ଏସିଏଫ୍ ଓ ରେଞ୍ଜରଙ୍କ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ବନ ବିଭାଗର ସହକାରୀ ବନ ସଂରକ୍ଷକ (ଏସିଏଫ୍) ଓ ରେଞ୍ଜରଙ୍କ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି । ମୋଟ ୬୧ଜଣ ଏସିଏଫ୍ ବିଭିନ୍ନ ବନଖଣ୍ଡକୁ ବଦଳି ହୋଇଛନ୍ତି । ସେହିପରି ୧୨୪ ଜଣ ରେଞ୍ଜରଙ୍କୁ ମଧ୍ୟ ବିଭିନ୍ନ ପଦବିରେ ଅବସ୍ଥାପିତ କରାଯାଇଛି । ଏନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ବ୍ରହ୍ମପୁର ସାମନ୍ତିପାଲି ବନାଞ୍ଚଳର ଏସିଏଫ୍ ମନୋଜ କୁମାର ପାତ୍ର, ଚନ୍ଦକା ବନଖଣ୍ଡର ଏସିଏଫ୍ ସଂଗ୍ରାମ ମହାନ୍ତି, ଭୁବନେଶ୍ୱର ସିଟି ଡିଭିଜନର ଉତ୍ତର କୁମାର ଗଡ଼ନାୟକ, ସମ୍ବଲପୁର ମଣ୍ଡଳର ଯଶବନ୍ତ କରାଳି ଓ ଚମ୍ପୁଆ ବନାଞ୍ଚଳର ଅକ୍ଷୟ ଛତ୍ରିଆଙ୍କୁ ଓଡି଼ଶା ବନ ଉନ୍ନୟନ ନିଗମରେ ଭାରପ୍ରାପ୍ତ ଖଣ୍ଡୀୟ ପରିଚାଳକ ଦାୟିତ୍ୱ ମିଳିଛି । ଆଉ କିଛି ଏସିଏଫ୍‌ଙ୍କ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ସିଲଭିକଲ୍ଚର୍ ବନଖଣ୍ଡ, ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର (ଆର୍ପିଆରସି), ବନ ପ୍ରଶିକ୍ଷଣ ବିଦ୍ୟାଳୟ (ଏଫ୍ଟିଏସ୍), ଓଡିଶା ବନ ରେଞ୍ଜର ମହାବିଦ୍ୟାଳୟ (ଓଏଫ୍ଆରସି) ଓ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ (ଭିଜିଲାନ୍ସ)ର ବନ ସଂସ୍ଥା ୱିଙ୍ଗକୁ ବଦଳି କରାଯାଇଛି ।
ସେହିପରି ଅନୁଗୁଳ (କେନ୍ଦୁପତ୍ର) ବନଖଣ୍ଡରେ ଏସିଏଫ୍ ଥିବା ସୁଶାନ୍ତ କୁମାର ଜେନାଙ୍କୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିଲା । ତାଙ୍କର ଏହି ବଦଳି ଆଦେଶକୁ ବାତିଲ କରାଯାଇଛି । ସେ ପ୍ରଶାସନିକ ଭିତ୍ତିଭୂମି ଉପରେ ପୂର୍ବଭଳି ଅନୁଗୁଳ (କେନ୍ଦୁପତ୍ର) ବନଖଣ୍ଡରେ ଏସିଏଫ ଭାବେ ଦାୟିତ୍ୱ ତୁଲାଇବେ ।

  • Related Posts

    କ୍ରୁଜ ମିସାଇଲ- LRLACMର ସଫଳ ପରୀକ୍ଷଣ

    ଚାନ୍ଦିପୁର: ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା । ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଦୂରଗାମୀ ଆକ୍ରମଣାତ୍ମକ କ୍ରୁଜ ମିସାଇଲ- LRLACM ର ସଫଳ ପରୀକ୍ଷଣ । ଗତକାଲି ଓଡ଼ିଶାର ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ବୀପରୁ ଏହି କ୍ଷେପଣସାସ୍ତ୍ରର…

    Continue reading
    ବନ୍ଧା ହେଲେ ରସିକିଆ ପ୍ରଫେସର

    ରାଜଧାନୀରୁ ବନ୍ଧା ହେଲେ ରସିକିଆ ପ୍ରଫେସର । ଛାତ୍ରୀଙ୍କୁ ସେକ୍ସୁଆଲ ଫେଭର ମାଗିବା ମହଙ୍ଗା ପଡିଲା। ଅଭିଯୁକ୍ତ ପ୍ରଫେସର ହେଲେ ଅଜିତ ଗୁପ୍ତା । ସେ ଜଣେ ଭେଟେରେନାରି ଛାତ୍ରୀଙ୍କୁ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ