
ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଖୋଜ ନେଇ ପୋଷ୍ଟର ଲାଗିଛି । ନବୀନଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଏଭଳି ଦୃଶ୍ୟ ସାମନାକୁ ଆସିଛି । ହିଞ୍ଜିଳି ବାସ ଷ୍ଟାଣ୍ଡରେ ନିଖୋଜ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ନିଖୋଜ ପୋଷ୍ଟର କିଏ ଓ କାହିଁକି ଲଗାଇଛି ତାହା ସ୍ପଷ୍ଟ ହୋଇନାହିଁ । ଗଞ୍ଜାମ ଜିଲ୍ଲା ସହ ହିଞ୍ଜିଳି ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ନବୀନ ସେଠାକୁ ଗସ୍ତ ନ କରିବା ନେଇ ଏଭଳି ଅସନ୍ତୋଷ ଦେଖାଦେଇଛି ।




