ବ୍ରହ୍ମପୁରର ଜାନିଭିଲି ଆନିକଟ୍‌ର ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ

ଭୁବନେଶ୍ୱର: ବନ୍ୟା ଯୋଗୁଁ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଜାନିଭିଲି ଆନିକଟ୍‌ର ପୁନରୁଦ୍ଧାର କାର୍ଯ୍ୟକୁ ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ମିଶନ ମୋଡ୍‌ରେ ହାତକୁ ନେଇଛି। ବ୍ରହ୍ମପୁର ସହର ଏବଂ ଏହାର ଆଖପାଖ ଅଞ୍ଚଳର ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପାନୀୟ ଜଳ ଯୋଗାଣ ସହ ଜଡ଼ିତ ଏହି ଗୁରୁତ୍ୱପୂର୍ଣ୍ଣ ଜଳ ଭିତ୍ତିଭୂମିର ସୁରକ୍ଷା ଓ ଶୀଘ୍ର ପୁନରୁଦ୍ଧାରକୁ ବିଭାଗ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରିଛି।

ବନ୍ୟା ପରବର୍ତ୍ତୀ ସ୍ଥିତିରେ ଜାନିଭିଲି ଆନିକଟ୍‌ର ପୁନରୁଦ୍ଧାର ପାଇଁ ବିଭାଗ ପକ୍ଷରୁ ତ୍ୱରିତ ଓ ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ବାମ ପାର୍ଶ୍ୱର ଆବଟମେଣ୍ଟ୍‌ ସହ ଉପର ଓ ତଳ ପାର୍ଶ୍ୱର ଆପ୍ରନ୍‌ କ୍ଷତିଗ୍ରସ୍ତ ହୋଇଛି। ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବିଭାଗ ତୁରନ୍ତ ପୁନରୁଦ୍ଧାର ପଦକ୍ଷେପ ଗ୍ରହଣ କରିବା ସହ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି।

ତତ୍କାଳୀନ ପଦକ୍ଷେପ ସ୍ୱରୂପ ନଦୀ ଜଳକୁ ବ୍ରହ୍ମପୁର ସହରର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସହାୟତା କରୁଥିବା ୱାଟ୍‌କୋ (WATCO) କଫରଡ୍ୟାମ୍‌ ଆଡ଼କୁ ପ୍ରବାହିତ କରିବା ନିମନ୍ତେ ଆନିକଟ୍‌ର ଉପର ପାର୍ଶ୍ୱରେ ପଥର ପ୍ୟାକିଂ କାର୍ଯ୍ୟ କରାଯାଉଛି। ଏଥିସହିତ, କ୍ଷତିଗ୍ରସ୍ତ ବାମ ପାର୍ଶ୍ୱ ଆବଟମେଣ୍ଟ୍‌ ଏବଂ ଉପର ଓ ତଳ ପାର୍ଶ୍ୱର ଆପ୍ରନ୍‌ର ପୁନଃନିର୍ମାଣ ପାଇଁ ଆବଶ୍ୟକ ପ୍ରସ୍ତୁତିମୂଳକ କାର୍ଯ୍ୟ ମଧ୍ୟ ଜାରି ରହିଛି। ଏହି ପଦକ୍ଷେପଗୁଡ଼ିକ ଦ୍ୱାରା ନିରାପଦ ପରିବେଶ ସୃଷ୍ଟି କରାଯାଇ ସ୍ଥାୟୀ ପୁନରୁଦ୍ଧାର କାର୍ଯ୍ୟ ସମ୍ପାଦନ କରାଯିବ।

ଏହି ପୁନରୁଦ୍ଧାର କାର୍ଯ୍ୟର ଦାୟିତ୍ୱ ଓଡ଼ିଶା ନିର୍ମାଣ ନିଗମ (ଓସିସିଏଲ୍‌)କୁ ପ୍ରଦାନ କରାଯାଇଛି। ଜଳ ସମ୍ପଦ ବିଭାଗର ତତ୍ତ୍ୱାବଧାନରେ ଓସିସିଏଲ୍‌ ସର୍ବାଧିକ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ ସମ୍ପାଦନ କରୁଛି। ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକ ମାନବ ସମ୍ବଳ, ଯନ୍ତ୍ରପାତି ଓ ନିର୍ମାଣ ସାମଗ୍ରୀ ନିୟୋଜିତ କରାଯାଇଛି। ଏକାଧିକ କାର୍ଯ୍ୟକୁ ସମାନ୍ତରାଳ ଭାବେ କରାଯାଇ ପୁନରୁଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି।

ଜାନିଭିଲି ଆନିକଟ୍‌ ବ୍ରହ୍ମପୁର ସହରର ପାନୀୟ ଜଳ ସୁରକ୍ଷାର ଏକ ପ୍ରମୁଖ ଆଧାର। ୱାଟ୍‌କୋ ପରିଚାଳିତ ଏହି ଜଳ ଯୋଗାଣ ବ୍ୟବସ୍ଥା ଦୈନିକ ପ୍ରାୟ ୯୦ ନିୟୁତ ଲିଟର ଜଳ ଯୋଗାଇ ପ୍ରାୟ ୭୦ ହଜାର ପରିବାରର ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଉପକୃତ କରୁଛି। ଏହାବ୍ୟତୀତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଭାରତୀୟ ରେଳବାଇ ଭଳି ପ୍ରମୁଖ ଅନୁଷ୍ଠାନର ଜଳ ଆବଶ୍ୟକତା ମଧ୍ୟ ଏହି ବ୍ୟବସ୍ଥା ପୂରଣ କରୁଛି।

ତ୍ୱରିତ ପଦକ୍ଷେପ, ନିରନ୍ତର ତଦାରଖ ଓ ସମନ୍ୱିତ କାର୍ଯ୍ୟାନ୍ୱୟନ ମାଧ୍ୟମରେ ଜଳ ସମ୍ପଦ ବିଭାଗ ଏହି ଗୁରୁତ୍ୱପୂର୍ଣ୍ଣ ଜଳ ଭିତ୍ତିଭୂମିର ପୁନରୁଦ୍ଧାରକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦିଗରେ ପ୍ରୟାସ ଜାରି ରଖିଛି। ଏହା ଜନସାଧାରଣଙ୍କ ଅତ୍ୟାବଶ୍ୟକ ସେବାର ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ସର୍ବସାଧାରଣ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

  • Related Posts

    ‘ଅକଭାନ୍’ର ଗତିପଥକୁ ନେଇ ସ୍କାଏମେଟ୍ ର ବଡ଼ ଆକଳନ

    ଭୁବନେଶ୍ୱର: ବାତ୍ୟା ‘ଅକଭାନ୍ ’ର ଗତିପଥକୁ ନେଇ ସ୍କାଏମେଟ୍ ର ବଡ଼ ଆକଳନ । ବାତ୍ୟା ପାଇଁ ୩ଟି ସମ୍ଭାବ୍ୟ ଗତିପଥ, ତାମିଲନାଡୁ-ଆନ୍ଧ୍ର, ପଶ୍ଚିମବଙ୍ଗ-ବଙ୍ଗଳାଦେଶ ଓ ମିଆଁମାର ଉପକୂଳକୁ ନେଇ ଆକଳନ । ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଅକଭାନ୍ ’ର ଗତିପଥକୁ…

    Continue reading
    ବାତ୍ୟା ପ୍ରଭାବ: ୧୮ରୁ ୨୦ ଯାଏଁ ଛେଚିବ ବର୍ଷା!

    ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶା ବର୍ଷା ପବନ ହୋଇପାରେ। ୧୮, ୧୯ ଏବଂ ୨୦ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର କିଛି କିଛି ସ୍ଥାନରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !