
ଭୁବନେଶ୍ୱର : ‘ଜୁନିୟର ଆସିଷ୍ଟାଣ୍ଟ’, ‘ଜୁନିୟର କ୍ଲର୍କ’ ନିଯୁକ୍ତି ପରୀକ୍ଷା ଆଶାୟୀଙ୍କ ପାଇଁ ବଡ଼ ଖବର । ‘ଅକଭାନ୍’ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ଚୟନ ବୋର୍ଡ (ଏସଏସବି) ଆସନ୍ତା ୨୧ ଓ ୨୩ରେ ହେବାକୁ ଥିବା ‘ଜୁନିୟର ଆସିଷ୍ଟାଣ୍ଟ’ ଏବଂ ‘ଜୁନିୟର କ୍ଲର୍କ’ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ ରଖିଛି । ତେବେ, ୨୫ ଓ ୨୭ ଓ ଡିସେମ୍ବର ୧ ଓ ୨ ତାରିଖରେ ହେବାକୁ ଥିବା କମ୍ପ୍ୟୁଟର ବେସଡ୍ ଟେଷ୍ଟ(ସିବିଟି) ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ । ସ୍ଥଗିତ ରଖାଯାଇଥିବା ପରୀକ୍ଷା ପାଇଁ ନୂତନ ତାରିଖ ସମ୍ପର୍କରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି ରାଜ୍ୟ ଚୟନ ବୋର୍ଡ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାପଡ଼ିଛି ।






