
ପାନୀୟ ଜଳ ଯୋଗାଣ ଓ ରାସନ କାର୍ଡ ସଂଯୋଗୀକରଣ ସମସ୍ୟା ଉଠାଇଲେ ହିତାଧିକାରୀ
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ବେରେଡ଼ିକିଆ ଗ୍ରାମ ପଞ୍ଚାୟତରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ନେତୃତ୍ୱରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଜନସାଧାରଣ ନିଜ ଅଭିଯୋଗ ଉପସ୍ଥାପନ କରିଥିଲେ।
ଶିବିରରେ ମୋଟ ୧୦ଟି ଅଭିଯୋଗ ଦାଖଲ ହୋଇଥିବାବେଳେ ସେଥିମଧ୍ୟରୁ ୪ଟି ସାମୂହିକ ଓ ୬ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ମୁଖ୍ୟତଃ ପାନୀୟ ଜଳ ଯୋଗାଣ ଏବଂ ରାସନ କାର୍ଡ ସଂଯୋଗୀକରଣ ସମ୍ପର୍କିତ ସମସ୍ୟା ଶିବିରରେ ଉଠିଥିଲା। ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ଅଭିଯୋଗକାରୀମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ସମ୍ପୃକ୍ତ ବିଭାଗ ମାଧ୍ୟମରେ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଉପରେ ଶ୍ରୀ କଂହର ନିର୍ଦେଶ ଦେଇଥିଲେ ।ଏହି ଶିବିରରେ ଜିପିଡିଓ ମହେଶ ପଟ୍ଟନାୟକ , ଏପିଓ କେଦାର ପଣ୍ଡା , ବ୍ଲକ ସଂଯୋଜକ କମଲ ପ୍ରସାଦ ନାୟକ,ଆରଡବ୍ଲ୍ୟୁଏସ୍ଏସ୍ର ସହକାରୀ ଯନ୍ତ୍ରୀ ମୋହନ ଭୂମିଜ , ବିପିଏମ୍, , ବିଆରସି, ସରପଞ୍ଚ ଅକ୍ଷୟ ପ୍ରଧାନ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜନାର୍ଦନ ନାୟକ ଓ ଏଡିଇଓ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ଶୁଣାଣି ପ୍ରକ୍ରିୟାରେ ସାମିଲ ହୋଇଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା





