ଟ୍ରମ୍ପଙ୍କ ଡିନର ପାର୍ଟିରେ ଗୁଳିମାଡ

ନୂଆଦିଲ୍ଲୀ: ୱାଶିଂଟନର ହିଲଟନ ହୋଟେଲରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି। ଶନିବାର ରାତିରେ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟଙ୍କ ରାତ୍ରୀଭୋଜନ କାର୍ୟ୍ୟକ୍ରମ ଚାଲିଥିଲା। ଏତିକିବେଳେ ହଠାତ୍ ଗୁଳି ଫୁଟିଥିଲା। ଯାହା ଫଳରେ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଥିଲା। ସୁରକ୍ଷା କର୍ମୀମାନେ ତୁରନ୍ତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଟ୍ରମ୍ପ ସୁରକ୍ଷିତ ଅଛନ୍ତି। ଏହି କାର୍ୟ୍ୟକ୍ରମରେ ଟ୍ରମ୍ପଙ୍କ ସହିତ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ, ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏବଂ ବୈଦେଶିକ ସଚିବ ମାର୍କୋ ରୁବିଓ ଉପସ୍ଥିତ ଥିଲେ। ସୁରକ୍ଷା ଏଜେନ୍ସି ଗୁଡ଼ିକ ତୁରନ୍ତ ଏହି ସମସ୍ତ ପ୍ରମୁଖ ନେତାଙ୍କୁ ବାହାରକୁ ବାହାର କରିଦେଇଥିଲେ। ଜଣେ ପୁଲିସ୍‌ ଅଧିକାରୀଙ୍କ କହିବା ମୁତାବକ ଜଣେ ଆକ୍ରମଣକାରୀ ଗୁଳି ଚଳାଇଛନ୍ତି। ପ୍ରତ୍ୟକ୍ଷଦର୍ଶୀମାନେ ପ୍ରାୟ ପାଞ୍ଚରୁ ଆଠଟି ଗୁଳିର ଶବ୍ଦ ଶୁଣିବା କଥା କହିଛନ୍ତି।

ଗୁଳିକାଣ୍ଡ ହେବା ମାତ୍ରେ, ହଲରେ ଉପସ୍ଥିତ ଥିବା ଶହ ଶହ ସାମ୍ବାଦିକ ଏବଂ ବରିଷ୍ଠ ଅଧିକାରୀମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଟେବୁଲ ତଳେ ଲୁଚି ରହିଥିଲେ। ଗୁସୁରକ୍ଷା ଏଜେନ୍ସିଗୁଡ଼ିକ ସମଗ୍ର ହଲ୍ ଘେରି ରହିଥିଲେ। ଲୋକଙ୍କୁ ହୋଟେଲରୁ ବାହାରିବାକୁ ଅନୁମତି ଦିଆଯାଇଥିଲା, କିନ୍ତୁ କାହାକୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆ ଯାଇନଥିଲା। ବର୍ତ୍ତମାନ ପର୍ୟ୍ୟନ୍ତ କେହି ଆହତ ହେବାର ସୂଚନା ମିଳିନି। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ସମ୍ପୃକ୍ତ ଦୁର୍ବୁତ୍ତର ମୃତ୍ୟୁ ଘଟିଛି।

  • Related Posts

    ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ: ମୋଦୀ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ୍ ଡିସିରେ ଘଟିଥିବା ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ, ତାଙ୍କ ପତ୍ନୀ ଏବଂ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ସୁରକ୍ଷିତ ଥିବା ଜାଣି ସେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ ସୁସ୍ଥତା ଏବଂ…

    Continue reading
    ପ୍ରଭାବଶାଳୀ ଲୋକଙ୍କୁ ଟାର୍ଗେଟ୍ କରାଯାଏ : ଟ୍ରମ୍ପ

    ନୂଆଦିଲ୍ଲୀ : ହ୍ୱାଇଟ୍ ହାଉସ୍‌ ରାତ୍ରୀଭୋଜନରେ ଗୁଳିମାଡ଼ ଘଟଣା ପରେ ଯେତେବେ​‌ଳେ ଟ୍ରମ୍ପଙ୍କୁ ପଚରାଯାଇଥିଲା ତାଙ୍କ ସହିତ ଏପରି ଘଟଣା ବାରମ୍ବାର କାହିଁକି ଘଟୁଛି ବୋଲି। ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଟ୍ରମ୍ପ କହିଥିଲେ ଯେ ଯେଉଁମାନଙ୍କର ପ୍ରଭାବ ଅଧିକ ଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର