ନନ୍ଦନକାନନରେ ଜନ୍ମ ନେଲେ ୭ଟି ଅନାକୋଣ୍ଡା

ଭୁବନେଶ୍ବର: ଅନାକୋଣ୍ଡା ସାପ କହିଲେ, ପୃଥିବୀର ସବୁଠାରୁ ବୃହତମ ତଥା ଭାୟଙ୍କର ସାପକୁ ବୁଝାଇଥାଏ। ଅନାକୋଣ୍ଡା କହିଲେ, ଏହି ପ୍ରଜାତିର ସାପ କେବଳ ଆଫ୍ରିକାର ଅମାଜନ ନଦୀ ଅବବାହିକାରେ ହିଁ ମିଳନ୍ତି। ଖବ୍ ବିରାଟକାୟ ଏହି ସାପକୁ ନେଇ ମଧ୍ୟ ଅନେକ ଫିଲ୍ମ ନିର୍ମିତ ହୋଇଛି। ଯାହାକୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରିଛନ୍ତି। ତେବେ ଏହି ସାପ ନନ୍ଦନକାନନରେ ଅଛି ଓ ଏହି ସାପ ଆଜି ୭ଟି ଛୁଆକୁ ଜନ୍ମ ମଧ୍ୟ ଦେଇଛି। ଯାହା ନନ୍ଦନକାନନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର।୨୨ ଅକ୍ଟୋବର ୨୦୧୯ ମସିହାରେ ଚେନ୍ନାଇର ମାଡ୍ରାସ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟରୁ ଆନାକୋଣ୍ଡା ସାପଗୁଡ଼ିକୁ ନନ୍ଦନକାନନ ପ୍ରାଣୀ ଉଦ୍ୟନକୁ ଅଣାଯାଇଥିଲା। ବିଶେଷକରି ୮ଟି ଅନାକୋଣ୍ଡା ଆସିଥିଲେ। ତେବେ ଏଠାକାର ଜଳବାୟୁ ସହ ଖାପ ଖୁଆଇ ନ ପାରିବାରୁ ଗୋଟିଏ ପରେ ଗୋଟିଏ ମୃତ୍ୟୁବରଣ କରିଥିଲେ। ଏଭଳି ଆସିବାର କିଛି ଦିନ ମଧ୍ୟରେ ଘଟିଥିଲା। ଯାହା ଫଳରେ ପାଖାପାଖି ୩-୪ଟି ଅନାକୋଣ୍ଡାର ମୃତ୍ୟୁ ହୋଇଥିଲା। ତେବେ ଅନ୍ୟପଟେ ନନ୍ଦନକାନନରେ ଶେଷ ଥର ପାଇଁ ପ୍ରଜନନ ହୋଇଥିଲା ୨୦୨୨ ମସିହା ଜୁଲାଇ ମାସରେ। ଏଥିରେ ୩ଟି ଛୁଆ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଦୁଇଟି ଛୁଆଙ୍କ ମୃତ୍ୟୁ ହୋଇଥିଲା। ଯାହା ଫଳରେ ଚେନ୍ନାଇରୁ ଏକ ବିଶେଷାଜ୍ଞ ଟିମ୍ ତାହାର ତଦାରାଖ କରିଥିଲା।ଏହାକୁ ମିଶାଇ ନନ୍ଦନକାନନ ପ୍ରାଣୀ ଉଦ୍ୟନରେ ବର୍ତ୍ତମାନ ଦୁଇଟି ବୟସ୍କ ପୁରୁଷ ଅନାକୋଣ୍ଡା, ଦୁଇଟି ବୟସ୍କ ମାଈ ଏବଂ ଦଶଟି ଛୋଟ ହଳଦିଆ ଅନାକୋଣ୍ଡା ଅଛନ୍ତି। ଶୀଘ୍ର ଆଉ ଗୋଟିଏ ମାଈ ଅନାକୋଣ୍ଡା ପ୍ରସବ କରିବାର ଆଶା କରାଯାଉଛି। ସରୀସୃପଙ୍କ ସୁରକ୍ଷା ଏବଂ ଯତ୍ନ ପାଇଁ ଚିଡ଼ିଆଖାନାର ପ୍ରୟାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ବୋଲି କହିଛନ୍ତି ନନ୍ଦନକାନାନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ।

  • Related Posts

    ଦଡୀଙ୍ଗିଆ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭…

    Continue reading
    ବାଲିଘାଟରୁ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ

    ଦେବଗଡ଼:ଗତ ଜୁନ ମାସ ୨୧ ତାରିଖ ଦିନ ରାତିରେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନାର ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ