ପରାଜୟର ଦୋଷ ନିର୍ବାଚନ କମିସନଙ୍କ ଉପରେ ଲଦିବାକୁ ଚାହୁଁଛନ୍ତି ରାହୁଲ : ଶାହା

ନୂଆଦିଲ୍ଲୀ : ଦେଶବାସୀ କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିଛନ୍ତି। ୨୦୨୪ ପରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବାଧୀନ କଂଗ୍ରେସ ଅନବରତ ପରାଜୟର ସମ୍ମୁଖୀନ ହେଉଛି। ଆଉ ପରାଜୟର ଦୋଷ ନିର୍ବାଚନ କମିସନଙ୍କ ଉପରେ ଲଦିବାକୁ ଚାହୁଁଛନ୍ତି। ତେଣୁ ସେ ସଡ଼କରେ ଅରାଜକତା ସୃଷ୍ଟି କରୁଛନ୍ତି। ରାହୁଲ ସଂସଦ ବି ଚାଲିବାକୁ ଦେଉନାହାନ୍ତି। କୌଣସି ପ୍ରସଙ୍ଗ ଉପରେ ଚର୍ଚ୍ଚା କରୁନାହାନ୍ତି। ସଂସଦରେ ହଟ୍ଟଗୋଳକୁ କଂଗ୍ରେସ ନିଜର ସଂସ୍କୃତି କରିନେଇଛି। ହରିୟାଣାର କରନାଲରେ ଏକ ପଦଯାତ୍ରାରେ ସାମିଲ ହୋଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଏହି ଟିପ୍ପଣୀ ଦେଇଛନ୍ତି। ଏହା ସହିତ ସେ ରାହୁଲଙ୍କୁ ହରିୟାଣାର ଯେ କୌଣସି ଛକ ଉପରେ ବିତର୍କ କରିବାକୁ ଆହ୍ବାନ ଦେଇଛନ୍ତି। ଅନୁପ୍ରବେଶକାରୀଙ୍କ ନାମ ଭୋଟର ତାଲିକାରୁ ହଟାଇବାକୁ ରାହୁଲ ବିରୋଧ କରୁୁଥିବା ଶାହା ଅଭିଯୋଗ କରିଛନ୍ତି। ତାଙ୍କ ନେତୃତ୍ବରେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଇ ଚାଲିଛି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ୭ ପରାମର୍ଶ ଦେଇଛନ୍ତି। ସେଗୁଡିକ ହେଲା ଭାରତରେ ଅଧିକ ସମୟ କଟାଇବା, ବଡ଼ଙ୍କୁ ସମ୍ମାନ ଦେବା, ଭାରତ ବିରୋଧୀଙ୍କଠାରୁ ଦୂରରେ ରହିବା, ବିଜେପିକୁ ଘୃଣା କମ୍ କରିବା, ସଂସଦକୁ ଗୁରୁତ୍ବର ସହ ନେବା, ସମ୍ବିଧାନକୁ ସମ୍ମାନ କରିବା ଓ କଂଗ୍ରେସରୁ ପରିବାରବାଦ ଶେଷ କରିବା। ଯଦି ରାହୁଲ ଏ ସବୁ ପରାମର୍ଶ ପାଳନ କରନ୍ତି, ତେବେ କଂଗ୍ରେସ ଅଧିକ ଆସନ ଜିତିବ ବୋଲି ଉଲ୍ଲେଖ କରିଛନ୍ତି। ରିଜିଜୁ କହିଛନ୍ତି ଯେ ରାହୁଲ ବିଜେପିକୁ ଶତ୍ରୁ ପରିବର୍ତ୍ତେ ରାଜନୈତିକ ବିରୋଧୀ ଭାବିବା ଉଚିତ। ସେ ବିଜେପି, ଆରଏସଏସ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘୃଣା କରିବା ଛାଡ଼ି ସଂସଦ କାର୍ଯ୍ୟରେ ସାମିଲ ହେବା ଉଚିତ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁହାଁମୁହିଁ ବିତର୍କ ପାଇଁ ରାହୁଲ ଆହ୍ବାନ ଦେଇଥିଲେ। ଗତ ତିନି ଦିନ ମଧ୍ୟରେ ରାହୁଲ ଏ ନେଇ ଚାରି ଥର ଆହ୍ବାନ ଦେବା ପରେ ରିଜିଜୁ ଏହି ବୟାନ ଦେଇଛନ୍ତି।

  • Related Posts

    ପୁଣି ଦାଣ୍ଡରେ ପଡି ହାଟରେ ଗଡ଼ିଲା କଂଗ୍ରେସ କଳି

    ବ୍ରହ୍ମପୁର: ପୁଣି ଦାଣ୍ଡରେ ପଡି ହାଟରେ ଗଡ଼ିଲା କଂଗ୍ରେସ କଳି । ଛତ୍ରପୁର ଏବଂ ଗଞ୍ଜାମ ବ୍ଲକର ବନ୍ୟା କ୍ଷୟକ୍ଷତି ଦେଖିବାକୁ ଯାଇଥିବା ଦୁଇ ଗୋଷ୍ଠୀ ଭିତରେ କଥା କଟାକଟି । ପିସିସି ସଭାପତିଙ୍କ ଆଗରେ ପଦାରେ ପଡିଲା ଗୋଷ୍ଠୀ କନ୍ଦଳ।…

    Continue reading
    ୭ରେ ଗଞ୍ଜାମ ଯାଇ ବନ୍ୟା କ୍ଷୟକ୍ଷତି ଦେଖିବେ ନବୀନ

    ଭୁବନେଶ୍ବର : ନଭେମ୍ବର ୭ରେ ନବୀନ ପଟ୍ଟନାୟକଙ୍କ ଦିନିକିଆ ଗଞ୍ଜାମ ଗସ୍ତ । ଶେରଗଡ଼ରୁ ଆସିକା ଓ ସୋରଡ଼ା ଯାଏଁ ବୁଲି ଦେଖିବେ ବନ୍ୟାଞ୍ଚଳ । ବନ୍ୟା ପ୍ରଭାବିତ ଗଞ୍ଜାମ ଗସ୍ତରେ ଯିବେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି