‘ଗୋଟେ ଦିନ ମୋ ଗାଁ ପାଇଁ’ ଅଭିଯାନର ଉଦ୍‌ଯାପନୀ ଦିବସ, ସ୍ୱଚ୍ଛ ଗାଁ, ସୁନ୍ଦର ଗାଁ ଗଠନ ପାଇଁ ସାମୂହିକ ପ୍ରୟାସ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଗୋଟେ ଦିନ ମୋ ଗାଁ ପାଇଁ’ ଅଭିଯାନ ଅନୁଷ୍ଠିତ ହୋଇଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗ୍ରାମପଞ୍ଚାୟତର ବିଭିନ୍ନ ୱାର୍ଡରେ କ୍ରମାଗତ ୬ ଦିନ ଧରି ଚାଲିଥିବା ଏହି ଅଭିଯାନର ଉଦ୍‌ଯାପନୀ ଦିବସରେ ସ୍ଥାନୀୟ କାଟାପଲ୍ଲୀ ୱାର୍ଡ ରେ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ସବ୍ୟସାଚୀ ସାହୁ ଯୋଗଦେଇ ପରିଚ୍ଛନ୍ନତା ଓ ଜନସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ରାଇକିଆ ଗ୍ରାମପଞ୍ଚାୟତର ବିଭିନ୍ନ ୱାର୍ଡରେ ପରିବେଶ ପରିଚ୍ଛନ୍ନତା, ସୌନ୍ଦର୍ଯ୍ୟକରଣ ସହ ପିଏମ୍‌ ସୂର୍ଯ୍ୟଘର: ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ଅଭିଯାନରେ ରାସ୍ତା ପାର୍ଶ୍ୱରେ ଥିବା ଅନାବନା ଲଟା ବୁଦା ସଫା କରାଯିବା ସହ ବିଭିନ୍ନ ସାର୍ବଜନୀନ ସ୍ଥାନ, କୂଅ, ନଳକୂଅ ଓ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡି ଗୃହ ପରିସର ସଫେଇ କରାଯାଇଥିଲା। ଏଥିସହ ରାସ୍ତା ପାର୍ଶ୍ୱ, ସର୍ବସାଧାରଣ ଅନୁଷ୍ଠାନ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ‘ବ୍ଲାକ୍ ସ୍ପଟ୍’ ଓ ‘ଗ୍ରେ ସ୍ପଟ୍’ ଚିହ୍ନଟ କରାଯାଇ ସେଗୁଡ଼ିକର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହି ଅଭିଯାନରେ ରାଇକିଆ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକ, ନାଏବ ସରପଞ୍ଚ ନିଥନିୟେଲ ନାୟକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶିବସମ୍ଭୁ ଗୌଡ଼, ରାଇକିଆ ବ୍ଲକ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ,ଭାଜପା ଜିଲ୍ଲା ଉପସଭାପତି ଝୁଲିମା ଦଳବେହେରା, ୱାର୍ଡ ସଭ୍ୟ ମିଟୁ ବିଶ୍ୱାଳ, ବିପିନ ବିହାରୀ ପଣ୍ଡା, ବିଜୟ ନାୟକ ଓ ବାବୁଲା ପଟ୍ଟନାୟକଙ୍କ ସମେତ ଟିପିଏସ୍‌ଓଡିଏଲ୍‌ର କନିଷ୍ଠ ଯନ୍ତ୍ରୀ ଶ୍ରବଣ କୁମାର ନାୟକ, ରାଜକିଶୋର ପରିଛା, ଅଭିମନ୍ୟୁ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ। ଏଥିସହ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟl, ବରିଷ୍ଠ ନାଗରିକ, ଅଙ୍ଗନବାଡ଼ି କର୍ମୀ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ମେଟ୍‌ ଓ ବହୁ ସଂଖ୍ୟକ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ।ସଫେଇ କାର୍ଯ୍ୟ ପରେ ଅନୁଷ୍ଠିତ ସଚେତନତା ବୈଠକରେ ସରପଞ୍ଚ ଗୀତାଞ୍ଜଳି ନାୟକ ପରିବେଶ ସୁରକ୍ଷା ଓ ପରିଚ୍ଛନ୍ନତାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ।
ଏହି ଅଭିଯାନ ମାଧ୍ୟମରେ ଗାଁର ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ନବୀକରଣୀୟ ଶକ୍ତିର ବ୍ୟବହାର ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ରିପୋର୍ଟର : ଦୁତି କୃଷ୍ଣ ପଣ୍ଡା

  • Related Posts

    ଦଡୀଙ୍ଗିଆ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭…

    Continue reading
    ବାଲିଘାଟରୁ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ

    ଦେବଗଡ଼:ଗତ ଜୁନ ମାସ ୨୧ ତାରିଖ ଦିନ ରାତିରେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନାର ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ