ଖଜୁରୀଖମଣ ଗ୍ରାମରେ ପାନୀୟ ଜଳ ସମସ୍ୟାର ସମାଧାନ ଦାବି

ଦେବଗଡ଼:ବାରକୋଟ ବ୍ଲକର ଖଜୁରୀଖମଣ ଗ୍ରାମରେ ପାନୀୟ ଜଳ ସମସ୍ୟାର ସମାଧାନ ଓ ଅଚଳ ନଳକୂପକୁ ମରାମତି କରିବା ପାଇଁ ସ୍ବେଚ୍ଛାସେବୀ ତନ୍ମୟ ବାରିକ ଦାବି କରିଛନ୍ତି। ଏନେଇ ଶ୍ରୀ ବାରିକ ଆଜି ବାରକୋଟ ବିଡିଓଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହାସହିତ ସରକାରଙ୍କ ଜନ ଅଭିଯୋଗ ପ‌ୋର୍ଟାଲରେ ଦେବଗଡ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ବାରକୋଟ ବ୍ଲକର ଖଜୁରୀଖମଣ ଗ୍ରାମରେ ଦୀର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ଲାଗି ରହିଛି।ଗ୍ରାମରେ ପାଇପ ଯୋଗେ ଜଳଯୋଗାଣ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରିନାହିଁ। ଅନ୍ୟପଟେ ଗ୍ରାମରେ ଥିବା ତିନୋଟି ନଳକୂପ ଅଚଳ ହୋଇପଡିରହିଛି। ଯାହାଫଳରେ ଗ୍ରାମବାସୀମାନେ ପାନୀୟ ଜଳ ପାଇଁ ନ‌ାହିଁନଥିବା ଅସୁବିଧ‌ାର ସମ୍ମୁଖୀନ ହେଉଛନ୍ତି। ତେବେ ଅଚଳ ହୋଇପଡ଼ିଥିବା ନଳକୂପର ତୁରନ୍ତ ମରାମତି କରାଯାଉ, ଅସମ୍ପୂର୍ଣ୍ଣ ପାଇପ୍ ଜଳ ଯୋଗାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରାଯିବା ସହ ଗ୍ରାମବାସୀଙ୍କୁ ନିୟମିତ ଓ ସୁରକ୍ଷିତ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସ୍ବେଚ୍ଛାସେବୀ ଶ୍ରୀ ବାରିକ ଦାବି କରିଛନ୍ତି। ଉକ୍ତ ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

  • Related Posts

    ଭିଜିଲାନ୍ସ ପଞ୍ଝାରେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର

    କଟକ : ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ, ମାଡ଼ି ବସିଲା ଭିଜିଲାନ୍ସ । ଲାଞ୍ଚ ନେଇ ଧରା ପଡ଼ିଲେ କଟକ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର ମୌସୁମୀ ବେହେରା । ଜୁଲାଇରୁ ସେପ୍ଟେମ୍ଵର ମାସ ମଧ୍ୟରେ ବୃକ୍ଷରୋପଣ ସମ୍ପର୍କିତ ବିଲ୍ ପାସ୍…

    Continue reading
    ମାଲାଗୁଡ଼ାରେ କଲଭର୍ଟ ଧୋଇଗଲା, ଯୋଗାଯୋଗ ବିଚ୍ଛିନ୍ନ; କ୍ଷୟକ୍ଷତି ଅନୁଧ୍ୟାନ କଲେ ସାଂସଦ ପ୍ରତିନିଧି

    ରାଇକିଆ: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲାର ରାଇକିଆ ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦୁଇ ଦିନ ଧରି ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୬ ମିମି ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷା ଯୋଗୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ