
ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣା ନାଇଡୁ କମିସନ୍ ରିପୋର୍ଟ ହଜିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଏ.ଏସ୍ ନାଇଡୁ। ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି କହିଛନ୍ତି। ଦେଢ଼ ହଜାର ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ ହୋଇ ସରକାରଙ୍କୁ ଦିଆ ଯାଇଥିଲା। ଏହା ଚୋରି ହେବା ସହଜ କଥା ନୁହେଁ। ରିପୋର୍ଟର ଦ୍ବିତୀୟ କପି ନାହିଁ। କନ୍ଧମାଳରେ ଧର୍ମାନ୍ତିକରଣ ଜୋର ଚାଲୁଥିଲା। ତାକୁ ନେଇ ଲକ୍ଷ୍ମଣାନନ୍ଦ ସ୍ୱର ଉତ୍ତୋଳନ କରୁଥିଲେ ତାପରେ ଦଙ୍ଗା ହୋଇଥିଲା। ୨୦୧୨ରେ ନାଇଡୁ କମିସନ୍ ଦାୟିତ୍ବ ନେଇଥିଲେ ଏବଂ ୩ବର୍ଷ ଧରି ତଦନ୍ତ ହୋଇଥିଲା।
କମିସନ୍ଙ୍କ ନିକଟରେ ଅନେକ ସାକ୍ଷୀ ଦେଇଛନ୍ତି। ବହୁତ ସାକ୍ଷୀଙ୍କୁ କୋର୍ଟକୁ ଡାକି ଜେରା କରାଯାଇଛି। ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ସାକ୍ଷୀ ଦେବା ପାଇଁ ଡକା ଯାଇଥିଲା ତାଙ୍କ ସ୍ତ୍ରୀ ଆସି ସାକ୍ଷୀ ଦେଇଥିଲେ। ସବ୍ୟସାଚୀ ପଣ୍ଡା ଜେଲରେ ଥିବାରୁ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ତାଙ୍କୁ ଜେଲରୁ ଆଣି ସାକ୍ଷୀ ଦେବା ସରକାରଙ୍କ ପକ୍ଷରୁ ସମ୍ଭବ ହେଲା ନାହିଁ। ରିପୋର୍ଟ ପୁନଃଉଦ୍ଧାର କରିବା ସମ୍ଭବ ନୁହେଁ। ରିପୋର୍ଟଟି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଏ। ରିପୋର୍ଟ କୁ ସାର୍ବଜନୀନ କରିବା କଥା ତାହା କରାଯାଇନଥିବା କହିଛନ୍ତି ଜଷ୍ଟିସ ଏ.ଏସ୍ ନାଇଡୁ।


