
ଭୁବନେଶ୍ଵର : ମହାନଦୀ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ମହାନଦୀ ପ୍ରସଙ୍ଗରେ ୧୧ଦିନ ଧରି ଦିଲ୍ଲୀରେ ହେବ ମାନସ ମନ୍ଥନ। ୧୬ ଜୁନ୍ ରୁ ୨୬ ଜୁନ୍ ପର୍ଯ୍ୟନ୍ତ ମହାନଦୀର ମୁଖ୍ୟ ପ୍ରସଙ୍ଗ ଗୁଡିକ ଉପରେ ବ୍ୟାପକ ଚର୍ଚ୍ଚା ଆଲୋଚନା ହେବ। ଟ୍ରିବ୍ୟୁନାଲର ପୂର୍ବ ଶୁଣାଣି ସମୟରେ ଦୁଇ ରାଜ୍ୟ ଛତିଶଗଡ଼ ଏବଂ ଓଡ଼ିଶା ତରଫରୁ ଏନେଇ ନିବେଦନ କରିଥିଲେ। ଉଭୟ ରାଜ୍ୟ ପାଇଁ ମୁଖ୍ୟ ପ୍ରସଙ୍ଗ ହେଉଛି ଉଭୟ ରାଜ୍ୟର ଜଳ ଆବଣ୍ଟନ। ଏନେଇ ଏକ ବିସ୍ତୃତ ଆଲୋଚନା ହେବା ଦରକାର ବୋଲି ଉଭୟ ରାଜ୍ୟ କହିଥିଲେ।
ଓଡ଼ିଶା ଓ ଛତିଶଗଡ଼ର ଟେକ୍ନିକାଲ ଟିମ୍ ଏବଂ ଲିଗାଲ ଟିମ୍ ଆଲୋଚନା କରିବେ ବୋଲି ପୂର୍ବ ଶୁଣାଣି ସମୟରେ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କହିଥିଲେ। ଦରକାର ପଡ଼ିଲେ ବୈଠକରେ CWCର ସହାୟତା ନିଆଯିବ ବୋଲି ମଧ୍ୟ ସେ କହିଥିଲେ । ତେବେ ଉଭୟ ରାଜ୍ୟ ଆଲୋଚନାର ଫଳାଫଳ ଟ୍ରିବ୍ୟୁନାଲ ପାଖରେ ଦାଖଲ କରିବେ। ୨୭ ଜୁନ୍ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।


