ବଳଙ୍ଗା ପୀଡ଼ିତାଙ୍କ ବୟାନ ଭିଡିଓ ଭାଇରାଲ ଘଟଣାରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ବଳଙ୍ଗା ପୀଡିତାଙ୍କ ଘଟଣାରେ ୩ ଜଣ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ରହିଛି ବୋଲି ପୀଡିତାଙ୍କ ବୟାନର ଭିଡିଓ ଆଜି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି, ମୁଖପାତ୍ର ଶ୍ରୀମତୀ ଇପ୍ସିତା ସାହୁ ଓ ଯୁବନେତା ଶ୍ରୀ ସୁବ୍ରତ ଛାଟୋଇ କହିଥିଲେ, ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଘଣ୍ଟ ଘୋଡାଇବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ନିଜ ନିର୍ବାଚନ ମଣ୍ଡଳୀ ନିମାପଡାରେ ଏହି ଘଟଣା ଘଟିଥିଲା ବେଳେ ଶ୍ରୀମତୀ ପରିଡାଙ୍କ ଇଙ୍ଗିତରେ ଆପରାଧୀଙ୍କୁ ଖସାଇ ଦେବାକୁ ଉଦ୍ୟମ କରାଯାଉଛି । ତେଣୁ ଶ୍ରୀମତୀ ପ୍ରଭାତୀ ପରିଡା ତୁରନ୍ତ ଇସ୍ତଫା ଦିଅନ୍ତୁ ଓ ଘଟଣାର ନ୍ୟାୟିକ ତଦନ୍ତ କରି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେଡି ତରଫରୁ ଦାବି କରାଯାଇଛି ।
ଡ଼ ଲେନିନ ମହାନ୍ତି କହିଥିଲେ, ବଳଙ୍ଗାରେ ନାବାଳିକା ପୋଡିଯିବା ଘଟଣାରେ, ପୀଡିତା ନିଜ ମନ୍ତବ୍ୟରେ ୩ ଜଣ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ରହିଛି ବୋଲି ସମସ୍ତ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ପୀଡିତା ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ ଓ ଏଠାରେ ସ୍କିନ ବ୍ୟାଙ୍କ ନଥିବା କାରଣରୁ, ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରିବା ପାଇଁ ବିଜେଡି ଦାବି କରିଥିଲା । ରାଜ୍ୟ ସରକାର ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଦେଖା ଦେଇଥିଲା । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଦିଲ୍ଲୀ ଗସ୍ତ କରି ପୀଡ଼ିତାଙ୍କୁ ଓ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କୁ ଭେଟିବା ପରେ, ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ବୋଲି କହିଥିଲେ । ଅପରପକ୍ଷରେ ଏହି ଘଟଣାର ଅନୁସନ୍ଧାନ କରୁଥିବା ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା । କିନ୍ତୁ, ପୋଲିସ ଏଥିରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଧରିବାରେ ସକ୍ଷମ ହୋଇନଥିଲା । ପୀଡ଼ିତାଙ୍କ ମୃତୁ୍ୟ ହେବାର ମାତ୍ର ଦଶ ମିନିଟ ଭିତରେ ପୋଲିସ ତରଫରୁ ଟ୍ୱିଟ୍ ମାଧ୍ୟମରେ ଏହି ଘଟଣାରେ କେହି ସମ୍ପୃକ୍ତି ନାହାନ୍ତି ବୋଲି ବୟାନ ଦେବା ସହିତ ଏହି ସମ୍ୱେଦନଶୀଳ ଘଟଣାରେ କେହି ମନ୍ତବ୍ୟ ନଦେବାକୁ ନିବେଦନ କରାଯାଇଥିଲା । ସମଗ୍ର ଘଟଣାରେ ପୋଲିସର ଭୂମିକା ସନେ୍ଦହ ଘେରରେ ରହିଥିବା ବେଳେ ଆଜିର ଭିଡିଓ ଅନେକ ପ୍ରଶ୍ନ ଛିଡା କରିଛି । ଭିଡିଓରେ ପୀଡିତାଙ୍କ ବୟାନ ରେକର୍ଡିଂ କରାଯାଉଥିବା ବେଳେ ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ କି ? ବର୍ତ୍ତମାନ ଯେଉଁ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି, ତାହା ମଧ୍ୟ ତଦନ୍ତ ହେବାର ଆବଶ୍ୟକ ଅଛି । ଏହି ସମସ୍ତ ଘଟଣାରୁ ଜଣାପଡୁଛି, ସରକାର ଆସାମୀ ମାନଙ୍କୁ ଖସାଇ ଦେବା ପାଇଁ ପୂର୍ଣ୍ଣ ଚେଷ୍ଟାରେ ଅଛନ୍ତି ।
ଶ୍ରୀମତୀ ଇପ୍ସିତା ସାହୁ କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇପଡିବା ସହିତ ନାରୀ ନିର୍ୟାତନା ବୃଦ୍ଧି ପାଇଛି । ସରକାରଙ୍କ ନୂତନ ପରିଚୟ ହେଉଛି ମଣିଷମରା ସରକାର । ଗୋଟିଏ ପରେ ଗୋଟିଏ ଝିଅ ଜୁଇରେ ଜଳି ମରୁଥିବା ବେଳେ ଆୟୁଷ୍ମାନ କାର୍ଡରେ ଉପଯୁକ୍ତ ଚିକିତ୍ସା ମିଳି ନପାରିବାରୁ ରୋଗୀ ମାନେ ଶ୍ମଶାନକୁ ଯାଉଛନ୍ତି । ନିର୍ୟାତନାର ଶିକାର ହେଉଥିବା ମହିଳା ମାନଙ୍କୁ ନ୍ୟାୟ ପ୍ରଦାନରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଆଜି ଭାଇରାଲ ହୋଇଥିବା ଭିଡିଓରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ସତ କେବେ ଲୁଚି ରହେନା ।
ଶ୍ରୀ ସୁବ୍ରତ ଛାଟୋଇ କହିଥିଲେ, ଏହି ଘଟଣାରେ ଅନ୍ୟ କାହାରି ସମ୍ପୃକ୍ତି ନାହିଁ ବୋଲି ପୋଲିସର ବୟାନ ଓ ପୀଡ଼ିତାଙ୍କ ବାପାଙ୍କର ସରକାରଙ୍କୁ ସାବାସୀ ଦେବା ଓ ତାଙ୍କ ଝିଅ ମୃତୁ୍ୟ ପାଇଁ ରାଜନୀତି ନକରାଯାଉ ବୋଲି ରେକର୍ଡେଡ ବୟାନ ସମଗ୍ର ରାଜ୍ୟବାସୀଙ୍କ ମନରେ ସନେ୍ଦହ ସୃଷ୍ଟି କରିଥିଲା । ପୀଡିତା ଜୀବିତ ଥିବା ଅବସ୍ଥାରେ, ତିନି ତିନି ଥର ପୋଲିସ ଦ୍ୱାରା ତାଙ୍କ ବୟାନ ରେକର୍ଡ କରାଯାଇଥିଲା । କିନ୍ତୁ, କୌଣସି ସମୟରେ କାହାର ସମ୍ପୃକ୍ତି ନଥିବା କଥା ପଦାକୁ ଆସି ନଥିଲା । ପୀଡ଼ିତାଙ୍କ ମୃତୁ୍ୟର କିଛି କ୍ଷଣ ପରେ ପୋଲିସର ବୟାନ, କେବଳ ଦୋଷୀ ମାନଙ୍କୁ ଘଣ୍ଟ ଘୋଡାଇବା ପାଇଁ ଉର୍ଦ୍ଦିଷ୍ଟ । ଏହା ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଇଙ୍ଗିତରେ ହୋଇଛି । ତେଣୁ, ଶ୍ରୀମତୀ ପରିଡା ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ଓ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସରକାର ଏହି ଘଟଣାର ନ୍ୟାୟିକ ତଦନ୍ତ ଘୋଷଣା କରନ୍ତୁ ।

  • Related Posts

    ଆଦିବାସୀମାନଙ୍କ ଉନ୍ନତି ସାଧିତ କରିବା ବିଜୁ ଜନତା ଦଳର ଲକ୍ଷ୍ୟ: ବିଜେଡି

    ଭୁବନେଶ୍ୱର: ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସ ଏବଂ ମହାନ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ବିଜୁ ଜନତା ଦଳର ଆଦିବାସୀ ସେଲ୍ର ଆବାହକତ୍ୱରେ ଆୟୋଜିତ…

    Continue reading
    ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

    ବରଗଡ଼: ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି ଏବଂ ଦଳର ୧୫ ଜଣ ଜିଲା ପରିଷଦ ସଦସ୍ୟା ଓ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ