ଧରାପୃଷ୍ଠରୁ ବିଦାୟ ନେଲେ ମା

ଭୁବନେଶ୍ୱର: ଶରତର ଆଗମନରେ ଧରାପୃଷ୍ଠରେ ମା’ଙ୍କ ଆଗମନ ହୋଇଥିଲା । ଶରତ ସରିନି ହେଲେ ୯ଦିନର ଯାତ୍ରା ସାରି ଫେରିଯାଇଛନ୍ତି ମା’ । ମା’ଙ୍କୁ ବିଦାୟ ଦେବା ବେଳେ ପୂଜା ମଣ୍ଡପର କର୍ମକର୍ତ୍ତା ଓ ଭକ୍ତଙ୍କ ଆଖି ଛଳଛଳ ହୋଇଯାଇଥିଲା । ଅପରାହ୍ନରୁ ରାଜରାସ୍ତା ହୋଇଉଠିଥିଲା ଲୋକାରଣ୍ୟ । ଛକ ଛକରେ ଲାଗିଥିଲା ଭିଡ଼ । କିଏ ଟିକେ ଆଗକୁ ବୁଲି ଆସୁଥିଲେ ତ ଆଉ କିଏ ନିଜ ଆସ୍ଥାନ ଠିକ୍‌ କରି ନେଇଥିଲେ । ଅପରାହ୍ନ ୪ଟାରୁ ମଣ୍ଡପ କର୍ମକର୍ତ୍ତା ମା’ଙ୍କୁ ମେଲାଣି ଦେବା ଲାଗି ସବୁ ବନ୍ଦୋବସ୍ତ କରି ଦେଇଥିଲେ । ଡିଜେ ମୁକ୍ତ ଭସାଣି ଉତ୍ସବ ଅନୁଷ୍ଠିତ ହେଉଥିବାରୁ ପାରମ୍ପରିକ ବାଦ୍ୟ ଉପରେ ନିର୍ଭର କରିଥିଲେ । ରାଜରାସ୍ତାରେ ଘୋଡ଼ାନାଚ, ବାଘନାଚ, ଷଣ୍ଢନାଚ ପରି ପାରମ୍ପରିକ ବାଦ୍ୟ ବଜାଇ ମା’ଙ୍କୁ ବିଦାୟ ଦିଆଯାଉଥିଲା । ରାଜଧାନୀର ରାସ୍ତା ହୋଇଉଠିଥିଲା ଦେବୀମୟ । ଖାଲି ସେତିକି ନୁହେଁ ଝୁଣା ଓ ଧୂପରେ ମହକୁଥିଲା ରାସ୍ତାଘାଟ । ଘଣ୍ଟଘଣ୍ଟା, ଶଙ୍ଖନାଦ କରି ଗୋଟିଏ ପରେ ଗୋଟିଏ ମେଢ଼ ଆଗକୁ ବଢ଼ି ଚାଲିଥିଲା । ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୂଜା କମିଟି ଓ ପୁଲିସ ପ୍ରଶାସନ ବନ୍ଦୋବସ୍ତ କରିଥିଲେ । ରାଜଧାନୀରେ ନିର୍ଦ୍ଧିଷ୍ଟ ମଣ୍ଡପରେ ମା’ ପହଞ୍ଚିବା ପରେ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱରରେ ୫ ଟି ସ୍ଥାନରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା । ସହିଦ ନଗରରେ ଭୁବନେଶ୍ୱର ଭସାଣି ଉତ୍ସବ କମିଟି, ନୟାପଲ୍ଲୀରେ ରାଜଧାନୀ ମନ୍ଦିର ଭସାଣି ସୁରକ୍ଷା କମିଟି, ଏକାମ୍ର ଦୁର୍ଗା ମହୋତ୍ସବ, ଉତ୍ତର ଭୁବନେଶ୍ୱର ପଟେ ଦୁଇଟି ଭସାଣି ମହୋତ୍ସବ ଆୟୋଜିତ ହୋଇଥିଲା । ପ୍ରଶାସନ ପକ୍ଷରୁ ଡିଜେ ବାରଣ ହୋଇଥିବାରୁ ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ଅଲୋକିକରଣ ଉପରେ ଧ୍ୟାନ ଦେଇଥିଲେ ସବୁ ପୂଜା କମିଟି । ଏହା ବ୍ୟତୀତ ଅନେକ ପୂଜା ମଣ୍ଡପ ଏକା ଏକା ଭସାଣି ଶୋଭାଯାତ୍ରା କରି ମା’ଙ୍କୁ ମେଲାଣି ଦେଇଥିଲେ । ରସୁଲଗଡ଼ ଦୁର୍ଗାପୂଜା କମିଟି, ଦାରୁଠେଙ୍ଗ, ବରମୁଣ୍ଡା ଦୁର୍ଗାପୂଜା କମିଟି ଅଲଗା ଭାବେ ଭସାଣୀ କରି ମା’ଙ୍କୁ ବିଦାୟ ଦେଇଥିଲେ ।

ସହିଦ ନଗର ଭସାଣି କମିଟିର ସମସ୍ତ ମେଢ଼ ସହିଦ ନଗରରେ ଏକତ୍ରିତ ହୋଇଥିଲେ । ସେଠାରୁ ରାଜମହଲ ଛକ ଭାୟା ରାମ ମନ୍ଦିର, ମାଷ୍ଟରକ୍ୟାଣ୍ଟିନ୍‌ ଛକ ହୋଇ ମେଢ଼ ଗୁଡ଼ିକ ବିସର୍ଜନ ପାଇଁ ଯାତ୍ରା କରିଥିଲେ । ୨୨ଟି ମେଢ଼ ଏଠାରେ ଏକାଠି ହୋଇଥିଲେ । ପ୍ରଥମେ ପୁରୁଣା ଷ୍ଟେସନ୍‌ ବଜାର ଦୁର୍ଗା ପୂଜା କମିଟି ମେଢ଼ ପହଞ୍ଚିଥିଲା ପରେ ଝାରପଡ଼ା, ସତ୍ୟନଗର, କଟକ ରୋଡ, ବାଣୀ ବିହାର ଟ୍ରାଫିକ ଛକ, ହର ପାର୍ବତୀ, ଚକେଇସିଆଣୀ, ଗଜପତି ନଗର, କୋରଡ଼କଣ୍ଟ, ଭୀମଟାଙ୍ଗୀ, ସହିଦ ନଗର କେଶୁରା, ଗୁଡ଼ିଆସାହି, ପଳାଶୁଣୀ, ମହାଦେବ ୟୁନିଟ୍‌-୧, ବମିଖାଲ, ଗିରିଦୁର୍ଗା ଭଳି ପ୍ରମୁଖ ମଣ୍ଡପର ମେଢ଼ ଏକାଠି ହୋଇଥିଲା । ଶୋଭାଯାତ୍ରା ସମୟରେ କୌଣସି ପ୍ରକାରର ଯାନବାହାନ ଜନପଥ ରାସ୍ତାରେ ଚଳାଚଳ କରିନଥିଲା । ଏହି କଟକଣା ଅପରାହ୍ନ ୨ଟାରୁ ଭସାଣି ଯାତ୍ରା ଶେଷ ହେବା ପର୍ୟ୍ୟନ୍ତ ବଳବତ୍ତର ଥିଲା । ଭୁବନେଶ୍ୱର ଭସାଣୀ ଉତ୍ସବ ସମିତିର ସାଧାରଣ ସମ୍ପାଦକ ହରିଶ ରଥ, ସଭାପତି ମନାରଞ୍ଜନ ଦାସ, ଉପଦେଷ୍ଟା ରବୀନ୍ଦ୍ର ନାଥ ବିଶ୍ୱାଳ, ସହିଦ ନଗର ଦୁର୍ଗା ପୂଜାର ସଭାପତି ହେମନ୍ତ କୁମାର ପରିଡା, ସମ୍ପାଦକ ସଚ୍ଚିନନ୍ଦନ ନାୟକ ତଥା ଭସାଣୀ ସମିତିର କୋଷାଧ୍ୟକ୍ଷ ଅଚ୍ୟୁତ ପ୍ରସାଦ ବେହେରା, ସୁରେଶ ରାଉତରାୟ ସନତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଦଡୀଙ୍ଗିଆ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭…

    Continue reading
    ବାଲିଘାଟରୁ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ

    ଦେବଗଡ଼:ଗତ ଜୁନ ମାସ ୨୧ ତାରିଖ ଦିନ ରାତିରେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନାର ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ