
ଦେବଗଡ଼:ବାରକୋଟ ବ୍ଲକର କଣ୍ଟାପାଲି ପଂଚାୟତର ଟୁସୁଳା ଗ୍ରାମରେ ଆଜି ବଜ୍ରପାତରେ ୩ଟି ଗାଈ ଓ ୩ଟି ବଳଦର ମୃତ୍ୟୁ ଘଟିଛି। ଆଜି ମଧ୍ୟାନ୍ନ ସମୟରେ ଟୁସୁଳା ଗ୍ରାମର ନାବର ତିର୍କୀଙ୍କ ଗୋଟିଏ ବଳଦ ଓ ଗୋଟିଏ ଗାଈ , ଗାରଗୋରି ତିର୍କୀଙ୍କ ଗୋଟିଏ ବଳଦ ଓ ଗୋଟିଏ ଗାଈ , ଅଜିତ ରୁବେନ ଏକ୍କାଙ୍କ ଗୋଟିଏ ଗାଈ ଏବଂ ବିନୋଦ ମୁଣ୍ଡାଙ୍କ ଗୋଟିଏ ଏକ ଗଛ ମୂଳେ ଚରୁଥିବା ସମୟରେ ବଜ୍ରପାତରେ ୩ଟି ଗାଈ ଓ ୩ଟି ବଳଦର ଗାଈର ମୃତ୍ୟୁ ଘଟିଥିଲା।ସେମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହୋଇଛି।


