ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋଙ୍କ ପରଲୋକ

ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋଙ୍କ ପରଲୋକ। ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ପତ୍ନୀ ହତ୍ୟା ମାମଲାରେ ଭୁବନେଶ୍ବର ସ୍ଵତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ସେ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡିତ ଥିଲେ। ଦେହ ଅସୁସ୍ଥ ଥିବାରୁ ଦୁଇ ଦିନ ହେବ ଏମ୍ସକୁ ଚିକିତ୍ସା ପାଇଁ ତାଙ୍କୁ ଅଣାଯାଇଥିଲା। ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଭୋର ୩ ଟା ସମୟରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

ରାମମୂର୍ତ୍ତି ଗମାଙ୍ଗୋ ୧୯୯୦ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ଥରେ ଓ ୨୦୦୦ ମସିହାରୁ ୨୦୦୫ ମସିହା ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟ ସମୟରେ ବିଜେପିରୁ ଥରେ ବିଧାୟକ ହୋଇଥିଲେ।

  • Related Posts

    ହାତୀ ଆକ୍ରମଣରେ ଯୁବକର ମୃତ୍ୟୁରେ ସଙ୍ଘାପଶିରେ ଉତ୍ତେଜନା

    ହାତୀକୁ ଘଉଡ଼ାଇବା ଓ କ୍ଷତିପୂରଣ ଦାବିରେ ୨୦ ଘଣ୍ଟା ଧରି ଶବକୁ ଛାଡ଼ିଲେନି ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଚଢ଼େଇମରା ପଞ୍ଚାୟତ ଅନ୍ତର୍ଗତ ସାଙ୍ଗାପସି ତଳ ସାହିରେ ବୁଧବାର ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଉତ୍ତେଜନା ଦେଖାଯାଇ…

    Continue reading
    ଦେବଗଡ଼ ଡିଷ୍ଟ୍ରିକ୍ଟ କଣ୍ଟ୍ରାକ୍ଟର୍ସ ୟୁନିଅନର ବୈଠକ

    ଦେବଗଡ଼:ପୌରାଚଂଳର ପ୍ରଧାନପାଟ ରୋଡସ୍ଥିତ କ୍ରିଷ୍ଟାଲ ପ୍ୟାଲେସରେ ଆଜି ଦେବଗଡ଼ ଡିଷ୍ଟ୍ରିକ୍ଟ କଣ୍ଟ୍ରାକ୍ଟର୍ସ ୟୁନିଅନର ବୈଠକ ଅନୁଷ୍ଠିତ ହୋଇଯାଇଛି। ୟୁନିଅନର ସଭାପତି ଇଂ ସୁଜିତ ପ୍ରଧାନ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସରକାରୀ ନିର୍ମାଣ କାର୍ଯ୍ୟର ସୁପରିଚାଳନା ଏବଂ ଠିକାଦାରମାନଙ୍କ ସମସ୍ୟା ସମ୍ପର୍କରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ