୧୬ବର୍ଷରୁ କମ୍ ପିଲାଙ୍କୁ ସୋସିଆଲ ମିଡିଆ ନିଷିଦ୍ଧ

ଲଣ୍ଡନ : ବ୍ରିଟେନ ସରକାର ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପିଲାମାନଙ୍କୁ ସେମାନଙ୍କର ପିଲାଦିନ ଫେରାଇ ଦେବା ଏବଂ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସରକାର ଏପରି ନିଷ୍ପତ୍ତି ନେଇଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ କୈର ଷ୍ଟାର୍ମର କହିଛନ୍ତି।ନୂଆ ନିୟମ ଅନୁଯାୟୀ ଟିକ୍‌ଟକ, ଇନଷ୍ଟାଗ୍ରାମ, ସ୍ନାପଚାଟ୍‌, ୟୁଟ୍ୟୁବ୍‌, ଫେସବୁକ୍‌ ଓ ଏକ୍ସ ଭଳି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ୧୬ ବର୍ଷରୁ କମ୍ ପିଲାମାନେ ଆଉ ବ୍ୟବହାର କରିପାରିବେ ନାହିଁ। ବନ୍ଧୁ ଓ ପରିବାର ସହ ଯୋଗାଯୋଗରେ ରହିବା ପାଇଁ ହ୍ବାଟ୍ସଆପ୍‌ ଏବଂ ସିଗ୍ନାଲ ଭଳି ମେସେଜିଂ ଆପ୍ ଗୁଡ଼ିକୁ ଏହି ନିଷେଧାଦେଶରୁ ବାଦ୍ ଦିଆଯାଇଛି। ତା’ ସହିତ ଶିକ୍ଷା ସମ୍ପର୍କିତ ୱେବସାଇଟ୍ ମଧ୍ୟ ଖୋଲା ରହିବ। ଅନଲାଇନ୍ ଗେମିଂ ପ୍ଲାଟଫର୍ମଗୁଡ଼ିକରେ ପିଲାମାନେ ଯେପରି କୌଣସି ଅଜଣା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କିମ୍ବା ଲାଇଭ୍-ଷ୍ଟ୍ରିମିଂ କରିପାରିବେ ନାହିଁ ସେଥିପାଇଁ କଡ଼ା ନିୟମ ଅଣାଯାଉଛି। ସରକାର ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ସମ୍ପର୍କିତ ଆଇନ ସଂସଦରେ ଗୃହୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ୨୦୨୭ ସୁଦ୍ଧା ଏହା ସାରା ଦେଶରେ ଲାଗୁ ହେବ। ବୟସ ଯାଞ୍ଚ କରିବା ପାଇଁ କଡ଼ା ଡିଜିଟାଲ୍ ବ୍ୟବସ୍ଥା ଗ୍ରହଣ କରାଯିବ। ଏହି ନିଷ୍ପତ୍ତି ପୂର୍ବରୁ ସରକାର ଏକ ସର୍ଭେ କରିଥିଲେ ଯେଉଁଥିରେ ୯୦% ପିତାମାତା ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ନିଷିଦ୍ଧ କରିବା ସପକ୍ଷରେ ମତ ଦେଇଥିଲେ।

  • Related Posts

    NEET ପୁନଃପରୀକ୍ଷା : ଟେଲିଗ୍ରାମ ଉପରେ ଲାଗିଲା କଟକଣା

    ନୂଆଦିଲ୍ଲୀ: କେନ୍ଦ୍ର ସରକାର NEET-UG ପୁନଃପରୀକ୍ଷା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁନ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମ ବ୍ୟବହାର ଉପରେ ଏକ ଅସ୍ଥାୟୀ କଟକଣା ଜାରି କରାଯାଇଛି। ଏହି ନିଷ୍ପତ୍ତିର ଲକ୍ଷ୍ୟ ହେଉଛି ପରୀକ୍ଷା ସୁରକ୍ଷିତ ଭାବରେ ପରିଚାଳନା ହେବା…

    Continue reading
    ଅଭିନେତ୍ରୀ ସଞ୍ଚିତାଙ୍କ ଆତ୍ମହତ୍ୟା

    ମୁମ୍ବଇ : ଟେଲିଭିଜନ ଓ ଚଳଚ୍ଚିତ୍ର ଅଭିନେତ୍ରୀ ସଞ୍ଚିତା ଉଗଲେ ମୁମ୍ବଇର ନାଲାସୋପାରା ଅଞ୍ଚଳରେ ଥିବା ସାଇ ସନ୍ତୋଷୀ ଆପାର୍ଟମେଣ୍ଟସ୍ଥିତ ନିଜ ବାସଭବନରେ ରବିବାର ଆତ୍ମହତ୍ୟା କରିଥିବା ପୁଲିସ ତରଫରୁ ସୂଚନା ମିଳିଛି। ସଞ୍ଚିତା ‘କୁମ୍‌କୁମ୍‌ ଭାଗ୍ୟ’ ଓ ‘ୱାଗଲେ କି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ