ଦେବଗଡ:ଅଲ ଓଡିଶା ଇପିଏଫ ପେନସନର୍ସ ସଂଘର ଆହ୍ବାନକ୍ରମେ ଦେବଗଡ ଜିଲ୍ଲା ଅବସରପ୍ରାପ୍ତ ଭବିଷ୍ୟନିଧି କର୍ମଚାରୀ ସଂଘ ପକ୍ଷରୁ ୪ ଦଫା ଦାବି ପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ଦାବି ପତ୍ର ପ୍ରଦାନବେଳେ ସଂଘର ସଭାପତି ପ୍ରଫୁଲ୍ଲ ଦେବତା,ସମ୍ପାଦକ ସନ୍ତୋଷ ଶତପଥି, ବରିଷ୍ଠ ସଦସ୍ୟ ଅନ୍ତର୍ଯ୍ୟାମୀ ସାମଲ,ଲକ୍ଷ୍ମୀଧର ମିଶ୍ର,ଶିବ ପ୍ରସାଦ ନାୟକ, ସଞ୍ଜୟ ପୂଜାହାରୀଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ।ସଂଘ ପକ୍ଷରୁ ସର୍ବନିମ୍ନ ୯ ହଜାର ପେନସନ ତଥା ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ,ମାନ୍ୟବର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅନୁନ୍ୟ ୯ ହଜାର ମାସିକ ପେନସନ,ବରିଷ୍ଠ ନାଗରିକଙ୍କ ସୁରକ୍ଷା ତଥା ମାଗଣା ଚିକିତ୍ସା ସୁବିଧା,ସ୍ବାସ୍ଥ୍ୟ ବୀମା ସହ ଆୟୁଷ୍ମାନ ଯୋଜନାରେ ସାମିଲ କରିବା ପାଇଁ ଦାବି କରାଯାଇଛି।
୨୪ ହଜାର ୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବିଧାନସଭାରେ ଉପସ୍ଥାପିତ
ଭୁବନେଶ୍ବର: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଆସିଛି ଅତିରିକ୍ତ ବଜେଟ୍। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୪ ହଜାର ୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବିଧାନସଭାରେ ଉପସ୍ଥାପିତ କରିଛନ୍ତି। ଅତିରିକ୍ତ ବଜେଟରେ କୃଷି ଓ କୃଷକଙ୍କ କଲ୍ୟାଣ…






