ଷ୍ଟେଟ୍‌ବ୍ୟାଙ୍କରୁ ଡାଟା ଲିକ୍‌: ତଦନ୍ତ ଜାରି

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ରୁ ଡାଟା ଲିକ୍ ହୋଇଥିବା ଖବର ମିଳିଛି । ଡାର୍କ ୱେବରେ ଥିବା ବ୍ୟାଙ୍କର ୩.୭୫ ଲକ୍ଷ ରେକର୍ଡ ମଧ୍ୟରୁ ୩,୮୯୭ ରେକର୍ଡ ଲିକ୍ ହୋଇଥିବା ଜଣାପଡିଛି । ଏହି ଘଟଣା ପ୍ରଘଟ ହେବା ପରେ ଦେଶ ବ୍ୟାପୀ ବ୍ୟାଙ୍କ ଉପଭୋକ୍ତାମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ବ୍ୟାଙ୍କ ପକ୍ଷରୁ ଏ ନେଇ ଅନୁସନ୍ଧାନ ଆରମ୍ଭ ହୋଇଯାଇଛି । ବୁଧବାର ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ‘ଖବର ଜଣାପଡିବା ପରେ ବ୍ୟାଙ୍କର ସାଇବର ଇନସିଡେଣ୍ଟ ରେସପନ୍‌ସକୁ ଆକ୍ଟିଭେଟ କରିଦିଆଯାଇଛି । ତେବେ ଯାହା ହୋଇଛି ସେଥିରେ ବ୍ୟାଙ୍କ କାର୍ଯ୍ୟଧାରା କୌଣସି ଭାବେ ପ୍ରଭାବିତ ହେବନାହିଁ । ଉପଭୋକ୍ତାମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ବ୍ୟାଙ୍କର ସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂର୍ବଭଳି ଜାରି ରହିଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।
ଯଦିଓ ଉପଭୋକ୍ତାମାନେ ଏ ନେଇ ଭୟ କରିବାର କିଛି କାରଣ ନାହିଁ, ତେବେ କିଛି ମାତ୍ରାରେ ସାବଧାନତା ଅବଲମ୍ବନ କରିବାକୁ ଆର୍ଥିକ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଅଜଣା ନମ୍ବରରୁ କଲ୍‌, ମେସେଜ, ଇମେଲ୍ ପାଇ ନିଜର ଓଟିପି, ପିନ୍ ବା ପାସୱାର୍ଡ କାହାକୁ ନ ଦେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ବିଶେଷଜ୍ଞମାନେ ପରାମର୍ଶ ଦେଇ କହିଛନ୍ତି ଗ୍ରାହକମାନେ ନିଜ ବ୍ୟାଙ୍କ ଆକାଉଂଟର ଟ୍ରାନ୍‌ଜାକ୍ସନ ଆଲର୍ଟକୁ ଆକ୍ଟିଭେଟ୍ କରି ରଖନ୍ତୁ, ଯାହାଫଳରେ ପ୍ରତିଟି ନେଣଦେଣ ଜାଣିପାରିବେ । ନିଜ ଆଧାର ବାଇଓମେଟ୍ରିକ୍ ଲକ୍ କରିବା ସହ ନିଜ କ୍ରେଡିଟ୍ ରିପୋର୍ଟ ଉପରେ ମଧ୍ୟ ନଜର ରଖନ୍ତୁ । ଯଦି କିଛି ଅନିୟମିତତା ଆପଣଙ୍କ ନଜରକୁ ଆସେ, ତେବେ ଭାରତର ସାଇବରକ୍ରାଇମ୍ ହେଲ୍‌ପଲାଇନ୍ ନମ୍ବର ୧୯୩୦କୁ ଡାଏଲ କରନ୍ତୁ ବା ନିକଟସ୍ଥ ଏସବିଆଇ ଶାଖାରେ ଯାଇ ରିପୋର୍ଟ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

  • Related Posts

    ଇଣ୍ଡିଆ କେମ୍ ୨୦୨୬ରେ ଶିଳ୍ପ ସମ୍ଭାବନା ପ୍ରଦର୍ଶନ କରିବ ଓଡ଼ିଶା

    ଭୁବନେଶ୍ବର: ରାସାୟନିକ ଓ ପେଟ୍ରୋକେମିକାଲ ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ଗନ୍ତବ୍ୟ ଭାବେ ପ୍ରତିଷ୍ଠା କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ରାଜ୍ୟ ସରକାର ନିଜର ଶିଳ୍ପ ସମ୍ଭାବନାକୁ ଜାତୀୟ ମଞ୍ଚରେ ଉପସ୍ଥାପନ କରିବାକୁ ଯାଉଛନ୍ତି । ଏଥିପାଇଁ…

    Continue reading
    ଆଜି ଇଣ୍ଡିଆ ମେଣ୍ଟର ଅନଲାଇନରେ ବଡ଼ ବୈଠକ

    ନୂଆଦିଲ୍ଲୀ: ଅନଲାଇନରେ ହେବ ଇଣ୍ଡିଆ ମେଣ୍ଟର ବୈଠକ । ଭୋଟ ଚୋରି ପ୍ରସଙ୍ଗରେ ଆନ୍ଦୋଳନର ରୂପରେଖ ଓ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଚାପ ପକାଇବା ପାଇଁ ଗୁରୁବାର ସନ୍ଧ୍ୟାରେ ଇଣ୍ଡିଆ ମେଣ୍ଟର ଅନଲାଇନ ବୈଠକ ଅନୁଷ୍ଠିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି