ଦୀପାବଳି ପୂର୍ବରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ତର ଅତ୍ୟନ୍ତ ନିମ୍ନ ବର୍ଗରେ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦିଲ୍ଲୀର ପବନ ଶ୍ୱାସରୁଦ୍ଧ ହୋଇଯାଇଛି । ଆଜି ସକାଳେ ରାଜଧାନୀର ଅନେକ ଅଞ୍ଚଳରେ ବାୟୁ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଛି । ଏଥି ସହିତ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ମଧ୍ୟ ୩୫୦ ପାଖାପାଖି ପହଞ୍ଚିଛି । ସକାଳ ୭ଟା ପୂର୍ବରୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଅକ୍ଷରଧାମ ମନ୍ଦିର ଏବଂ ଆଇଟିଓ ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୪୯ ରେକର୍ଡ କରାଯାଇଛି । ସେହି ସମୟରେ ଇଣ୍ଡିଆ ଗେଟ୍ ଏବଂ ଜନପଥ ଆଖପାଖ ଅଞ୍ଚଳରେ ଏକ୍ୟୁଆଇ ୩୩୫ ଥିଲା । ଦିଲ୍ଲୀ-ଏନସିଆରରେ ପ୍ରଦୂଷଣର ମୁକାବିଲା ପାଇଁ ନଭେମ୍ବର ୧ରୁ ନୂତନ ପ୍ରତିବନ୍ଧକ ଲାଗୁ ହୋଇଛି। ତେବେ କଟକଣାର ପ୍ରଥମ ଦିନରେ ରବିବାର ଦିନ ବାୟୁର ଗୁଣବତ୍ତା ଖରାପ ବର୍ଗକୁ ଖସିଯାଇଥିଲା । ଦୀପାବଳି ପୂର୍ବରୁ ଯଦି ଏଭଳି ସ୍ଥିତି ଉପୁଜିଛି ତେବେ ଏହାପରେ ସ୍ଥିତି ଆହୁରି ସାଙ୍ଘାତିକ ହୋଇପାରେ ।

୫୦% କାମ ଘରୁ, ପୁରୁଣା ଗାଡ଼ି ଉପରେ କଟକଣା- ବାୟୁ ପ୍ରଦୂଷଣ ରୋକିବା ଲାଗି ଦିଲ୍ଲୀ-ଏନସିଆରରେ ନଭେମ୍ବର ୧ ବା ଗତକାଲିଠାରୁ ନୂଆ କଟକଣା ଲାଗୁ ହୋଇଛି । ଏବେ ଦିଲ୍ଲୀ ବାହାରେ ପଞ୍ଜୀକୃତ ବିଏସ୍-୪ରୁ କମ୍ ମାନକର ଗାଡ଼ି ଜାତୀୟ ରାଜଧାନୀରେ ଚାଲିପାରିବ ନାହିଁ । ଏଥିସହିତ ସରକାରୀ ଏବଂ ଘରୋଇ ଅଫିସ୍ ଗୁଡିକରେ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବେ । ପବ୍ଲିକ୍ ପାର୍କିଂରେ ଗାଡି ଛିଡା କରିବା ଫିକୁ ୨ଗୁଣା ବଢାଯାଇଛି । ଏହି କଟକଣା ଯୋଗୁଁ ରବିବାର ସକାଳେ ୪୮ ନମ୍ବର ଜାତୀୟ ରାଜପଥରେ ଦିଲ୍ଲୀ ଆଡ଼କୁ ଆସୁଥିବା ଗାଡିଗୁଡିକ ମୁଖ୍ୟ ରାସ୍ତା ଏବଂ ସର୍ଭିସ୍ ରାସ୍ତାରେ ପ୍ରାୟ ୧ କିମିରୁ ଅଧିକ ଲମ୍ବା ଜାମରେ ଫସିଥିଲା । ସେହିପରି ଧୂଳା ବାହାରୁଥିବା ନିର୍ମାଣ ଏବ ଭଙ୍ଗାରୁଜା କାମ ଉପରେ ମଧ୍ୟ ରୋକ୍ ରହିଛି ।

ଅନ୍ୟପକ୍ଷରେ ଦିଲ୍ଲୀରେ ଗତ ଅକ୍ଟୋବରରେ ପୂର୍ବ ୯ ବର୍ଷରେ ବାୟୁ ସବୁଠୁ ସ୍ୱଚ୍ଛ ରହିଥିଲା ବୋଲି ରେକର୍ଡ ହୋଇଛି । ଯାହା କି ବଡ଼ ଆଶ୍ୱସ୍ତିକର କଥା । ଅକ୍ଟୋବରରେ ହାରାହାରି ବାୟୁ ଗୁଣବତ୍ତା ମାନ (ଏକ୍ୟୁଆଇ) ୧୬୬ ରହିଥିଲା । ଦିଲ୍ଲୀ ସରକାର ଗତ ଜୁଲାଇରେ ପ୍ରଦୂଷଣ ରୋକିବା ଶୀତକାଳୀନ ଯୋଜନାକୁ ମଞ୍ଜୁରି ଦେଇଥିଲେ । ଏହା ଅନୁସାରେ, ନଭେମ୍ବର ୧ରୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ପ୍ରଦୂଷଣ ସହ ଜଡ଼ିତ କେତେକ କଟକଣା ଲାଗୁ ରହିବ । ନୂଆ ନିୟମ ଅନୁସାରେ, ଜାନୁଆରୀ ୩୧ ପର୍ଯ୍ୟନ୍ତ ଦିଲ୍ଲୀ ବାହାରର ପୁରୁଣା ଗାଡି ଦିଲ୍ଲୀରେ ପ୍ରବେଶ କରିପାରିବ ନାହିଁ ।

ଫେବ୍ରୁଆରୀ ୨୮ ଯାଏ ସରକାରୀ ଏବଂ ଘରୋଇ ଅଫିସରେ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବେ । ସାର୍ବଜନିନ ପାର୍କିଂ ସ୍ଥାନରେ ଗାଡ଼ି ପାର୍କିଂ ଫି ଦୁଇ ଗୁଣା ରହିବ । ତେବେ ଦିଲ୍ଲୀ ମେଟ୍ରୋକୁ ପାର୍କିଂ କଟକଣାକୁ ଛାଡ୍ ରଖାଯାଇଛି । ପିୟୁସି ନଥିଲେ ପେଟ୍ରୋଲ୍ ପମ୍ପରେ ତେଲ ମିଳିବନି । ବାୟୁ ଗୁଣବତ୍ତା ସ୍ଥିତି ବିଷୟରେ କହିବାକୁ ଗଲେ୦ରୁ ୫୦ ମଧ୍ୟରେ ଥିବା ଏକ୍ୟୁଆଇ ‘ଭଲ’, ୫୧ ରୁ ୧୦୦ ‘ସନ୍ତୋଷଜନକ’, ୧୦୧ରୁ ୨୦୦କୁ ମଧ୍ୟମ, ୨୦୧ରୁ ୩୦୦ ‘ଖରାପ’, ୩୦୧ରୁ ୪୦୦ ‘ଅତ୍ୟନ୍ତ ଖରାପ’ ଏବଂ ୪୦୧ରୁ ୫୦୦ ‘ଗୁରୁତର’ ବୋଲି ବିବେଚନା କରାଯାଏ ।

  • Related Posts

    ଭୟଙ୍କର ବିମାନ ଦୁର୍ଘଟଣା; ୯ ମୃତ

    ନୂଆଦିଲ୍ଲୀ: ଭୟଙ୍କର ବିମାନ ଦୁର୍ଘଟଣା । ଆକାଶରୁ ମିସାଇଲ୍ ପରି ଖସିଲା ବୋମା ପରି ବିସ୍ଫୋରଣ ହେଲା ବିଜନେସ୍ ଜେଟ୍ । ରାସ୍ତାରେ ହୁତୁ ହୁତୁ ହୋଇ ଜଳିଲା ପ୍ଲେନ୍ । ଆମେରିକାର ଫ୍ଲୋରିଡାରେ ଏକ ବିଜନେସ୍ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଛି…

    Continue reading
    ୧୬ଟି ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ

    ଚଣ୍ଡିଗଡ଼: ସୋମବାର ପଞ୍ଜାବରେ ଏକ ବଡ଼ କାର୍ଯାନୁଷ୍ଠାନ ଗ୍ରହଣ କରି, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ED) ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ନେତା ସୁନ୍ଦର ଶାମ ଅରୋରାଙ୍କ ସହ ଜଡ଼ିତ ୧୬ଟି ସ୍ଥାନରେ ଚଢ଼ାଉ କରିଛି। EDର ଜଳନ୍ଧର ଦଳ ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି