ପ୍ରତିରକ୍ଷା ସଚିବଙ୍କୁ ବିଦା କଲା ଆମେରିକା

ୱାଂଶିଟନ୍:ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ଇରାନ ସହ ଯୁଦ୍ଧ ମଝିରେ ସେନାମୁଖ୍ୟଙ୍କୁ ବିଦା କଲା ଆମେରିକା।ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ଜର୍ଜଙ୍କୁ ତୁରନ୍ତ ଅବସର ନେବାକୁ କହିଛନ୍ତି। କ୍ରିଷ୍ଟୋଫର ଲାନିଭ ନୂତନ ସେନାମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିବେ। ପେଣ୍ଟାଗନ ନିଶ୍ଚିତ କରିଛି ଯେ. ପ୍ରତିରକ୍ଷା ସଚିବ ସେନାର ସର୍ବୋଚ୍ଚ ପଦାଧିକାରୀଙ୍କୁ ପଦ ଛାଡିବାକୁ କହିଛନ୍ତି। ତାଙ୍କୁ ହଟାଇବାର ସଠିକ କାରଣ ଏପର୍ୟ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ।

ସୂଚନା ଯୋଗ୍ୟ ପିଟ ହେଗସେଥ ପଦ ଗ୍ରହଣ କରିବା ପରଠାରୁ ସେନା ଭିତରେ ବଡ଼ ପରିବର୍ତ୍ତନ କରୁଛନ୍ତି। ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ନୀତି ସହିତ ସାମରିକ ବ୍ୟବସ୍ଥାକୁ ପୁନଃସଜ୍ଜିତ କରିବାକୁ ଚାହାଁନ୍ତି।
ଜେନେରାଲ ରେଣ୍ଡି ଜର୍ଜ ଜଣେ ଅଭିଜ୍ଞ ସାମରିକ ଅଧିକାରୀ। ସେ ୱେଷ୍ଟ ପଏଣ୍ଟ ମିଲିଟାରୀ ଏକାଡେମୀର ସ୍ନାତକ ଏବଂ ଗଲ୍ଫ ଯୁଦ୍ଧରେ, ଇରାକ ଏବଂ ଆଫଗାନିସ୍ତାନରେ ମଧ୍ୟ ସେବା କରିଥିଲେ। ତାଙ୍କୁ ୨୦୨୩ରେ ସେନା ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା। ଏହି ପଦବୀ ସାଧାରଣତଃ ଚାରି ବର୍ଷ ପାଇଁ ରହିଥିଲା। ପୂର୍ବରୁ ସେ ସେନାର ଡେପୁଟି ଚିଫ ଅଫ ଷ୍ଟାଫ ଭାବରେ କାର୍ୟ୍ୟ କରିଥିଲେ।

  • Related Posts

    ଝାଡ଼ଖଣ୍ଡରେ ଜିଦରେ ଅଟଳ ଛାତ୍ରଛାତ୍ରୀ, ଆଜି ବିଧାନସଭା ଘେରାଉ

    ରାଞ୍ଚି (ଝାଡ଼ଖଣ୍ଡ): JPSC ଏବଂ JSSC ପରୀକ୍ଷାରେ ଅନିୟମିତତା ବିରୋଧରେ ଦୀର୍ଘ 17 ଦିନ ଧରି ଝାଡ଼ଖଣ୍ଡରେ ଛାତ୍ର ଅନ୍ଦୋଳନ ଚାଲିଛି । ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ସରକାର ଓ ଛାତ୍ରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିନାହିଁ । ଛାତ୍ରଛାତ୍ରୀମାନଙ୍କ…

    Continue reading
    ହେମନ୍ତ ସୋରେନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି

    ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଛାତ୍ରମାନେ ବର୍ତ୍ତମାନ ବିଶାଳ ପ୍ରତିବାଦ କରୁଛନ୍ତି, ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ବିରୋଧ କରି ଅନେକ ଲୋକ ଅନଶନ କରୁଛନ୍ତି। ଏହି ଆନ୍ଦୋଳନ ଅନେକ ଦିନ ଧରି ଚାଲିଛି, ଏବଂ ସରକାର ଛାତ୍ରମାନଙ୍କ ସହିତ ଆଲୋଚନା କରିବାକୁ ଚେଷ୍ଟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ