ଆତ୍ମହତ୍ୟା କରିଦେଲେ ମମତା ବାନାର୍ଜୀଙ୍କ ଝିଆରୀ!

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଝିଆରୀ ବ୍ରିଷ୍ଟି ମୁଖାର୍ଜୀ(୨୮) ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି । ବ୍ରିଷ୍ଟି ପୂର୍ବରୁ ଭୋଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନନ୍ ଟିଚିଂ ଷ୍ଟାଫ୍ ଭାବେ କାମ କରୁଥିଲେ । ତେବେ ଟଙ୍କା ଦେଇ ଚାକିରି କିଣା ଅଭିଯୋଗରେ ପଶ୍ଚିମବଙ୍ଗ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରାୟ ୨୫,୦୦୦ ଶିକ୍ଷକ ଓ ଅଣଶିକ୍ଷକଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ, ଏହି ବରଖାସ୍ତ ତାଲିକାର ୬୦୮ ନମ୍ବର ସ୍ଥାନରେ ବ୍ରିଷ୍ଟିଙ୍କ ନାଁ ଥିଲା । ଚାକିରି ଚାଲିଯିବାରୁ ଏଥିରେ ମ୍ରିୟମାଣ ହୋଇ ବ୍ରିଷ୍ଟି ଆତ୍ମହତ୍ୟା କରିଦେଇଥିବା ପରିବାର ସୂତ୍ରରୁ ପ୍ରକାଶ । ମୃତା ବିଷ୍ଟିଙ୍କ ବାପା ନିହାର ମୁଖାର୍ଜୀ ହେଉଛନ୍ତି ମମତାଙ୍କ ମାମୁପୁଅ ଭାଇ ଏବଂ ସ୍ଥାନୀୟ ବୀରଭୂମ୍ ଅଂଚଳର ଜଣେ ତୃଣମୂଳ କଂଗ୍ରେସ ନେତା ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ପଶ୍ଚିମବଙ୍ଗ ଗଣଶିକ୍ଷା ବିଭାଗ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଜଲିଆତି ହୋଇଥିଲା । ଟଙ୍କା ନେଇ ଏଠାରେ ଚାକିରି ବିକ୍ରି କରାଯାଇଥିଲା । ମାମଲାର ବିଚାର କରି ହାଇକୋର୍ଟ ପ୍ରାୟ ୨୫,୦୦୦ ଶିକ୍ଷକ ଓ ଅଣଶିକ୍ଷକଙ୍କ ଚାକିରିକୁ ଅବୈଧ ଘୋଷଣା କରିଥିଲେ, ଯାହାକୁ ସୁପ୍ରିମକୋର୍ଟ ମଧ୍ୟ କାଏମ ରଖିଥିଲେ । ଚାକିରିରୁ ବହିଷ୍କୃତ ତାଲିକାରେ ବ୍ରିଷ୍ଟିଙ୍କ ନାଁ ଥିଲା । ମାନସିକ ସନ୍ତୁଳନ ହରାଇ ସେ ଏପରି କରିଥାଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି ।

  • Related Posts

    ଚାକିରି ଛାଡ଼ିଲେ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ

    ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ ବର୍ଦ୍ଧମାନଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଅଭିନନ୍ଦନ ବାୟୁସେନାରୁ ତାଙ୍କ ସେବା ଛାଡି ବର୍ତ୍ତମାନ ଆଞ୍ଚଳିକ ବିମାନ କମ୍ପାନୀ Fly91ରେ ପାଇଲଟ ଭାବରେ ଯୋଗ ଦେଇଛନ୍ତି। ଏହା…

    Continue reading
    ଛାତିଥରା ଘଟଣା: ନାବାଳିକାଙ୍କୁ କାର୍ ଭିତରେ ଗଣବଳାତ୍କାର

    ପାଟନା: ବିହାରର ଔରଙ୍ଗାବାଦ ଜିଲା କୁଟୁମ୍ବା ଥାନା ଅଞ୍ଚଳରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ କରି କାର୍ ଭିତରେ ଗଣବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ପୀଡ଼ିତା ଜଣକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ