
ନୂଆଦିଲ୍ଲୀ: ଭୟଙ୍କର ବିମାନ ଦୁର୍ଘଟଣା । ଆକାଶରୁ ମିସାଇଲ୍ ପରି ଖସିଲା ବୋମା ପରି ବିସ୍ଫୋରଣ ହେଲା ବିଜନେସ୍ ଜେଟ୍ । ରାସ୍ତାରେ ହୁତୁ ହୁତୁ ହୋଇ ଜଳିଲା ପ୍ଲେନ୍ । ଆମେରିକାର ଫ୍ଲୋରିଡାରେ ଏକ ବିଜନେସ୍ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ସମସ୍ତ ୯ ଜଣଙ୍କର ମୃତ୍ୟୁ ହୋଇଛି । ଟେକ୍ସାସରୁ ବାହାମାସ ଯାଉଥିବା ବେଳେ ଦକ୍ଷିଣ ଫ୍ଲୋରିଡାରେ ଜେଟ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । କ୍ରାସ୍ ବେଳର ଛାତିଥରା ଭିଡିଓ ସାମ୍ନାକୁ ଆସିଛି । ମିସାଇଲ୍ ଖସିଲା ପରି ରାସ୍ତାରେ ଖସି ପଡିଛି ପ୍ଲେନ୍ଟି । ଦୁର୍ଘଟଣାର କାରଣ ଜଣାପଡିନାହିଁ । ଏଫଏଏ ଏବଂ ନ୍ୟାସନାଲ ଟ୍ରାନ୍ସପୋଟେସନ ସେପ୍ଟି ତଦନ୍ତ ଆରମ୍ଭ କରିଛି ।
ପାମ୍ ବିଚ୍ କାଉଣ୍ଟିର କ୍ରେଷ୍ଟହେଭେନ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ରିପୋର୍ଟ ଅନୁଯାୟୀ, ବିମାନଟି ନିକଟସ୍ଥ ଘର ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିବାରୁ ଏହି ଦୁର୍ଘଟଣାରେ ଆହୁରି ଅନେକ ଜୀବନ ହାନି ହୋଇଥାଇପାରେ । ବିମାନଟି ଅତ୍ୟନ୍ତ ବ୍ୟସ୍ତବହୁଳ ରାସ୍ତାରେ କ୍ରାସ୍ ହୋଇଛି । ଏହା ପଡ଼ିବା ମାତ୍ରେ ଏଠାରେ ଏକ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଦୁର୍ଘଟଣାର ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସମଗ୍ର ଅଞ୍ଚଳରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ଅଷ୍ଟିନ୍-ବର୍ଗଷ୍ଟ୍ରୋମ୍ ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖପାତ୍ର ଜିମ୍ ରେନୋଲ୍ଡସ୍ କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ଘରୋଇ ବିମାନ ଥିଲା। ଏହା ଟେକ୍ସାସର ଅଷ୍ଟିନରୁ ଉଡ଼ାଣ ଭରି ବାହାମାସ ଅଭିମୁଖେ ଯାଉଥିଲା । ତେବେ ସେ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ପାମ୍ ବିଚ୍ କାଉଣ୍ଟି ସେରିଫ୍ କାର୍ଯ୍ୟାଳୟ ଅନୁଯାୟୀ, ମିଲିଟାରୀ ଟ୍ରେଲରେ ଏହି ଦୁର୍ଘଟଣା ଘଟିଛି । ଏହା ଏକ ବ୍ୟସ୍ତବହୁଳ ଅଞ୍ଚଳ ।
ଦୁର୍ଘଟଣାର ଅନେକ ଭିଡ଼ିଓ ସାମ୍ନାକୁ ଆସିଛି । କାରରେ ଥିବା ଯାତ୍ରୀମାନେ ବିମାନଟି ଆକାଶରୁ ଖସିପଡ଼ିବା, ବିସ୍ଫୋରଣ ହେବା ଏବଂ ଧକ୍କା ହେବା ମାତ୍ରେ ଜଳିଥିବାର ଦୃଶ୍ୟ ରେକର୍ଡ କରିଥିଲେ । ଦୁର୍ଘଟଣାସ୍ଥଳରୁ କଳା ଧୂଆଁର ଏକ ଘନ କୁଣ୍ଡ ଉଠିଥିବା ଦେଖିବାକୁ ମିଳିଥିଲା । ଯାହା ଛାତିଥରା ଥିଲା ।ଆମେରିକାର ପରିବହନ ସଚିବ ସିଆନ୍ ଡଫି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦୁର୍ଘଟଣାର ସତ୍ୟତାକୁ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ରବିବାର ଅପରାହ୍ନ ପ୍ରାୟ ୧୨:୫୦ (ଆମେରିକାର ପୂର୍ବ ସମୟ) ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସେ ଏହାକୁ ଏକ “ଅତି ଦୁଃଖଦ ଦୁର୍ଘଟଣା” ବୋଲି କହିଛନ୍ତି ।




