ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ ; ଦାୟିିତ୍ୱରେ ଥିବା ଅଧିକାରୀଙ୍କଠୁ କ୍ଷତିଭରଣା ହେଉ: ବିଜେଡି

ଭୁବନେଶ୍ବର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ବହୁ ତଥ୍ୟଗତ ତ୍ରୁଟି ରହିଛି। ଏହା ବିଜେପି ସରକାରର ଦାୟିତ୍ୱହୀନତା ବୋଲି ଅଭିଯୋଗ କରିଛି ବିଜେଡି। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ସଂଶୋଧିତ ଓ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତି କରାଯାଉ, ନଚେତ ପୂର୍ବ ସିଲାବସର ପୁସ୍ତକରେ ପଢ଼ାଯାଉ। ଚଳିତବର୍ଷ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଛପାଯିବା ନେଇ ଯେଉଁ ଖର୍ଚ୍ଚ ହୋଇଛି, ତାହା ଦାୟିତ୍ୱରେ ଥିବା ଅଧିକାରୀଙ୍କଠାରୁ ଆଦାୟ କରିବାକୁ ବିଜେଡି ଦାବି କରିଛି। ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାନେତ୍ରୀ ଈପ୍‌ସିତା ସାହୁ ଏବଂ ମୁଖପାତ୍ର ଡ. ଲେନିନ ମହାନ୍ତି କହିଥିଲେ, ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ଶାସନକୁ ଆସିଥିବା ସରକାର ଆଜି ଓଡ଼ିଆ ଅସ୍ମିତାକୁ ଭୂ-ଲୁଣ୍ଠିତ କରିଛନ୍ତି। ଦେଶ ସ୍ୱାଧୀନ ହେବାର ୭୮ ବର୍ଷ ଭିତରେ ଏ ଜାତି କେବେ ହେଲେ ଏଭଳି ଭୁଲ ଦେଖି ନଥିଲା କି ଆଗକୁ ଦେଖିବ ବୋଲି ଆଶା ନାହିଁ। ବହି ଛାପିବା ପାଇଁ ଯେଉଁ କମିଟି ଗଠନ ହୋଇଥିଲା, ସେଥିରେ ସଭ୍ୟମାନଙ୍କ ଯୋଗ୍ୟତା ନ ମାପି ତାଙ୍କୁ ରାଜନୈତିକ ଚାପରେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ଛପାଯାଇଥିବା ଭୁଲ୍ ପାଠ୍ୟପୁସ୍ତକକୁ କୌଣସି ବିଦ୍ୟାଳୟରେ ପଢ଼ାନଯାଉ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ରାଜ୍ୟ ସରକାର ସତର୍କତା ଅବଲମ୍ବନ ନ କଲେ ଜୋରଦାର ବିରୋଧ ହେବ। ଯଦି ସରକାରଙ୍କ ପାଖରେ ନୂତନ ଓ ନିର୍ଭୁଲ ପୁସ୍ତକ ଛପାଇବା ପାଇଁ ଅର୍ଥ ନାହିଁ, ତା’ ହେଲେ ପୁରୁଣା ସିଲାବସର ବହିକୁ ଏବର୍ଷ ପଢ଼ିବା ପାଇଁ ଅନୁମତି ଦିଅନ୍ତୁ।

  • Related Posts

    ରାଜ୍ୟପାଳଙ୍କୁ ଚିଠି ଲେଖିଲେ ବିଜେଡି ଓ କଂଗ୍ରେସର ନେତା: ଶୀଘ୍ର ଗଢ଼ାହେଉ ବିଧାନସଭା ଷ୍ଟାଣ୍ଡିଂ କମିଟି

    ଭୁବନେଶ୍ୱର: ରାଜ୍ୟ ବିଧାନସଭାର ସ୍ଥାୟୀ ସମିତି (ଷ୍ଟାଣ୍ଡିଂ କମିଟି) ଗଢ଼ା ହେବାରେ ବିଳମ୍ବ ହୋଇଛି । ବଜେଟ ଅଧିବେଶନର ଶେଷ ଦିବସ ସୁଦ୍ଧା ଗଢ଼ା ହେବାର ପରମ୍ପରା ରହିଛି । ହେଲେ ତାହା ଭଙ୍ଗ ହୋଇଛି । ଯାହାକୁ ନେଇ କ୍ଷୋଭ…

    Continue reading
    ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

    ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣା। ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି ୮ ବିଧାୟକଙ୍କ ବିରୋଧରେ କ୍ରସ୍ ଭୋଟିଂ ଅଭିଯୋଗ ଆଣିଥିଲା।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ