ତମାଖୁମୁକ୍ତ ଯୁବ ଅଭିଯାନ ପାଇଁ ତମାଖୁ ଦୋକାନରେ ଚଢଉ ଓ ସଚେତନତା

ଦେବଗଡ:ତମାଖୁମୁକ୍ତ ଯୁବ ଅଭିଯାନ ୪.୦ ପାଇଁ ଆଜି ଦେବଗଡ ଜିଲ୍ଲାର ବାରକୋଟ ବ୍ଲକର ପୁରୁଣାପାଣି ତଥା ବାରକୋଟର ବିଭିନ୍ନ ଅଞ୍ଚଳରେ କୋଟ୍‌ପା (COTPA) ଆଇନର ଅନୁପାଳନ ସମ୍ପର୍କରେଏକ ମିଳିତ ଏନଫୋର୍ସମେଣ୍ଟ ଟିମ ୧୨ଟି ତମାଖୁ ଦୋକାନରେ ଚଢଉ କରି ଯାଂଚ କରାଯାଇଥିଲା।ଏହାସହିତ ତମାଖୁ ଦ୍ରବ୍ୟ ଜବତ କରାଯିବା ସହ କିଛି ଦୋକାନୀଙ୍କୁ ଫାଇନ ମଧ୍ୟ କରାଯାଇଥିବା ଜଣାପଡିଛି। ଉକ୍ତ ଚଢଉରେ ବାରକୋଟ ଅତିରିକ୍ତ ତହସିଲଦାର ଶିବବ୍ରତ ନାୟକ,ଡ୍ରଗ୍ସ ଇନ୍ସପେକ୍ଟର ସସ୍ମିତା ଦେହୁରୀ,ଖାଦ୍ୟ ସୁରକ୍ଷା ଅଧିକାରୀ ସନ୍ଦୀପ ସୌରଭ,ପୁଲିସ ଏଏସଆଇ ବିଜୟ ସୁନା ଏବଂ ସହକାରୀ ପ୍ରବନ୍ଧକ (ଏନସିଡି) ଅମିୟ ସାହୁ ଉପସ୍ଥିତ ଥିଲେ। ଏହାପରେ ଏହି ଅଭିଯାନ ପାଇଁ ବିଭିନ୍ନ ଦୋକାନ ଓ ସାର୍ବଜନୀନ ସ୍ଥାନରେ ତମାଖୁ ନିୟନ୍ତ୍ରଣ ଆଇନର ସଂପର୍କ‌ରେ ସଚେତନ କରାଯାଇଥିଲା।ଏଥିସହିତ ତମାଖୁ ସେବନ ଓ ଏହାର ବିକ୍ରୟ ଦ୍ୱାରା ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟଗତ କ୍ଷତି ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସ୍ଥାନୀୟ ଜନସାଧାରଣ ଓ ଦୋକାନ ମାଲିକମାନଙ୍କ ମଧ୍ୟରେ ସଚେତନତାମୂଳକ ଲିଫ୍‌ଲେଟ୍ ବଣ୍ଟନ କରାଯାଇଥିଲା।

  • Related Posts

    ୨୪ ହଜାର ୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବିଧାନସଭାରେ ଉପସ୍ଥାପିତ

    ଭୁବନେଶ୍ବର: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଆସିଛି ଅତିରିକ୍ତ ବଜେଟ୍। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୪ ହଜାର ୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବିଧାନସଭାରେ ଉପସ୍ଥାପିତ କରିଛନ୍ତି। ଅତିରିକ୍ତ ବଜେଟରେ କୃଷି ଓ କୃଷକଙ୍କ କଲ୍ୟାଣ…

    Continue reading
    ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ଆର୍‌ଡିସି

    ଇନ୍ଦ୍ରଗଡ଼ ପଞ୍ଚାୟତ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକରେ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ଘଟିଥିବା ବ୍ୟାପକ କ୍ଷୟକ୍ଷତି ଏବଂ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସହ ଆଗାମୀ ବାତ୍ୟା ଆକଭନ ର ପ୍ରସ୍ତୁତ ସମ୍ପର୍କରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !