ବିଦ୍ୟୁତ ବାଡ ଆଘାତରେ ବାପ ପୁଅ ମୃତ

ବାଣପୁର : ଶୁକ୍ରବାରେ ନାଚୁଣୀ ଥାନା ହରିପୁର ଗାଁ ରେ ଘଟିଛି ଅଘଟଣ । ଜଙ୍ଗଲି ଜନ୍ତୁଙ୍କ ଠାରୁ ଫସଲ ସୁରକ୍ଷା ପାଇଁ ବିଲରେ ଲାଗିଥିବା ବିଦ୍ୟୁତ ବାଡ ଆଘାତରେ ବାପା ଓ ପୁଅଙ୍କର ଅକାଳ ମୃତ ଘଟିଛି । ସନ୍ଧ୍ୟା ସମୟରେ ରବିନ୍ଦ୍ର ଗୁରୁ ବିଲକୁ ଯାଇଥିଲେ । ତେବେ ଜଙ୍ଗଲୀ ଜନ୍ତୁଙ୍କ ଠାରୁ ଫସଲ ରକ୍ଷା କରିବାକୁ ବିଲ ବାଡରେ ବିଦ୍ୟୁତ ସଂଯୋଗ କରାଯାଇଥିବା ଜାଣିନପାରି ବିଦ୍ୟୁତ ଆଘାତରେ ସେଠାରେ ପଡିଯାଇ ଛଟପଟ ହେଉଥିଲେ । ବାପା ରବିନ୍ଦ୍ରଙ୍କୁ ବିଦ୍ୟୁତ ଆଘାତ ରେ ଛଟପଟ ହେଉଥିବା ଦେଖି ପୁଅ ପବିତ୍ର ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ଚେତାଶୂନ୍ୟ ହୋଇ ପଡିଥିଲେ । ଗାଁ ଲୋକେ ଦେଖି ପୁଲିସକୁ ଖବର ଦେବାରେ ଘଟଣା ସ୍ଥଳରେ ନାଚୁଣୀ ପୁଲିସ ପହଞ୍ଚି ଉଭୟ ବାପ ପୁଅଙ୍କୁ ଟାଙ୍ଗି ଡାକ୍ତର ଖାନାକୁ ପଠାଇ ଥିଲେ . ମାତ୍ର ସେତେବେଳକୁ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା । ବାପ ପୁଅଙ୍କ ଅକାଳ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

  • Related Posts

    ୨୦୨୭ର ସରକାରୀ ଛୁଟି ତାଲିକା ଜାଣନ୍ତୁ

    ଭୁବନେଶ୍ୱର: ଆସନ୍ତା ୨୦୨୭ ବର୍ଷ ପାଇଁ ସରକାରୀ ଛୁଟି  ତାରିଖ ପ୍ରକାଶ ପାଇଛି । ପର୍ବପର୍ବାଣୀ, ସ୍ମରଣୀୟ ଦିବସ ପାଇଁ ରାଜ୍ୟର ସମସ୍ତ  ସରକାରୀ କାର୍ଯ୍ୟାଳୟ ଏବଂ ରାଜସ୍ୱ ଓ ମ୍ୟାଜିଷ୍ଟେରିଆଲ୍‌ କୋର୍ଟ (କାର୍ଯନିର୍ବାହୀ)  ପାଇଁ ଛୁଟି ଘୋଷଣା କରାଯାଇଛି ।…

    Continue reading
    କଇଁଛଙ୍କ ପ୍ରଜନନ ଋତୁ: ନଭେମ୍ବର ୧ରୁ ଗହୀରମଥାରେ ମାଛଧରା ମନା

    ରାଜନଗର: ଅଲିଭ୍‌ରିଡ୍‌ଲେ କଇଁଛଙ୍କ ପ୍ରଜନନ ଋତୁକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ପହିଲାରୁ ୨୦୨୭ ମେ’ ମାସ ୩୧ ତାରିଖ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି । ଉପକୂଳରୁ ସମୁଦ୍ର ଭିତରକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି