ଅଙ୍ଗନୱାଡି କେନ୍ଦ୍ରରେ ରୋଷେୟା ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ଦେବଗଡ଼:ବାରକୋଟ ବ୍ଲକର ଦମିତା ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ରୋଷେୟା ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଆଜି ଗ୍ରାମବାସୀମାନେ ବାରକୋଟ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ବିଡିଓଙ୍କୁ ଦାବି ପତ୍ର ପ୍ରଦାନ କରିବା ସହ ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି। ଏହାସହିତ ଏହାର ଏକିକତା ନକଲ ଜିଲ୍ଲାପାଳ, ବାରକୋଟ ବ୍ଲକ ସିଡିପିଓଙ୍କୁ ମଧ୍ୟ ଦେଇଛନ୍ତି। ସୂଚନା ଅନୁଯାୟୀ, ବାରକୋଟ ବ୍ଲକର ଦମିତା ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ରୋଷେୟା ନିଯୁକ୍ତି ପାଇଁ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଗ୍ରାମର ୩ଜଣ ମହିଳା ଉକ୍ତ ପଦବି ପାଇଁ ସାକ୍ଷାତକାର ଦେଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେହି ମହିଳା ନିଯୁକ୍ତି ପାଇନଥିଲେ। ତେବେ ଗ୍ରାମର ୧ ନମ୍ବର ୱାର୍ଡର ମହିଳା ୱାର୍ଡମେମ୍ବରଙ୍କୁ ବିଭାଗ ପକ୍ଷରୁ ରୋଷେୟା ଭାବେ ନିଯୁକ୍ତି ଦିଆଯାଇଥିବା ଗ୍ରାମବାସୀ ମାନେ ଜାଣିବାକୁ ପାଇଥିଲେ। ଅନ୍ୟପଟେ ସଂପୃକ୍ତା ମହିଳା ୱାର୍ଡମେମ୍ବର ବାରକୋଟ ବ୍ଲକରେ ହୋଇଥିବା ସାକ୍ଷାତକାରରେ ମଧ୍ୟ ଅଂଶଗ୍ରହଣ କରିନଥିଲେ। ତେବେ ସେ ସାକ୍ଷାତକାରରେ ଅଂଶଗ୍ରହଣ କରିନଥିବାବେଳେ ସଂପୃକ୍ତା ମହିଳା ୱାର୍ଡମେମ୍ବର ଜଣକ ୱାର୍ଡମେମ୍ବର ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କୁ କିପରି ଉକ୍ତ ପଦବି ପାଇଁ ନିଯୁକ୍ତି ଦିଆଯିବା ସହଏଥିରେ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

  • Related Posts

    ସ୍ୱାମୀ ଲକ୍ଷ୍ମଣାନନ୍ଦ କମିସନ୍‌ ରିପୋର୍ଟ ହଜିବା ଦୁର୍ଭାଗ୍ୟଜନକ ଘଟଣା :ଜଷ୍ଟିସ ଏ.ଏସ୍‌ ନାଇଡୁ

    ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣା ନାଇଡୁ କମିସନ୍‌ ରିପୋର୍ଟ ହଜିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଏ.ଏସ୍‌ ନାଇଡୁ। ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି କହିଛନ୍ତି। ଦେଢ଼ ହଜାର ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ ହୋଇ ସରକାରଙ୍କୁ ଦିଆ…

    Continue reading
    ଥାର୍ଡ ଡିଗ୍ରୀ : ୨ ଅବକାରୀ ଅଧିକାରୀ ନିଲମ୍ବିତ

    କେନ୍ଦ୍ରାପଡ଼ା : ଚୋରାମଦ ବିକ୍ରି ନେଇ ଅଭିଯୋଗ କରିଥିବା ଯୁବକଙ୍କୁ ଥାର୍ଡ ଡିଗ୍ରୀ କରିବା ଘଟଣା। କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଅବକାରୀ ଅଧିକାରୀ ନିଲମ୍ବନ ହୋଇଛନ୍ତି।ନିଲମ୍ବିତ ଅଧିକାରୀ ଦୁଇ ଜଣ ହେଲେ ଅବକାରୀ SI ଛାୟାକାନ୍ତ ନାୟକ, ASI ପ୍ରଦୀପ ମଲ୍ଲିକ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ