ଦୂର ହେଲା ୫ କେଜି ଗ୍ୟାସ ସମସ୍ୟା; ଏଣିକି ପେଟ୍ରୋଲ ପମ୍ପରେ ବି ଭରି ପାରିବେ ଟାଙ୍କି

ଭୁବନେଶ୍ୱର: ୫ କେଜି ଗ୍ୟାସ ବିତରଣ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଜେନାଙ୍କ ବଡ଼ ସୂଚନା । ଏଣିକି ୫ କେଜି ଏଲପିଜି ଗ୍ୟାସ ମିଳିବାରେ ସମସ୍ୟା ରହିବ ନାହିଁ । ପ୍ରଚୁର ମାତ୍ରାରେ ଉପଲବ୍ଧ ହେବ। ଗ୍ୟାସ କମ୍ପାନୀମାନେ ୫ କେଜି ଏଲପିଜି ଗ୍ୟାସ ଉପଲବ୍ଧ କରାଇବେ । ଏପରିକି ପେଟ୍ରୋଲ ପମ୍ପରେ ବି ମିଳିବ ୫ କେଜିଆ ଗ୍ୟାସ । ଯୋଗାଣ ମନ୍ତ୍ରୀ କହିଛନ୍ତି, ୫କେଜି ଗ୍ୟାସକୁ ନେଇ ଦ୍ବନ୍ଦ୍ୱ ସୃଷ୍ଟି ହୋଇଥିଲା। ଆମେ ତାକୁ ଦୂର କରିବୁ। ୫ କେଜିଆ ଏଲପିଜି ଗ୍ୟାସ ପ୍ରଚୁର ମାତ୍ରାରେ ଉପଲବ୍ଧ ହେବ। ଗ୍ୟାସ କମ୍ପାନୀମାନେ ଉପଲବ୍ଧ କରାଇବେ। ଭାରତ ସରକାରଙ୍କର ଫ୍ରି ଟ୍ରେଡ଼ ଏଲପିଜି ସ୍କିମ ମାଧ୍ୟମରେ ଏହା ଉପଲବ୍ଧ ହେବ। କେବଳ ଆଇଡେଣ୍ଟିଟି କାର୍ଡ ଦେଖେଇକି ଏହାକୁ ନେଇପାରିବେ। ୫କେଜି ଗ୍ୟାସ ନେବା ପାଇଁ ୧୫୩୭ ଟଙ୍କା ଦେବାକୁ ପଡ଼ିବ। ରିଫିଲ ପାଇଁ ୫୯୩ ଟଙ୍କା ଦେବାକୁ ପଡିବ। କେବଳ କମ୍ପାନୀ ସିଲିଣ୍ଡର ହିଁ ଫିଲ ହେବ। ବାହାର ସିଲିଣ୍ଡର ହୋଇପାରିନି। ଆଇଓସିଏଲ, ଏଚ ପିସିଏଲ, ବିପିସିଏଲ ହିଁ ନେଇପାରିବେ। ଯେକୌଣସି ସ୍ଥାନରୁ ଚାହିଁଲେ ନେଇପାରିବେ। ଯେଉଁ ଏଜେନ୍ସି କଲବଜାରୀ କରିବେ, ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯିବ। ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ଦିଆଯାଉଛି। ସେଠୁ ବି ନେଇପାରିବେ। ରିଫିଲ ପାଇଁ କୌଣସି ଦୈନିକ କଟକଣା ନାହିଁ। ପେଟ୍ରୋଲ ପମ୍ପରେ ବି ମିଳିପାରିବ ବୋଲି କହିଛନ୍ତି ମନ୍ତ୍ରୀ ।
ସେହିପରି ଆଇଓସିଏଲ ମୁଖ୍ୟ କମଲ ସିଲ କହିଛନ୍ତି, ରାଜ୍ୟରେ ଏଲପିଜିର ଅଭାବ ନାହିଁ। ପ୍ରଚୁର ପରିମାଣରେ ଗ୍ୟାସ ଷ୍ଟକ୍ ଅଛି। ସମଗ୍ର ଦେଶରେ କୌଣସି ପ୍ରକାର ସଂକଟ ହେବ ନାହିଁ। ହୋମ ଡେଲିଭେରୀ ଚାଲିଛି, ବୁକିଂ ପରେ ୫ ରୁ ୬ ଦିନ ଭିତରେ ଘରେ ପହଞ୍ଚୁଛି ଗ୍ୟାସ ସିଲିଣ୍ଡର। ଗ୍ରାହକମାନେ ୨୫ ଦିନ ପରେ ପୁଣିଥରେ ବୁକିଂ କରିପାରିବେ। ୭ ଦିନ ମଧ୍ୟରେ ଗ୍ୟାସ ନ ପହଞ୍ଚିଲେ ଅଭିଯୋଗ କରିବାକୁ କହିଛନ୍ତି ଆଇଓସିଏଲ ମୁଖ୍ୟ ।
ସେ ଆହୁରି କହିଛନ୍ତି, ‘୫ କେଜି ସିଲିଣ୍ଡରର କୌଣସି ଅଭାବ ନାହିଁ । ଆଇଡି କାର୍ଡ ଦେଖାଇ କ୍ୟାମ୍ପ ଓ ପେଟ୍ରୋଲ ପମ୍ପରୁ ଛାତ୍ରଛାତ୍ରୀ, ଦିନ ମଜୁରିଆ ଗ୍ୟାସ ନେଇପାରିବେ । କଲେଜ, ଶିଳ୍ପାଞ୍ଚଳ ଓ ବିଭିନ୍ନ ସ୍ଥାନରେ କ୍ୟାମ୍ପ ଲଗାଇ ଛୋଟ ସିଲିଣ୍ଡର ବଣ୍ଟନ ବ୍ୟବସ୍ଥା କରାଯାଇଛି। ପ୍ଲାଣ୍ଟରେ ପୂର୍ବରୁ ଗ୍ୟାସ ରିଫିଲ୍ କରି ମହଜୁତ ରଖାଯାଇଛି, ଡୋମେଷ୍ଟିକ୍ ଗ୍ୟାସ ଯୋଗାଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।

  • Related Posts

    ଦଡୀଙ୍ଗିଆ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭…

    Continue reading
    ବାଲିଘାଟରୁ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ

    ଦେବଗଡ଼:ଗତ ଜୁନ ମାସ ୨୧ ତାରିଖ ଦିନ ରାତିରେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନାର ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ