
ରାଇକିଆ:କନ୍ଧମାଳ ଜିଲା ରାଇକିଆସ୍ଥିତ ସୁଧାକିରଣ ମହାବିଦ୍ୟାଳୟରେ ‘ସମ୍ବାଦ’ ଓ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଏବଂ ଯୁବ ରେଡକ୍ରସ୍ର ମିଳିତ ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଶିବିରକୁ ଉଦ୍ଘାଟନ କରି ରକ୍ତଦାନ ଏକ ମହତ୍ ଓ ପୁଣ୍ୟ କାର୍ଯ୍ୟ ବୋଲି କହିଥିଲେ। ରକ୍ତଦାନ ଦ୍ୱାରା ଅନ୍ୟର ଜୀବନ ବଞ୍ଚାଇହେବ ବୋଲି ସେ କହିଥିଲେ।ଫୁଲବାଣୀ ରକ୍ତଭଣ୍ଡାରର ଡାକ୍ତର ଜୟଦୀପ ଘୋଷଙ୍କ ନେତୃତ୍ୱରେ ପ୍ରଶାନ୍ତ କୁମାର ରତ୍ନାଲୁ, ଶ୍ରୀକାନ୍ତ, ବରୁଣ ବେହେରା ଓ ଅର୍ଚ୍ଚନା ପ୍ରଧାନ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଶିବିରରେ ଛାତ୍ରଛାତ୍ରୀଙ୍କଠାରୁ ମୋଟ ୩୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।ଅଧ୍ୟାପକ ଡ. ସନ୍ତୋଷ କୁମାର ନାୟକ ଓ ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିଳାଞ୍ଚଳ ସାହୁ ଏବଂ ସମାଜସେବୀ ବସନ୍ତ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଯୁକ୍ତଦୁଇ ଅଧ୍ୟକ୍ଷ ଡ. ଶ୍ୟାମସୁନ୍ଦର ଡlଙ୍ଗୁଆ, ଅଧ୍ୟାପକ ଧର୍ମେନ୍ଦ୍ର ଦିଗାଲ, ଆଲୋକ ରଞ୍ଜନ ପରିଚ୍ଛା, ବିଭୂଷଣ ପ୍ରଧାନ, ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ବେହେରା, ବିଜୟଲକ୍ଷ୍ମୀ ଦୋରା, ନମିତା ମହାରଣାଙ୍କ ସମେତ ଏନ୍ଏସ୍ଏସ୍ ଓ ଯୁବ ରେଡକ୍ରସ୍ର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା




