ନେପାଳ ସରକାରଙ୍କ ୩ ମନ୍ତ୍ରୀଙ୍କ ଇସ୍ତଫା

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ଉପରେ ପ୍ରତିବନ୍ଧକ ହଟିବା ପରେ ବି ନେପାଳରେ ହିଂସା ଥମିବାର ନା ନେଉନି । ଏହାରି ଭିତରେ ନେପାଳ ସରକାରଙ୍କ ୩ଜଣ ମନ୍ତ୍ରୀ ଇସ୍ତଫା ଦେଇସାରିଲେଣି । ତଥାପି ହିଂସା ଥମିନାହିଁ । ଆଜି ବି ରାଜଧାନୀ କାଠମାଣ୍ଡୁ ଜଳୁଛି । ନେପାଳ ସରକାର ଫେସବୁକ୍‍, ହ୍ୱାଟ୍ସଆପ୍‍, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡ଼ିଆ ଆପ୍‍ ଉପରେ ରୋକ୍‍ ଲଗାଇବାରୁ ଏହାକୁ ବିରୋଧ କରି ପ୍ରତିବାଦ କରିଥିଲେ ଯୁବପୀଢି । ପ୍ରତିବାଦ ଏତେ ହିଂସାତ୍ମକ ହୋଇଗଲା ଯେ ପୁଲିସକୁ ଲୁହ ବୁହା ଗ୍ୟାସ୍‍ ସେଲ୍‍ ଫୁଟାଇବାକୁ ପଡିଥିଲା । ଆଜି ମଧ୍ୟ ବହୁ ସଂଖ୍ୟକ ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ଥଫା ଦାବି କରୁଛନ୍ତି ।
ଏହି ସମୟରେ ସୂଚନା ମିଳୁଛି ଯେ ନେପାଳର ପ୍ରଧାନମନ୍ତ୍ରୀ ଦେଶ ଛାଡି ଦୁବାଇ ଯାଇପାରନ୍ତି । କୁହାଯାଉଛି ଯେ ସେ ଚିକିତ୍ସା ବାହାନା କରି ଦୁବାଇ ଯିବାକୁ ଯୋଜନା କରୁଛନ୍ତି । କାରଣ ତାଙ୍କ ବିରୋଧରେ ବିକ୍ଷୋଭ ଏତେ ହିଂସାତ୍ମକ ହୋଇଗଲାଣି ଯେ ପୁଲିସ ନେତାମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହେଲା ଭଳି ମନେ ହେଉଛି ।ନେପାଳରେ ରହୁଥିବା ଭାରତୀୟ ନାଗରିକଙ୍କ ସମ୍ପର୍କରେ ଏକ ସତର୍କତା ଜାରି କରାଯାଇଛି । ନେପାଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ପଦକ୍ଷେପ ଏବଂ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

  • Related Posts

    NEET ପୁନଃପରୀକ୍ଷା : ଟେଲିଗ୍ରାମ ଉପରେ ଲାଗିଲା କଟକଣା

    ନୂଆଦିଲ୍ଲୀ: କେନ୍ଦ୍ର ସରକାର NEET-UG ପୁନଃପରୀକ୍ଷା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁନ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମ ବ୍ୟବହାର ଉପରେ ଏକ ଅସ୍ଥାୟୀ କଟକଣା ଜାରି କରାଯାଇଛି। ଏହି ନିଷ୍ପତ୍ତିର ଲକ୍ଷ୍ୟ ହେଉଛି ପରୀକ୍ଷା ସୁରକ୍ଷିତ ଭାବରେ ପରିଚାଳନା ହେବା…

    Continue reading
    ଅଭିନେତ୍ରୀ ସଞ୍ଚିତାଙ୍କ ଆତ୍ମହତ୍ୟା

    ମୁମ୍ବଇ : ଟେଲିଭିଜନ ଓ ଚଳଚ୍ଚିତ୍ର ଅଭିନେତ୍ରୀ ସଞ୍ଚିତା ଉଗଲେ ମୁମ୍ବଇର ନାଲାସୋପାରା ଅଞ୍ଚଳରେ ଥିବା ସାଇ ସନ୍ତୋଷୀ ଆପାର୍ଟମେଣ୍ଟସ୍ଥିତ ନିଜ ବାସଭବନରେ ରବିବାର ଆତ୍ମହତ୍ୟା କରିଥିବା ପୁଲିସ ତରଫରୁ ସୂଚନା ମିଳିଛି। ସଞ୍ଚିତା ‘କୁମ୍‌କୁମ୍‌ ଭାଗ୍ୟ’ ଓ ‘ୱାଗଲେ କି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ