ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍‌ ସେବା

ଭୁବନେଶ୍ଵର : ଆସନ୍ତା ଜୁନ ୨୧ ରେ ନିଟ୍ (ୟୁଜି) ୨୦୨୬ ପୁନଃପରୀକ୍ଷା ହେବ। ପରୀକ୍ଷାର୍ଥୀମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ସହାୟତାମୂଳକ ପଦକ୍ଷେପ ନେଇଛନ୍ତି। ପରୀକ୍ଷାର୍ଥୀମାନେ ରାଜ୍ୟରେ ଚଳାଚଳ କରୁଥିବା ସରକାରୀ ବସ୍‌ରେ ମାଗଣାରେ ଯାତ୍ରା କରିପାରିବେ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗୁରୁବାର ନିର୍ଦେଶ ଜାରି କରାଯାଇଛି।ପରୀକ୍ଷାର୍ଥୀମାନେ କେବଳ ନିଜର ବୈଧ ନିଟ୍ ଆଡମିଟ୍ କାର୍ଡ ଦେଖାଇ ଓଏସଆରଟିସି ବସ୍‌ରେ ମାଗଣାରେ ଯାତ୍ରା କରିପାରିବେ। ଏହି ବ୍ୟବସ୍ଥାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି), ରାଜ୍ୟ ପରିବହନ ପ୍ରାଧିକରଣ , ଜିଲ୍ଲା ପ୍ରଶାସନ, କ୍ରୁଟ୍ ଓ ଉଚ୍ଚଶିକ୍ଷା ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।NTA ଦ୍ୱାରା ୨୧ ଜୁନରେ ଆୟୋଜିତ ହେବାକୁ ଥିବା ନିଟ୍‌ (ୟୁଜି) ପୁନଃପରୀକ୍ଷା ରାଜ୍ୟର ୧୩୪ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ପ୍ରାୟ ୫୬ ହଜାର ୯୮୩ ଜଣ ପରୀକ୍ଷାର୍ଥୀ ଏଥିରେ ଅଂଶଗ୍ରହଣ କରିବେ। ଗ୍ରୀଷ୍ମ ପ୍ରବାହ ଜନିତ ଅସୁବିଧାକୁ ଦୃଷ୍ଟିରେ ରଖିବା ସହ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ସହାୟତା ଏବଂ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସହଜରେ ପହଞ୍ଚିବା ପାଇଁ ଏହି ମାଗଣା ଯାତ୍ରା ସୁବିଧା ଯୋଗାଇ ଦିଆଯାଇଛି।ଏହାସହ ଏହି ବ୍ୟବସ୍ଥାର ଦୈନିକ ଅଗ୍ରଗତି ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବାକୁ କୁହାଯାଇଛି। ବିଭାଗ ଏହି ନିର୍ଦ୍ଦେଶକୁ ‘ସର୍ବାଧିକ ଜରୁରୀ’ ଭାବେ ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନ୍ବୟନ ପାଇଁ ସମ୍ପୃକ୍ତ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଜାରି କରିଛି।

  • Related Posts

    ହାତୀ ଆକ୍ରମଣରେ ଯୁବକର ମୃତ୍ୟୁରେ ସଙ୍ଘାପଶିରେ ଉତ୍ତେଜନା

    ହାତୀକୁ ଘଉଡ଼ାଇବା ଓ କ୍ଷତିପୂରଣ ଦାବିରେ ୨୦ ଘଣ୍ଟା ଧରି ଶବକୁ ଛାଡ଼ିଲେନି ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଚଢ଼େଇମରା ପଞ୍ଚାୟତ ଅନ୍ତର୍ଗତ ସାଙ୍ଗାପସି ତଳ ସାହିରେ ବୁଧବାର ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଉତ୍ତେଜନା ଦେଖାଯାଇ…

    Continue reading
    ଦେବଗଡ଼ ଡିଷ୍ଟ୍ରିକ୍ଟ କଣ୍ଟ୍ରାକ୍ଟର୍ସ ୟୁନିଅନର ବୈଠକ

    ଦେବଗଡ଼:ପୌରାଚଂଳର ପ୍ରଧାନପାଟ ରୋଡସ୍ଥିତ କ୍ରିଷ୍ଟାଲ ପ୍ୟାଲେସରେ ଆଜି ଦେବଗଡ଼ ଡିଷ୍ଟ୍ରିକ୍ଟ କଣ୍ଟ୍ରାକ୍ଟର୍ସ ୟୁନିଅନର ବୈଠକ ଅନୁଷ୍ଠିତ ହୋଇଯାଇଛି। ୟୁନିଅନର ସଭାପତି ଇଂ ସୁଜିତ ପ୍ରଧାନ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସରକାରୀ ନିର୍ମାଣ କାର୍ଯ୍ୟର ସୁପରିଚାଳନା ଏବଂ ଠିକାଦାରମାନଙ୍କ ସମସ୍ୟା ସମ୍ପର୍କରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ