ଧାରଣାରେ ବସିବେ ରାଜଧାନୀର ସଫେଇ କର୍ମଚାରୀ

ଭୁବନେଶ୍ୱର: ବିଏମ୍‌ସିର ଶ୍ରମିକ ମାରଣ ନୀତି ବିରୋଧରେ ରାଜଧାନୀର ସଫେଇ ମଜଦୁର ସଂଘ ଆନ୍ଦୋଳନ ଡାକରା ଦିଆଯାଇଛି । ଦରମା ବୃଦ୍ଧି ଓ ବୋନସ ଦାବିରେ ଆସନ୍ତା ମଙ୍ଗଳବାରଠୁ ଅନର୍ଦ୍ଧିଷ୍ଟ କାଳ ଯାଏ ଝାଡୁ଼ ବନ୍ଦ ଆନ୍ଦୋଳନ ଚାଲିବ ।

ଧାରଣାରେ ବସିବେ ସଫେଇ କର୍ମଚାରୀ । ପ୍ରାୟ ୫ ହଜାର ସଫେଇ କର୍ମଚାରୀ ଏହି ନିଷ୍ପତ୍ତି ନେଇଛନ୍ତି । ସଂଘ ପକ୍ଷରୁ ଚାରି ଦଫା ଦାବି ରହିଛି । ମୃତ୍ୟୁ ପରେ ଅନୁଦାନ, ଇପିଏଫ୍‌, ଇଏସ୍‌ଆଇ ଓ ଦରମା ବୃଦ୍ଧି ସାଙ୍ଗକୁ ସଫେଇ କର୍ମଚାରୀଙ୍କୁ ବୋନସ ଦେବାକୁ ଦାବି କରାଯାଇଛି । ଏଥିରେ ଜାଗୃତି, ଗ୍ରୀନ ସର୍କଲ, ପିଏଚଆର୍‌, ପିଏମଆର, ଆୱାର ଲ୍ୟାଣ୍ଡ, ହର୍ସବର୍ଦ୍ଧନ, ଲାୟନ୍ସ, ପ୍ରତ୍ୟୁଷ ଓ ସୁଲଭ ଏଜେନ୍ସି ଅଧୀନରେ କାର୍ୟ୍ୟ କରୁଥିବା ସଫେଇ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହେବେ ।

ସୂଚନାଯୋଗ୍ୟ, ଗତବର୍ଷ ପ୍ରଥମ ଥର ପାଇଁ ବିଏମ୍‌ସି ପକ୍ଷରୁ ବୋନସ ମିଳିଥିଲା । କିନ୍ତୁ ଚଳିତ ବର୍ଷ ବୋନସ ନ ଦେବାକୁ ବିଏମ୍‌ସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତ । ଗୋଟିଏ ପଟେ ସାମାଜିକ ସୁରକ୍ଷା ମିଳୁନଥିବା ବେଳେ ବିଏମ୍‌ସିର ଏଭଳି ଶ୍ରମିକ ମାରଣ ନୀତି ବିରୋଧରେ ଆସନ୍ତାକାଲି ସଫେଇ କାମ ସାରି ଧାରଣାରେ ବସିବାକୁ ସଂଘ ନିଷ୍ପତ୍ତି ନେଇଛି ।

  • Related Posts

    ଦଡୀଙ୍ଗିଆ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭…

    Continue reading
    ବାଲିଘାଟରୁ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ

    ଦେବଗଡ଼:ଗତ ଜୁନ ମାସ ୨୧ ତାରିଖ ଦିନ ରାତିରେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନାର ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ