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଦୂରଗାମୀ ଆକ୍ରମଣାତ୍ମକ କ୍ରୁଜ ମିସାଇଲ- LRLACM ର ସଫଳ ପରୀକ୍ଷଣ । ଗତକାଲି ଓଡ଼ିଶାର ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ବୀପରୁ ଏହି କ୍ଷେପଣସାସ୍ତ୍ରର ସଫଳ ପରୀକ୍ଷଣ କରିଛି କରିଛି ପ୍ରତିରକ୍ଷା ବିକାଶ ଗବେଷଣା ସଂସ୍ଥା-ଡିଆରଡିଓ ।
ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ରର ବିଭିନ୍ନ ଟ୍ରାକିଂ ଓ ନିରୀକ୍ଷଣ ପ୍ରଣାଳୀରୁ ମିଳିଥିବା ତଥ୍ୟ ଅନୁସାରେ, କ୍ଷେପଣାସ୍ତ୍ରଟି ପରୀକ୍ଷାର ସମସ୍ତ ଉଦ୍ଦେଶ୍ୟକୁ ପୂରଣ କରିଛି । ଏହି କ୍ଷେପଣାସ୍ତ୍ରକୁ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ଡିଆରଡିଓ ଏବଂ ଭାରତୀୟ ରକ୍ଷା ସହଯୋଗୀଙ୍କ ମିଳିତ ସହଯୋଗରେ ନିର୍ମାଣ କରାଯାଇଛି ।
ଗତକାଲିର ପରୀକ୍ଷଣ ବେଳେ ବାୟୁସେନା ଓ ନୌସେନାର ପ୍ରତିନିଧିମାନେ ଉପସ୍ଥିତ ଥିଲେ । କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଟିମ୍ ଏବଂ ଅନ୍ୟ ରକ୍ଷା ସହଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।


