
ଦେବଗଡ଼:କଳାମାଟି ସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଜାତୀୟ କୃମିନାଶକ ଦିବସ ପାଳିତ ହୋଇଛି। ସିଡିଏମଓ ଡା.ସଂଘମିତ୍ରା ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟଅତିଥି,ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର ପୁହାଣ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତୀ ପ୍ରଧାନ,ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର,ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା.ପ୍ରଭାତ ଓଝା, ଡା.ବଂଶୀଧର ପାତ୍ର ଓ ବିଦ୍ୟାଳୟର ଅଧ୍ୟକ୍ଷ ଡୋମନ ଏକ୍କା ସମ୍ମାନିତ ଅତିଥି ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଦେବଗଡ ଜିଲ୍ଲାରେ ଶତପ୍ରତିଶତ ପିଲା ଯେପରି କୃମିନାଶକ ଔଷଧ ସେବନ କରିବେ ଏହା ଉପରେ ଗୁରୁତ୍ବାରୋପ କରିଥିଲେ। ଏହାସହିତ ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର,ସ୍କୁଲ ଓ କଲେଜରେ କୃମି ନାଶକ ବଟିକା ଓ ସିରପ ମାଗଣାରେ ଦିଆଯିବ। ପରେ ପରେ ଏକଲବ୍ୟ ଆବାସିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲପାଳ ଶ୍ରୀ ସାହୁ କୃମି ବଟିକା ଖୁଆଇ ଥିଲେ।କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ସହକାରୀ ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଅମରେଶ ଶତପଥି ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ଡିପିଏମ ସୁଶାନ୍ତ ପ୍ରହରାଜ, ଡିଆଇପିଆରଓ ମନୋରଞ୍ଜନ ସୂତାରଙ୍କ ସମେତ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ଏବଂ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।




