
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଶନିବାର ଏକ ବଡ ଖବର ସାମ୍ନାକୁ ଆସିଛି। ବମିଖାଲ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ଆସିଛି। ଏହି ଘଟଣାରେ ଯୁବତୀ ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବ ନେତାଙ୍କ ବିରୁଦ୍ଧରେ ଅଭିଯୋଗ କରିବାରୁ ପୁଲିସ ତାଙ୍କୁ ଗିରଫ କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଯୁବ ନେତା ତାଙ୍କୁ ପ୍ରଲୋଭନ ଦେଖାଇ ହୋଟେଲରେ ଦୁଷ୍କର୍ମ କରିଛନ୍ତି। ପୀଡିତା ଓ ଯୁବକ ଉଭୟ ନିଆଳି ଅଞ୍ଚଳର ହୋଇଥିବା ନେଇ ସୂଚନା ମିଳିଛି।




