ସୁନା କିଣନା, ବିଦେଶ ବୁଲି ଯାଅନା: ପ୍ରଧାନମନ୍ତ୍ରୀ

‘ଆବଶ୍ୟକ ନ ଥିଲେ ସୁନା କିଣନା । ବିଦେଶ ଯାଇ ବାହାଘର ଭୋଜିଭାତ ଆୟୋଜନ କରି ଅଧିକ ଖର୍ଚ୍ଚ କରନା । ବିଦେଶ ଭ୍ରମଣରେ ନ ଯାଇ ଦେଶରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲ । ସ୍ୱଦେଶୀ ସାମଗ୍ରୀ କିଣି ଦେଶର ଅର୍ଥନୀତିକୁ ମଜବୁତ୍ କର ।’ ଅତୀତରେ କରିଥିବା ଆହ୍ୱାନକୁ ପୁଣିଥରେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଦେଶରୁ ଏକ ଭିଡିଓ ବାର୍ତାରେ ଏକଥା ଦୋହରାଇଛନ୍ତି ମୋଦୀ ।
ସଂଘାଇ ଶୀଖର ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବେ କିରଗିଜ୍‌ସ୍ଥାନର ବିଶେକରେ ଅବସ୍ଥାନ କରୁଛନ୍ତି । ମଙ୍ଗଳବାର ଏକ ଭିଡିଓ ବାର୍ତାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଦେଶର ପ୍ରଗତି ପାଇଁ ସୁନା ନ କିଣିବା, ବିଦେଶଗସ୍ତରେ ନ ଯିବା, ବିଦେଶରେ ଆଡମ୍ବରପୂର୍ଣ୍ଣ ବିବାହ କାର୍ଯ୍ୟକ୍ରମ ନ କରିବାକୁ ଆହ୍ୱାନ ଦେଇଛନ୍ତି । ଦେଶର ଜିଡିପି ଅଭିବୃଦ୍ଧି ୭.୮% ଛୁଇଁବା ପରେ ମୋଦୀଙ୍କ ଏପରି ବାର୍ତା ବିଶେଷ ମହତ୍ୱ ରଖେ ବୋଲି ଅର୍ଥନୀତି ବିଶାରଦମାନେ ମତବ୍ୟକ୍ତ କରିଛନ୍ତି ।
ବର୍ତମାନ ବିଶ୍ୱରେ ଯୁଦ୍ଧ ପରିସ୍ଥିତି ଯୋଗୁ ଚାରିଆଡେ ଅନିଶ୍ଚିତତା ଲାଗି ରହିଛି । ଏପରି ସ୍ଥଳରେ ଭାରତର ଜିଡିପିରେ ଅଭିବୃଦ୍ଧି ନିଶ୍ଚିତ ଭାବେ ଉତ୍ସାହପ୍ରଦ । ତେବେ ଏପରି ସ୍ଥଳେ ଦେଶବାସୀଙ୍କୁ ମିତବ୍ୟୟୀ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ବିଶେଷ ଗୁରୁତ୍ୱ ବହନ କରେ ।
ଚଳିତବର୍ଷ ଭାରତରେ ସୁନାର ଆମଦାନୀ ବଢିଛି । ଏପ୍ରିଲ ମାସ ଭିତରେ ସୁନା ଆମଦାନୀରେ ୩୨% ବୃଦ୍ଧି ଘଟିଛି । ପେଟ୍ରୋଲିୟମ ପରେ ସୁନା ଆମଦାନୀରେ ଭାରତର ଅଧିକ ବୈଦେଶିକ ମୁଦ୍ରା ଖର୍ଚ୍ଚ ହେଉଛି । ଭାରତର ଯେତିକି ତୈଳ ଆବଶ୍ୟକତା ଅଛି ତାହାର ପ୍ରାୟ ୮୮% ବାହାର ଦେଶରୁ ଆମଦାନୀ କରାଯାଉଛି । ତେଣୁ ତୈଳ ଦରରେ ସାମାନ୍ୟ ବୃଦ୍ଧି ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ପ୍ରଭାବ ପକାଉଛି । ଠିକ୍ ସେମିତି ସୁନା ରେଟ୍ ବଢିଥିବା ବେଳେ ଅଧିକରୁ ଅଧିକ ସୁନା କିଣିବା ଦ୍ୱାରା ଅଧିକ ବୈଦେଶିକ ମୁଦ୍ରା ଖର୍ଚ୍ଚ କରିବାକୁ ପଡୁଛି । ଅନୁରୂପ ଭାବେ ବିଦେଶରେ ବିବାହ, ବର୍ଣ୍ଣାଢ୍ୟ ଭୋଜିଭାତର ଆୟୋଜନ ବା ବିଦେଶ ଭ୍ରମଣ ଦ୍ୱାରା ଭାରତୀୟମାନେ ବୈଦେଶିକ ମୁଦ୍ରାର ବ୍ୟବହାର କରୁଛନ୍ତି । ସେହି ମୁଦ୍ରା ଯଦି ଦେଶରେ ଖର୍ଚ୍ଚ ହୋଇପାରନ୍ତା, ତେବେ ଏଠାକାର ବ୍ୟବସାୟୀମାନେ ଲାଭବାନ ହୋଇପାରନ୍ତେ ଓ ଅର୍ଥନୀତିକୁ ବଳ ମିଳନ୍ତା ।
ଗତ ମେ ମାସରେ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏପରି ଆହ୍ୱାନ ଦେଇଥିଲେ । ସେତେବେଳେ ଇରାନ-ଆମେରିକା ଯୁଦ୍ଧ ଯୋଗୁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଥିଲା । ତେଣୁ ଭାରତୀୟମାନଙ୍କୁ ଆର୍ଥିକ ମିତବ୍ୟୟୀ ହେବାକୁ ପ୍ରଧାନମନ୍ତ୍ରୀ ମୋଦୀ ପରାମର୍ଶ ଦେଇଥିଲେ । ବିଶ୍ୱ ଏବେ ଯୁଦ୍ଧ ବିଭୀଷିକା ଭିତରେ ଗତି କରୁଥିବା ବେଳେ ଅନେକ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି । ଏହା ସତ୍ୱେ ଭାରତର ଅର୍ଥନୀତି ଆଗକୁ ବଢୁଛି ଯାହା ଏପ୍ରିଲ-ଜୁନ୍ ଜିଡିପି ଅଭିବୃଦ୍ଧିରୁ ପ୍ରତୀୟମାନ ହୋଇଛି । କିନ୍ତୁ ଏବେ ବି ପାଦେ ପାଦେ ବିପଦ ରହିଛି । ଯୁଦ୍ଧ ଲାଗି ରହିଛି, ପାଣିପାଗରେ ପରିବର୍ତନ ହେଉଛି, ମୁଦ୍ରାସ୍ଫୀତିରେ ବି ସନ୍ତୁଳନ ରକ୍ଷା କରାଯାଇପାରୁନାହିଁ । ତେଣୁ ସତର୍କ ନ ହେଲେ କୌଣସି ବି ସମୟରେ ଦେଶ ଆର୍ଥିକ ସଂକଟ ଭିତରକୁ ଚାଲିଯାଇପାରେ । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶବାସୀଙ୍କୁ ଏପରି ଅହ୍ୱାନ ଦେଇଥାଇପାରନ୍ତି ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତପ୍ରକଟ କରିଛନ୍ତି ।

  • Related Posts

    ଚାକିରି ଛାଡ଼ିଲେ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ

    ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ ବର୍ଦ୍ଧମାନଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଅଭିନନ୍ଦନ ବାୟୁସେନାରୁ ତାଙ୍କ ସେବା ଛାଡି ବର୍ତ୍ତମାନ ଆଞ୍ଚଳିକ ବିମାନ କମ୍ପାନୀ Fly91ରେ ପାଇଲଟ ଭାବରେ ଯୋଗ ଦେଇଛନ୍ତି। ଏହା…

    Continue reading
    ଛାତିଥରା ଘଟଣା: ନାବାଳିକାଙ୍କୁ କାର୍ ଭିତରେ ଗଣବଳାତ୍କାର

    ପାଟନା: ବିହାରର ଔରଙ୍ଗାବାଦ ଜିଲା କୁଟୁମ୍ବା ଥାନା ଅଞ୍ଚଳରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ କରି କାର୍ ଭିତରେ ଗଣବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ପୀଡ଼ିତା ଜଣକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ