ରାଜୁ ଭାଇଙ୍କୁ କେବେ ବି ଅବହେଳା କରିନି ଦଳ: ବିଜେଡି

ନୂଆପଡ଼ା: ନୂଆପଡ଼ାର ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ମାଆ କଳ୍ପନା ଢୋଲକିଆଙ୍କୁ ବିଜେଡିର କଡ଼ା ଜବାବ। ପୂର୍ବତନ ମନ୍ତ୍ରୀ ରାଜୁ ଢୋଲକିଆଙ୍କୁ ଅବହେଳା କରାଯାଇଥିବା ବୋଲି କଳ୍ପନା ଢୋଲକିଆ ଯେଉଁ ଅଭିଯୋଗ କରିଛନ୍ତି, ତାର କଡ଼ା ଜବାବ ଦେଇଛି ବିଜେଡି। ଏକ ସାମ୍ଵାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ସାଧାରଣ ସଂପାଦକ ଟୁକୁନି ସାହୁ କହିଛନ୍ତି, କଳ୍ପନାଙ୍କ ଅଭିଯୋଗ ଆମକୁ ଦୁଃଖ ଦେଇଛି। ବିଜେଡିର ସକ୍ରିୟ କର୍ମୀ ହୋଇଥିବାରୁ ସେ ବିଭିନ୍ନ ପ୍ରମୁଖ ପଦପଦବୀ ପାଇଥିଲେ। ଦଳ ତାଙ୍କୁ ମନ୍ତ୍ରୀ କରିଥିଲା। ସେ ଅସୁସ୍ଥ ଥିବା ବେଳେ ନବୀନ ବାବୁଙ୍କର ମଧ୍ୟ ସର୍ଜରି ଓ ଟ୍ରିଟମେଣ୍ଟ ହୋଇଥିଲା। ତଥାପି ରାଜୁ ଭାଇଙ୍କ ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ସବୁବେଳେ ପଚାରି ବୁଝୁଥିଲେ ନବୀନ ବାବୁ।

ରାଜୁ ଭାଇଙ୍କୁ ଏୟାରଲିଫ୍ଟ କରିବାରୁ ଦଳ ସାହାଯ୍ୟ କରିଥିଲା। ତାଙ୍କର ସମସ୍ତ କ୍ରିୟାକର୍ମରେ ଦଳର ବରିଷ୍ଠ ନେତା ଉପସ୍ଥିତ ରହି ସବୁ ବୁଝାବୁଝି କରିଥିଲେ। ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ ନବୀନ ପଟ୍ଟନାୟକ। ଉପନିର୍ବାଚନ ପୂର୍ବରୁ ରାଜୁ ଢୋଲକିଆଙ୍କ ପତ୍ନୀ କଳ୍ପନାଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ପ୍ରସ୍ତାବ ଦେଇଥିଲା। କିନ୍ତୁ ହିନ୍ଦି କହୁଥିବାରୁ ସେ ପ୍ରାର୍ଥୀ ହେବାକୁ ମନା କରିଦେଇଥିଲେ। ଏହା ପରେ ତାଙ୍କ ପୁଅ ଜୟ ଢୋଲକିଆଙ୍କୁ ମଧ୍ୟ ପ୍ରାର୍ଥୀ କରିବାକୁ ଦଳ ତରଫରୁ ପ୍ରସ୍ତାବ ଦିଆଯାଇଥିଲା। ସେ ବି ପ୍ରଥମେ କହୁଥିଲେ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି । ପରେ ହଠାତ ଦଳ ଛାଡ଼ି ଅନ୍ୟ ପାର୍ଟିକୁ ଗଲେ। ହଠାତ କାହିଁକି ଗଲେ, କାହିଁକି ଏବେ ଏପରି କହୁଛନ୍ତି, ତାହା ସମସ୍ତେ ଜାଣନ୍ତି। ନବୀନ ବାବୁ ପ୍ରଚାର କରିବା ପରେ ନୂଆପଡ଼ାରେ ସମସ୍ତେ ନିଶ୍ଚିତ ଯେ, ବିଜେଡି ଜିତୁଛି। ତେଣୁ ଏବେ ନାନା କଥା କହୁଛନ୍ତି। ଆଗରୁ ତ କିଛି କହୁନଥିଲେ କଳ୍ପନା । ନୂଆପଡ଼ାବାସୀ ଠିକ୍ ଜବାବ ଦେବେ ବୋଲି କହିଛନ୍ତି ଟୁକୁନି ସାହୁ।

  • Related Posts

    ବିଜେଡିରୁ ୨ ନେତା ନିଲମ୍ବିତ

    ବାଲିଗୁଡ଼ା : ବାଲିଗୁଡ଼ା ରାଜନୀତିରେ ଏକ ବଡ଼ ଘଟଣା ଘଟିଛି । ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦୁଇ ଜଣ ପ୍ରମୁଖ ନେତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ସୂଚନା ଅନୁସାରେ, ଟୁନା ଦାସ…

    Continue reading
    ବିଜେଡି ସାଂସଦ ସଂଖ୍ୟା ଶୂନ ହୋଇଯିବ:ପ୍ରଦୀପ ପୁରୋହିତ

    ଭୁବନେଶ୍ୱର: ବିଜେଡିକୁ ନେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ। କହିଛନ୍ତି, ବିଜେଡିର କିଛି ବଡ଼ ନେତୃତ୍ୱ ଆମ ଶୀର୍ଷ ନେତୃତ୍ୱ ସହିତ ଆଲୋଚନା କରୁଛନ୍ତି। ଆଗକୁ ବିଜେଡିରେ ବଡ଼ ବିସ୍ଫୋରଣ ହେବ, ବିଜେଡି ଡଙ୍ଗା ବୁଡ଼ୁଛି। ଜୀବନ ବଞ୍ଚାଇବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ