
ଫୁଲବାଣୀ : ବାତ୍ୟା ଅର୍ଣ୍ଣବ କ୍ଷୟକ୍ଷତି ଅନୁଧ୍ୟାନ କରିବା ପାଇଁ ରାଜ୍ୟର ମନ୍ତ୍ରୀମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବାତ୍ୟା ମୁକାବିଲା ତଦାରଖ କରିବାକୁ ନିକଟରେ ରାଜ୍ୟ ସରକାର ୮ ଜିଲାକୁ ୮ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଥିଲେ। ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କୁ କନ୍ଧମାଳ ଜିଲା ଦାୟିତ୍ବ ନ୍ୟସ୍ତ କରାଯାଇଥିଲା। ମନ୍ତ୍ରୀ କନ୍ଧମାଳରେ ଗତମାସ ୨୮ ଓ ୨୯ ତାରିଖ ଦୁଇଦିନ ରହିବା ଭିିତରେ ଜିଲାର ୮ଟି ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିେଲ। ବର୍ଷାଛାଡିବା ପରେ ରାଇକିଆ ବ୍ଲକ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ପାଇବା ପରେ ସେ ସେଠାକୁ ଅନୁଧ୍ୟାନ କରିବାକୁ ଯାଇଥିଲେ। ରାଇକିଆରୁ କିଛି କିଲୋମିଟର ଦୂର ଇନ୍ଦ୍ରଗଡ ଓ ମାଣିକେଶ୍ବର ରାସ୍ତା କଣ୍ଟକିତ। ରାସ୍ତାଟି କାଦରେ ପରିପୂର୍ଣ୍ଣ ହୋଇପଡିଥିଲା। ମନ୍ତ୍ରୀ ନିଜ ପିଏସଓଙ୍କ କାନ୍ଧରେ ଲାଉ ହୋଇ କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ଯିବାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।




