ଦୁଇଦିନ ପରେ ପୁଣି ଫେରିବ ତାତି ପ୍ରକୋପ

ଭୁବନେଶ୍ୱର: କାଳବୈଶାଖୀ ପାଇଁ ତାତିରୁ ବଡ଼ ଆଶ୍ୱସ୍ତି ମିଳିଛି । ମାତ୍ର ଦୁଇଦିନ ପରେ ପୁଣି ଫେରିବ ତାତି ପ୍ରକୋପ । ଉପରମୁହାଁ ହେବ ପାରଦ । ୧୦ ତାରିଖବେଳକୁ ପଶ୍ଚିମ ଓଡ଼ିଶା ୪୦ ଡିଗ୍ରୀ ଡେଇଁବ । ୧୨ରୁ ଉପକୂଳ ଓଡ଼ିଶା ଗରମ, ଗୁଳୁଗୁଳିରେ ଘାଣ୍ଟି ହେବ । ଏଭଳି ପୂର୍ବାନୁମାନ ଦେଖାଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।
ରାଜ୍ୟରେ ଗତ କିଛିଦିନ ହେବ ନିୟମିତ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ, ଘଡ଼ଘଡ଼ି ଲାଗି ରହିଛି । ଉପକୂଳ ତାପମାତ୍ରା ୩୫ ଡିଗ୍ରୀ ତଳେ ଓ ପଶ୍ଚିମ ଓଡ଼ିଶା ୪୦ ଡିଗ୍ରୀରୁ କମ୍ ରହିଛି । ଆସନ୍ତା ଦୁଇଦିନ ରାଜ୍ୟରେ କାଳବୈଶାଖୀ ପ୍ରକୋପ ରହିବ । ୧୧ରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାତି ବଢ଼ିବ । ଅନୁମାନ କରାଯାଉଛି, ୩ ଦିନ ପରେ ତାପମାତ୍ରା ପ୍ରାୟ ୪ରୁ ୬ ଡିଗ୍ରୀ ବଢ଼ିଯିବ । ୧୦ ତାରିଖରେ ଉପକୂଳ ଓଡ଼ିଶାର ଭୁବନେଶ୍ୱରରେ ପାରଦ ୩୮ ଡିଗ୍ରୀ ଏବଂ ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁପାରେ । ୧୧ ତାରିଖରେ ଝାରସୁଗୁଡ଼ା ୪୧ ଡିଗ୍ରୀ ଛୁଇଁଯିବ ।
ଅନ୍ୟପଟେ ୧୨ରୁ ଉପକୂଳ ଓଡ଼ିଶା ଗରମ, ଗୁଳୁଗୁଳିରେ ଛଟପଟ ହେବ । ସମସ୍ତ ଉପକୂଳ ଜିଲ୍ଲା ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଗରମ, ଗୁଳୁଗୁଳି ଅନୁଭୂତ ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ପାଇଁ ଏଥିଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ୧୨ରୁ ୧୫ ତାରିଖ ପର୍ୟ୍ୟନ୍ତ । ତା’ ପରେ ବି ସ୍ଥିତି ବଦଳିବ ନାହିଁ । ବୁଧବାର ଟିଟିଲାଗଡ଼ ତାପମାତ୍ରା ୩୯.୫, ନୂଆପଡ଼ା ୩୮, ବୌଦ୍ଧ ୩୮.୭, ଭବାନୀପାଟଣା ୩୮.୮, ନୂଆପଡ଼ା ୩୮, ବଲାଙ୍ଗୀର ୩୭.୮, ସୋନପୁର ୩୭.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଭୁବନେଶ୍ୱର ତାପମାତ୍ରା ୩୪.୮ ଡିଗ୍ରୀ ଥିବାବେଳେ କଟକ ୩୪.୪ ଥିଲା ।

  • Related Posts

    ଦଡୀଙ୍ଗିଆ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭…

    Continue reading
    ବାଲିଘାଟରୁ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ

    ଦେବଗଡ଼:ଗତ ଜୁନ ମାସ ୨୧ ତାରିଖ ଦିନ ରାତିରେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନାର ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ