ହିଞ୍ଜିଳି ପାଇଁ ନିଖୋଜ ହୋଇଯାଇଛନ୍ତି ନବୀନ

ଭୁବନେଶ୍ୱର: ହିଂଜିଳି… ନବୀନ ପଟ୍ଟନାୟକଙ୍କ ରାଜନୈତିକ ଗଡ଼। ଯେଉଁଠୁ ସେ ଲଗାତାର ୬ ଥର ବିଜୟୀ ହୋଇଛନ୍ତି। କିନ୍ତୁ ୨୦୨୪ ନିର୍ବାଚନ ପରେ ସତେ ଯେମିତି ହିଞ୍ଜିଳି ପାଇଁ ନିଖୋଜ ହୋଇଯାଇଛନ୍ତି ନବୀନ। ଦୁଇ ବର୍ଷରେ ମାତ୍ର ଥରଟିଏ ନିଜ ନିର୍ବାଚନମଣ୍ଡଳୀକୁ ଯାଇଛନ୍ତି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଯେତିକି, ଅସନ୍ତୋଷ ବି ସେତିକି। ଭୋଟର୍ କହିଲେଣି, ଭୋଟ୍ ନେଇ ଭୁଲିଗଲେ ନବୀନ। ସେପଟେ ବିଜେଡିର କହିବା କଥା, ଆସନ୍ତା ସେପ୍ଟେମ୍ବର କି ଅକ୍ଟୋବରରେ ନବୀନ ହିଞ୍ଜିଳି ଯାଉଛନ୍ତି।…

୨୦୨୪ ଡିସେମ୍ବର। ସାଧାରଣ ନିର୍ବାଚନର ପ୍ରାୟ ୬ ମାସ ପରେ ହିଞ୍ଜିଳି ଯାଇଥିଲେ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ହିଞ୍ଜିଳି ଓ ଶେରଗଡ଼ ବ୍ଲକରେ ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଫସଲ କିଆରି ବୁଲି ଦେଖିଥିଲେ। ହେଲେ ତା ପରଠୁ ଆଉ ଗଞ୍ଜାମ ମାଟିରେ ପାଦ ପକାଇନାହାନ୍ତି ନବୀନ। ଦେଢ ବର୍ଷରୁ ଅଧିକ ସମୟ ହେଲା ନିଜ ବିଧାୟକଙ୍କୁ ଖୋଜୁଛନ୍ତି ହିଞ୍ଜିଳିବାସୀ। କହିଛନ୍ତି, ଭୋଟ ଦେଲୁ, କିନ୍ତୁ ବିଧାୟକଙ୍କୁ ଦେଖିବାକୁ ମିଳୁନି। କେବଳ ନବୀନଙ୍କ ଅନୁପସ୍ଥିତି ନୁହେଁ…ଉନ୍ନୟନ କାମ ନେଇ ବି ଉଠିଛି ପ୍ରଶ୍ନ। କାରଣ ହିଞ୍ଜିଳିରେ ଅନେକ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡ଼ିଥିବାବେଳେ ଯୋଜନା ବି ସଠିକ ଢଙ୍ଗରେ କାର୍ୟ୍ୟକାରୀ ହୋଇପାରୁନି।

ସମସ୍ୟା ଶୁଣିବାକୁ ବିଧାୟକଙ୍କର ଦେଖାଦର୍ଶନ ମିଳୁନି। କିଛି ଅଭିଯୋଗ କରିବାକୁ ହେଲେ ଭୁବନେଶ୍ବର ନବୀନ ନିବାସ ଯିବାକୁ ପଡ଼େ। ତା ପୁଣି ହାତରୁ ୫୦୦ ଟଙ୍କା ଖର୍ଚ୍ଚ କରି, ଆଉ ୫ଟି ଗେଟ୍ ଡେଇଁ। ଏପରିକି ନବୀନ ନିବାସର ଅନୁମତି ମିଳିବା ପରେ ଯାଇ ନବୀନଙ୍କୁ ଭେଟି ହୁଏ।

ଏପଟେ ଲୋକଙ୍କ ଅଭିଯୋଗ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ପ୍ରସଙ୍ଗକୁ ନେଇ ବିଜେଡିକୁ ଘେରିଛି ବିଜେପି । ଅଭିଯୋଗ ଆଣିଛି, ହିଂଜିଳିକୁ ଅବହେଳା କରାଯାଇଛି। ବିଜେପି ସରକାର ଆସିବା ପରେ ଲୋକଙ୍କ କାମ ହେଉଛି। ଜବାବରେ ବିଜେଡି କହିଛି, ହିଞ୍ଜିଳିବାସୀଙ୍କ ପାଇଁ ନବୀନ ନିବାସ ଦୁଆର ସବୁବେଳେ ଖୋଲା। ସେପଟେମ୍ୱର ଶେଷ କିମ୍ୱା ଅକଟୋବର ପ୍ରଥମ ସପ୍ତାହରେ ନବୀନ ହିଂଜିଳି ଆସିବା କାର୍ୟ୍ୟକ୍ରମ ରହିଛି।

୨୦୦୦ ମସିହାରୁ ନବୀନଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଆସିଛି ହିଞ୍ଜିଳି। ଏଇଠୁ ନିର୍ବାଚିତ ହୋଇ ୫ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ। ୨୦୨୪ ନିର୍ବାଚନରେ ପୂରା ଗଞ୍ଜାମ ବିଜେଡିକୁ ପ୍ରତ୍ୟାଖ୍ୟାନ କରିଥିବାବେଳେ କେବଳ ହିଞ୍ଜିଳିବାସୀ ହିଁ ନବୀନଙ୍କ ସମ୍ମାନ ରଖିଥିଲେ। ତେବେ ବିଜେଡି ସରକାରର ୨୪ ବର୍ଷରେ ହିଞ୍ଜିଳି-ଶେରଗଡ଼ ପାଇଁ ଅନେକ ଯୋଜନା ଆଜି ବି ଘୋଷଣାରେ ଅଟକି ରହିଛି।

ଗୋଟିଏ ପଟେ ବିକାଶ ବାଟବଣା ଓ ଅନ୍ୟପଟେ ବିଧାୟକଙ୍କର ଦେଖାଦର୍ଶନ ନମିଳିବାକୁ ନେଇ ଏକପ୍ରକାର ହତାଶ ହୋଇପଡ଼ିଛନ୍ତି ହିଞ୍ଜିଳିବାସୀ। ତେବେ ତମାମ ଅଭିଯୋଗ ନେଇ ନବୀନଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି।

  • Related Posts

    ସଂସଦର ସମୟ ନଷ୍ଟ ହେବା ଯୋଗୁଁ ୨୧୬ କୋଟି କ୍ଷତି : ଅପରାଜିତା

    ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ…

    Continue reading
    ବିଜେପି ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି

    ଭୁବନେଶ୍ୱର: କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି “ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ