
ଦେବଗଡ଼:ଦେବଗଡ ଜିଲ୍ଲାର ବିଭିନ୍ନ ପ୍ୟାକ୍ସରେ ଡିଏପି ଓ ଗ୍ରୋମର ସାର ଅଭାବ ଥିବା ନେଇ ଜିଲ୍ଲା କୃଷକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଜିଲ୍ଲାର ସମସ୍ତ ପ୍ୟାକ୍ସକୁ ଡିଏପି ଓ ଗ୍ରୋମର ସାର ତୁରନ୍ତ ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଏନେଇ ଆଜି ସଂଘ ପକ୍ଷରୁ ଜିଲ୍ଲା ସମବାୟ ସମିତି ସମୂହର ଉପନିବନ୍ଧକଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଦାବି ପତ୍ର ପ୍ରଦାନବେଳେ ସଂଘର ସଭାପତି ପ୍ରମୋଦ ଝାଙ୍କର, ଆଇନପରାମର୍ଶଦାତା ବିଭୂତି ଗଙ୍ଗଦେବ, ବିଜୟ ପ୍ରଧାନ,ବିନୋଦ ବିହାରୀ ନାଏକ,ସଚ୍ଚିଦାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।ସୂଚନା ଅନୁଯାୟୀ,ବିଳମ୍ବ ବର୍ଷା ଯୋଗୁ ଜିଲ୍ଲାରେ ବର୍ତ୍ତମାନ ଚାଷୀମାନେ ଧାନ ଚାଷ ପାଇଁ ତଳି ପକା ଓ ବେଉଷଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉ ଅଛନ୍ତି । ତେବେ ଚାଷୀଙ୍କୁ ସଠିକ ସମୟରେ ସାର ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।




