ବିଜେଡିର ସାଙ୍ଗଠନିକ ବୈଠକ: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ କାମ ଆରମ୍ଭ କରିବାକୁ ନବୀନଙ୍କ ପରାମର୍ଶ

ଭୁବନେଶ୍ବର : ଶଙ୍ଖ ଭବନଠାରେ ବୁଧବାର ୨୦୨୪ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀମାନଙ୍କ ସହ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ସାଙ୍ଗଠନିକ ବୈଠକରେ ଯୋଗଦେଇ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳର ସାଙ୍ଗଠନିକ ସ୍ଥିତି ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ମତ ବିନିମୟ କରିଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ୬ ଟି ମୁଖ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିବା ଜଣାପଡ଼ିଛି ।

ଏହି ଅବସରରେ ବିଜୁ ଜନତା ଦଳ ସଭାପତି କହିଥିଲେ ଯେ, ଗତ ଦୁଇ ବର୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୁର୍ଣ୍ଣ ଭୁଷୁଡି ଯାଇଛି । ଅର୍ଥନୈତିକ ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡିଛି । ବିଜେଡି ସରକାର କ୍ଷମତାରୁ ଯିବା ସମୟରେ ୪୫ହଜାର କୋଟି ଟଙ୍କାର ବଳକା ରାଜସ୍ୱ ଛାଡି ଯାଇଥିଲାବେଳେ ଏବେ ରାଜ୍ୟର ଋଣ ଭାର ବଢି ଚାଲିଛି । ଦୁଃଖର କଥା ବୁଢାବୁଢୀ, ଭିନ୍ନକ୍ଷମମାନଙ୍କୁ ସାମାଜିକ ସୁରକ୍ଷା ପେନ୍ସନ୍ ମଧ୍ୟ ଏ ସରକାର ଅମଳରେ ମିଳୁନାହିଁ । ଓଡିଶା ଶାସନରେ ଏଭଳି ଅବ୍ୟବସ୍ଥା କୌଣସି ସରକାର ଅମଳରେ ଦେଖା ନ ଥିଲା ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବିଜେଡିର ୨୪ ବର୍ଷ ଶାସନ ସମୟରେ ଓଡିଶା ବିଭିନ୍ନ କ୍ଷେତ୍ରରେ ଭଲ କାମ କରି ସାରା ଦେଶରେ ନିଜର ଏକ ଉଜ୍ଜ୍ୱଳ ପରିଚୟ ସୃଷ୍ଟି କରିଥିଲା । ବିପର୍ଯ୍ୟୟ ପ୍ରଶମନ ଓ ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡା, ଜଳସେଚନ, ଭିତ୍ତିଭୂମି ଆଦିର ବିକାଶ, ଚାଷୀ, ମହିଳା ଓ ଗରୀବ ଲୋକଙ୍କ କଲ୍ୟାଣ ପାଇଁ ଅନେକ ଭଲ କାମ କରିଥିଲା ।

ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଖେଇ ଆସିଲାଣି । ସେଥିପାଇଁ ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଏହା ସହିତ social media ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ ଚାଲିଥିବା SIR ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ SIR ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ । ଅନ୍ୟ ରାଜ୍ୟରେ SIR ସମୟରେ ଘଟିଥିବା ଘଟଣାବଳୀକୁ ଦୃଷ୍ଟିରେ ରଖି ଆମକୁ ସତର୍କ ଓ ସଜାଗ ରହି କାମ କରିବାକୁ ପଡିବ ବୋଲି କହିଥିଲେ । ସାମାନ୍ୟ Typographical error ପାଇଁ ଯେପରି ଜଣେ ବି ଯୋଗ୍ୟ ଭୋଟରର ନାମ ବାଦ୍ ନ ଯିବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ସେ ପରାମର୍ଶ ଦେଇଥିଲେ । ବିଜେଡି ଡାକରାରେ ପ୍ରବଳ ଖରାରେ ହଜାର ହଜାର ମହିଳା ଘରୁ ବାହାରି ଯେପରି ନାରୀ ଅଧିକାର ଅଭିଯାନରେ ସାମିଲ ହୋଇଥିଲେ ସେଥିପାଇଁ ଶ୍ରୀ ପଟ୍ଟନାୟକ ମା’ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟର ୧୨୦ଟି ନିର୍ବାଚନ ମଣ୍ଡଳୀରେ ଏହି ଅଭିଯାନ ସଫଳତାର ସହ ଶେଷ ହୋଇଛି ।

ଦୀର୍ଘ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକକୁ ଦଳର ବରିଷ୍ଠ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ସଞ୍ଚାଳନ କରିଥିଲେ ଏବଂ ବିଧାୟକ ପ୍ରାର୍ଥୀମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନଙ୍କ ମତାମତ ଦେଇଥିଲେ । ଏହି ବୈଠକରେ ବିଜେଡିର ସାଙ୍ଗଠନିକ କାର୍ଯ୍ୟକ୍ରମ, ବିଜେଡି ସରକାର ସମୟର ସଫଳତା ଓ SIR ଉପରେ ଏକ ଉପସ୍ଥାପନା ମଧ୍ୟ କରାଯାଇଥିଲା ।

  • Related Posts

    ଆମ ମୁଖ୍ୟମନ୍ତ୍ରୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର:୨୦୨୪, ଜୁନ୍‌ ୧୨ । ଅଢ଼େଇ ଦଶନ୍ଧିର ଶାସନ ବ୍ୟବସ୍ଥାକୁ ହଟାଇ ଜନ୍ମ ନେଲା ନୂଆ ସରକାର-“ମୋହନ ସରକାର” । ସଭିଙ୍କ ମନରେ ଥିଲା ଗୋଟିଏ ପ୍ରଶ୍ନ, ଜଣେ ସାଦାସିଧା ଗରିବ ଆଦିବାସୀ ପୁଅଙ୍କ ନେତୃତ୍ୱରେ ଅଧିକାଂଶ ନବାଗତ ମନ୍ତ୍ରୀଙ୍କୁ ନେଇ…

    Continue reading
    ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

    ଭୁବନେଶ୍ବର : ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛିନ୍ତି। ଏକମାତ୍ର ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଭାବେ ସେ ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ବିଜେଡିର ପ୍ରାଥମିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ