
ଦେବଗଡ:ଦେବଗଡ ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ଆଜି ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି।ସ୍ଥାନୀୟ ବିର୍ସା ମୁଣ୍ଡା ଛକରେ ମହାସଂଘର ସଭାପତି ସେମ ହେମ୍ରମଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ତିଲେଇବଣି ପଂଚାୟତ ସମିତିର ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ, ଉପାଧ୍ୟକ୍ଷା ଆରତୀ ପ୍ରଧାନ, ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ, ସମାଜସେବୀ ପ୍ରମୋଦ ପ୍ରଧାନ, ଆଇନଜୀବି ମନୋଜ ପାଢୀ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଦାଉଦ ଟପ୍ନୋ,ଦୁଃଖବନ୍ଧୁ ମୁଣ୍ଡା,ରାଜେଶ ବାର୍ଲା,ମିନତୀ ନାଏକଙ୍କ ସମେତ ମହାସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା।






