ଆଜି କାର୍ତ୍ତିକ ପୂର୍ଣ୍ଣିମା

ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ପଞ୍ଚକର ଶେଷ ଦିନରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଆଜି ରାଜାରାଜେଶ୍ୱର ବେଶ ବା ସୁନା ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଭୋରରୁ ଦ୍ୱାରଫିଟା ପରେ ନୀତିକାନ୍ତି ବଢିବା ସହ ସୁରୁଖୁରୁରେ ସର୍ବସାଧାରଣ ଦର୍ଶନ ଚାଲିଛି । ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି । ମହାପ୍ରଭୁ ପ୍ରତିବର୍ଷ ୫ଥର ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । କାର୍ତ୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ସୁନାବେଶ ହେଉଛି ଐଶ୍ୱର୍ୟ୍ୟର ବେଶ । ଆଜିର ଦିନରେ ଅତୀତରେ ଓଡ଼ିଆ ସାଧବ ପୁଅମାନେ ମହାପ୍ରଭୁଙ୍କୁ ସ୍ମରଣ କରି ବିଦେଶକୁ ବୋଇତ ନେଇ ବାଣିଜ୍ୟ କରି ବିପୁଳ ଧନ ରତ୍ନ ଆଣି ମହାପ୍ରଭୁଙ୍କୁ ସମର୍ପିତ କରୁଥିଲେ ।

ଆଜି କେବଳ ସିଂହଦ୍ୱାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଥିବା ବେଳେ ତିନି ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ମାର୍କେଟ ଛକଠାରୁ ବ୍ୟାରିକେଡ କରାଯାଇଛି । ପ୍ରଶାସନ ଓ ପୁଲସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ପାଇଁ ୪୦ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

  • Related Posts

    ଦଡୀଙ୍ଗିଆ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭…

    Continue reading
    ବାଲିଘାଟରୁ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ

    ଦେବଗଡ଼:ଗତ ଜୁନ ମାସ ୨୧ ତାରିଖ ଦିନ ରାତିରେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନାର ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ